ଯାତ୍ରା ଜଗତରେ ଅଭିନେତ୍ରୀ କେତେ ସୁରକ୍ଷିତ?

ଯାତ୍ରା କଳାକାରଙ୍କ ସଂଘର୍ଷର କାହାଣୀ

କେବଳ ରିଲ୍ ନୁହେଁ ବରଂ ରିଏଲରେ ବି ୨ ବନ୍ଧୁ ଅଟନ୍ତି ତମସା ମିଶ୍ର ଓ ରାଜଶ୍ରୀ ଶତପଥୀ। ଅନେକ ସମୟରେ ଏକାଠି ଖାଇବା ସହ ଏକାଠି ବୁଲି ଥାଆନ୍ତି ଏହି ୨ ଯାତ୍ରା କଳାକାର। ତେବେ ଦୁଇ ବନ୍ଧୁ ଯେ ଦିନେ ଏକାଠି ଅଭିନୟ କରିବାର ସୁଯୋଗ ପାଇବେ ତାହା କାହାକୁ ବା ଜଣା ଥିଲା? କେବଳ ଏମାନେ ନୁହେଁ ଗପସପର ଅତିଥି ଅଛନ୍ତି ଯାତ୍ରାକଳାକାର ଜ୍ୟୋତିକୃଷ୍ଣ…..ତେବେ କେମିତି ରହିଛି ସେମାନଙ୍କ ଯାତ୍ରା ଜୀବନ ଅର୍ଥାତ୍ ପରଦା ପଛରେ କେମିତି ଅଛନ୍ତି ଏହି ୩ କଳାକାର। ଗପସପରେ ମନ ଖୋଲି କଥା ହୋଇଛନ୍ତି ଯାତ୍ରା ଜଗତର ୩ ପ୍ରମୁଖ କଳାକାର…

ଓଟିଭି- ପେଣ୍ଡାଲ ଉପରେ ବନ୍ଧୁତା ହୋଇଥିଲା ନା ଆଗରୁ ଥିଲା?

ତମସା ଓ ରାଜଶ୍ରୀ- ପୂର୍ବରୁ ଆମେମାନେ ପରସ୍ପରକୁ ଜାଣିଥିଲୁ। ଏମିତି କି ଫୋନରେ ବି କଣ୍ଟାକ୍ଟ ରହିଥିଲା କିନ୍ତୁ ଦୁହେଁ ଦୁହିଁକୁ ଭେଟିନଥିଲୁ। ଆଉ ଏବେ ଯାତ୍ରାରେ ଅଭିନୟ କରିବା ବେଳେ ହିଁ ପରସ୍ପରକୁ ଭେଟିଲୁ। ଏମିତି ଆମେ ବର୍ତ୍ତମାନ ସମୟରେ ରୁମ ମେଣ୍ଟ। ଆମମାନଙ୍କ ମଧ୍ୟରେ  ଥିବା ବନ୍ଧୁତ୍ୱ ବି ବହୁତ ନିବିଡ। ଦିନେ ବାଘା ପାଇଁ ମୁଁ ସିଲେକ୍ଟ ହୋଇଥିଲି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେଠୁ ପଳାଇ ଆସିଲି। ଆଉ ସେହି ପୋଷ୍ଟରେ ସାଙ୍ଗେ ସାଙ୍ଗେ ରାଜଶ୍ରୀ ସିଲେକ୍ଚ ହୋଇଥିଲେ। ଆଉ ଏହାପରେ ଆମର ବନ୍ଧୁତ୍ୱ ଆହୁରି ବଢି ଯାଇଥିଲା।

ଓଟିଭି- ଏବେ ଆପଣ ମାନେ ରୁମ ମେଟ୍ ଅଛନ୍ତି। କେତେ ଖୁସି ଅଛନ୍ତି?

ତମସା ଓ ରାଜଶ୍ରୀ- ଆମେ ମାନେ ବହୁତ ଖୁସିରେ ଅଛୁ। ଏମିତି କି ୨ ଭଉଣୀ ପରି ଆମେ ଚଳୁଛୁ। ଦିନେ ଆମ ମଧ୍ୟରେ କୌଣସି ଝଗଡା ହୋଇନାହିଁ କି କିଛି ନାହିଁ। କଳାକାର ଜୀବନରେ ଅନେକ ନାଟକ କରିଛୁ କିନ୍ତୁ ଆମେ ଦୁହେଁ ଅତି ନିଜର ପରି ଚଳୁଛୁ।

ଓଟିଭି- ଜ୍ୟୋତିକୃଷ୍ଣକୁ ଡନ କାହିଁକି କୁହାଯାଏ?

