ବିନା ଖର୍ଚ୍ଚରେ ମାତ୍ର ୫ ମିନିଟ୍‌ରେ ପାନ୍‌କାର୍ଡ ବନାନ୍ତୁ

ଭୁବନେଶ୍ୱର: ଆୟକର ବିଭାଗ ପାନ୍‌ କାର୍ଡ ବନାଇବା ଏବେ ଖୁବ୍ ସହଜ କରିଦେଇଛି। ପୂର୍ବରୁ ପାନ୍‌ କାର୍ଡ ବନାଇବା ପାଇଁ ୧୫୦ ଟଙ୍କା ଦେବା ସହିତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଏହା ଏବେ ଖୁବ୍‌ ସହଜ ଓ ମାଗଣା ମଧ୍ୟ ହୋଇଯାଇଛି। କେବଳ ୫ ମିନିଟ୍‌ରେ ଆପଣ ପାନ୍‌ କାର୍ଡ ତିଆରି କରି ନେଟ୍‌ରୁ ଡାଉନ୍‌ଲୋଡ୍ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କ ଆଧାର କାର୍ଡ ସହିତ  ମୋବାଇଲ୍ ନମ୍ବର୍‌ ଲିଙ୍କ୍ ହୋଇଥିବା ନିହାତି ଆବଶ୍ୟକ। ତାହା କେମିତି ଜାଣନ୍ତୁ।

  • ବ୍ରାଉଜର ଓପନ୍‌ କରି incometaxindiaefiling.gov.in ଟାଇପ୍‌ କରି ସର୍ଚ୍ଚ କରନ୍ତୁ।
  • ଏହାପରେ ଏକ ଇଣ୍ଟର୍‌ଫେସ୍ ଖୋଲିଯିବ। ଉପରେ ଥିବା ହଳଦିଆ ପଟିକୁ କ୍ରସ୍‌ ଚିହ୍ନ ଉପରେ କ୍ଲିକ୍‌ କରି ହଟାଇବା ପରେ  Instant PAN through Aadhaar ଲିଙ୍କ୍ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆଣଙ୍କୁ ପ୍ରଥମ Get New Pan ଦ୍ୱିତୀୟ  Check Status/ Download Pan ଦୁଇଟି ବିକଳ୍ପ ମିଳିବ। ନୂଆ କାର୍ଡ ଆବେଦନ କରିବାକୁ ଚାହୁଁଥିଲେ Get New Pan କ୍ଲିକ୍ କରନ୍ତୁ।
  • ଏହାପରେ ନିର୍ଦ୍ଦେଶ ଅନୁସାରେ ଖାଲିଥିବା ବକ୍ସରେ ଆଧାର ନମ୍ବର୍ ଓ କ୍ୟାପ୍‌ଚା କୋଡ୍‌(ଉପରେ ମୋଟା ଅ‍କ୍ଷରରେ ଲେଖାହୋଇଥିବା ଲେଟର୍‌ ବା ନମ୍ବର) ଭରନ୍ତୁ। ଏହା ବାଦ୍‌ ତଳେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳିକୁ i confirm that ବକ୍ସ ଉପରେ ଟିକ୍‌ ମାରି ସୁନିଶ୍ଚିତ କରନ୍ତୁ।

  • ଏହାପରେ  Generate Aadhaar Otp ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କ ଆଧାର ସହିତ ଲିଙ୍କ୍‌ ଥିବା ମୋବାଇଲ୍‌ ନମ୍ବର୍‌କୁ ଏକ ଓଟିପି ଯିବ। ଏହି ନମ୍ବର୍‌କୁ ନିର୍ଦ୍ଦେଶିତ ଖାଲି ସ୍ଥାନରେ ଭରନ୍ତୁ। ଏହାପରେ ଟର୍ମସ ଓ କଣ୍ଡିସନ୍‌କୁ ଆକ୍ସେପ୍ଟ କରି validate Aadhar And Otp Continue ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ଆପଣଙ୍କ ଆଧାର କାର୍ଡକୁ ଭ୍ୟାଲିଡେଟ୍‌ କରାଯିବ। ଏହାପରେ ଆପଣଙ୍କ ସମସ୍ତ ଡିଟେଲ୍ ଆଧାର କାର୍ଡରୁ ଆପେ ଆପେ ପାନ୍‌ କାର୍ଡ ପାଇଁ ଚାଲିଯିବ।
  • ଏହାପରେ ତଳେ ଦିଆଯାଇଥିଲା ୩ଟି ନିର୍ଦ୍ଦେଶାବଳିକୁ ସୁନିଶ୍ଚିତ କରି Submit Pan Request ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କ ରିକ୍ୟୁଏଷ୍ଟ ଆସେପ୍ଟ ହୋଇଯିବ ଓ ଏକ ଆକ୍‌ନଲେଜ୍‌ମେଣ୍ଟ ନମ୍ବର୍‌ ଦିଆଯିବ।
  • ତେବେ ଆପଣଙ୍କ ପାନ୍‌ କାର୍ଡ ହେଲାକି ନାହିଁ ଏହି ସବୁ ଚେକ୍‌ କରିବା ପାଇଁ ମୂଳ ପେଜ୍‌କୁ ଯାଇ Check Status/ Download Pan କ୍ଲିକ୍ କରି ପୁଣିଥରେ ଆଧାର କାର୍ଡ ନମ୍ବର୍‌ ଓ କ୍ୟାପ୍‌ଚେ କୋଡ୍‌  ଦେଇ ସବ୍‌ମିଟ୍ କରିବାକୁ ପଡ଼ିବ।


  • ଏହାପରେ ଆପଣଙ୍କ ମୋବାଇଲ୍‌ ନମ୍ବର୍‌ ଉପରେ ଏକ ଓଟିପି ନମ୍ବର୍ ଯିବ। ଏହାପରେ ଓଟିପିକୁ ଦିଆଯାଇଥିବା ବକ୍ସରେ ଭରି ସବ୍‌ମିଟ୍‌ କରିବାକୁ ପଡ଼ିବ।
  • ଓଟିପି ସବ୍‌ ମିଟ୍‌ କରିବା ପରେ ଏକ ପେଜ୍‌ ଖୋଲିବ ଓ ସେଥିରେ Pan Allotment Successful ଲେଖାଥିବ। ଓ ତଳେ Down Pan ଉପରେ କ୍ଲିକ୍ କରିବା ମାତ୍ରେ ପାନ୍‌ କାର୍ଡ ଡାଉନ୍‌ ଲୋଡ୍ ହୋଇଯିବ।
  • ପାନ୍ ଡାଉନ୍‌ ଲୋଡ୍ ହେବା ପରେ ପୁଣି ଏକ ପାସ୍ ୱାର୍ଡ ମାଗିବ। ସେଥିରେ ଆପଣଙ୍କ ଜନ୍ମ ତାରିଖ ଦେଇ ପାନ୍‌ କାର୍ଡ ଖୋଲିପାରିବେ। ତେବେ ପାସ୍‌ ୱାର୍ଡ ଦେବାର ଶୈଳୀ ହେଲା ଯଦି ଆପଣଙ୍କର ଜନ୍ମ ତାରିଖ ୧ ନଭେମ୍ବର ୧୯୯୬ ହୁଏ ତେବେ ଆପଣଙ୍କ ପାସ୍‌ୱାର୍ଡ ୦୧.୧୧.୧୯୯୬ ହେବ ।

 

You might also like