ଜ୍ୟୋତିକୃଷ୍ଣ- ମୁଁ ରାତି ୧୨.୩୯ରେ ଜନ୍ମ ହୋଇଥିଲି। କିନ୍ତୁ ସକାଳ ହେବା ବେଳକୁ ନାଁ ଡନ୍ ଦେବା ଲାଗି ମାଆ ଚିନ୍ତା କରିଥିଲେ। ଆଉ ମୋର ନାଁର ଅର୍ଥ ଡନ୍ ମାନେ ସକାଳ ଭିଲିୟାନ ନୁହେଁ।

ଓଟିଭି-ତମସା ଓ ରାଜଶ୍ରୀଙ୍କୁ ଜାଣନ୍ତି କି ଜ୍ୟୋତିକୃଷ୍ଣ?

ଜ୍ୟୋତିକୃଷ୍ଣ- ତମସାଙ୍କୁ ପିଲା ବେଳୁ ହିଁ ଜାଣିଛି କିନ୍ତୁ ରାଜଶ୍ରୀଙ୍କୁ ଏତେ ଭଲ ଭାବରେ ଜାଣିନଥିଲି। ଆମେ ଦୁହେଁ ପ୍ରଥମେ ଫିଲ୍ମ ଲାଇନରେ ହିଁ ପାଦ ଦେଇଥିଲୁ। ଗୋଟେ ଫିଲ୍ମରେ ଉଭୟ କାମ କରିବାର ସୁଯୋଗ ପାଇଥିଲୁ। କିନ୍ତୁ ଗୋଟିଏ ମୋ ଗୋଡ ଭାଙ୍ଗିଗଲା ସୁଟିଂ ପୂର୍ବରୁ। ତେଣୁ ଆଉ ଚଳଚିତ୍ର ହୋଇପାରିନାହିଁ।

ଓଟିଭି- ଯାତ୍ରା ପ୍ୟାଣ୍ଡେଲକୁ ଆସିବାର ଷ୍ଟୋରୀ କଣ?

ଜ୍ୟୋତିକୃଷ୍ଣ- ଯାତ୍ରାରେ କାମ କରିବା ପଛରେ ବି ଗୋଟିଏ ବଡ଼ କାହାଣୀ ଅଛି। ମୋ ବାପା ମଧ୍ୟ ଯାତ୍ରା କଳାକାର ଥିଲେ। ତୁଳସୀ ଗଣନାଟ୍ୟର ସେ ହିରୋ ଥିଲେ। ତେଣୁ ଛୋଟ ବେଳୁ ହିଁ ଯାତ୍ରା କରିବାରେ ଇଚ୍ଛା ଥିଲା। ହେଲେ କାହାକୁ କହିନଥିଲି କେବେ ଯାତ୍ରା କରିବା ଲାଗି। ତିନୋଟି ଫିଲ୍ମ କରିବା ପରେ ଯାତ୍ରା ଜଗତରେ ପାଦ ଦେଲି। ଯାତ୍ରାରେ ଅଭିନୟ କରିବାର ଦିନକୁ ପୂର୍ବରୁ ଜାଣିଲି ଯେ ରାତି ପାହିଲେ ମତେ ଅଭିନୟ କରିବାର ଅଛି। ରାତିରେ ଗୋଟିଏ ସ୍କ୍ରିପ୍ଟ ପାଇଲି ଆଉ ସକାଳୁ ଅନ୍ୟ କାହାଣୀ କଲି।

ଓଟିଭି- ରାଜଶ୍ରୀ ଓରଫ୍ ‘ମାମା’। ଯାତ୍ରାରେ ୭୦ ପ୍ରତିଶତ ହିରୋଇନଙ୍କ ନାଁ ମାମା ଥାଏ। ବଡ଼ ଅଜିବ ଲାଗେ ନାହିଁ?

ରାଜଶ୍ରୀ- ୭ ବର୍ଷ ହେଲାଣି ମୁଁ ଯାତ୍ରା କଲିଣି। ମୋ ଜେଜେ ବାପା ଓ ବାପା ଯାତ୍ରା ଅଭିନୟ ମଧ୍ୟ କରୁଥିଲେ। ସାମାଜିକ ନାଟକ ନୁହେଁ ପୂର୍ବରୁ ହେଉଥିବା ନାଟକରେ ସେ ଅଭିନୟ କରନ୍ତି। ଅଭିନୟ ସମୟ ଓ ଅନ୍ୟ ସମୟ ମଧ୍ୟରେ ଅନେକ ଫରକ ରହିଥାଏ। ଦର୍ଶକଙ୍କୁ ଦେଖିଲେ କିଛି ଅଲଗା ଲାଗିଥାଏ….ଦର୍ଶକମାନେ ପ୍ରଶଂସା କଲେ ବହୁତ ଭଲଲାଗେ।

ଓଟିଭି-ତମସା, ପ୍ରଥମେ ଫିଲ୍ମ ଓ ଧାରାବାହିକରେ ଅଭିନୟ କଲେ ଓ ପରେ ଯ।ତ୍ରାକୁ ଗଲେ। କାହିଁକି ଏମିତି ଇଚ୍ଛା କଲେ?

ତମସା- ମତେ ଲାଗେ ଯେଉଁମାନେ ଯାତ୍ରାରେ ଅଭିନୟ କରନ୍ତି ସେମାନେ ପ୍ରକୃତରେ କଳାକାର। କାରଣ ଏଠି ଯାହା କରିବାର ଥାଏ ପୂରା ଦର୍ଶକଙ୍କ ସାମ୍ନାରେ କରିବାକୁ ପଡ଼ିଥାଏ। ଇଚ୍ଛା ଥିଲା ଆଉ ସୁଯୋଗ ମିଳିଲା। ତେଣୁ କାମ ଆରମ୍ଭ କରିଦେଲି। ୩ ବର୍ଷ ହେଲାଣି କାମ ଚାଲିଛି। ତେବେ ଲିଡ୍ ରୋଲ ବି ମିଳିଯାଇଥିଲା ତେଣୁ ମତେ ଭଲ ଲାଗିଲା।

ଓଟିଭି- ୩ ଜଣଙ୍କର କେହି ନା କେହି ଯାତ୍ରାରେ କଳାକାର ଥିଲେ…..ତେଣୁ ଯାତ୍ରାରେ କାମ କରିବା ପାଇଁ ଅଧିକ ଆଗ୍ରହ ହେଲା କି?

ଜୟକୃଷ୍ଣ- ମଞ୍ଚ ଉପରେ ଅଭିନୟକୁ ନେଇ ମତେ କୌଣସି ଅସୁବିଧା ହୋଇ ନାହିଁ। କିନ୍ତୁ ମଞ୍ଚ ଉପରେ ମତେ ୨ ଥର କରେଣ୍ଟ ମାରିଲା ତାହାକୁ କେବେ ଭୁଲିବି ନାହିଁ। ଏମିତି କରେଣ୍ଟ ମାରିଲା ଯେ, ମୋ କୋ-ଆଟିଷ୍ଟ୍ ସିଧା ବେହୋସ ହୋଇଗଲେ ଆଉ ମୁଁ ପୂରା ପଛକୁ ପଳାଇଥିଲି….ଦର୍ଶକ ମଧ୍ୟ ଏହାକୁ ଜାଣିପାରିଥିଲେ।

ଓଟିଭି-ରାଜଶ୍ରୀଙ୍କୁ ସାଙ୍ଗେ ସାଙ୍ଗେ ଲିଡ୍ ରୋଲ ମିଳିଥିଲା ନାଁ ସଂଘର୍ଷ କରିବାକୁ ପଡ଼ିଥିଲା?

ରାଜଶ୍ରୀ- ରଙ୍ଗମଞ୍ଚରୁ ଆରମ୍ଭ କରିଥିଲି। କହିବାକୁ ଗଲେ ମତେ ସାଙ୍ଗେ ସାଙ୍ଗେ ଲିଡ୍ ରୋଲ ମିଳିଥିଲା। ଅନେକ ଅଭିନେତା  ମୋ ସହ ପ୍ରତିଦ୍ୱନ୍ଦ୍ୱୀତା କଲେ, ଅନେକ କଥା ବି ଶୁଣିଲି…..କିନ୍ତୁ ସଂଘର୍ଷ କରି କରି କାମ କଲି। କେବଳ ଏତିକି ନୁହେଁ, ମାଲିକ ସପୋର୍ଟ କଲେ ତେଣୁ ବେଶି କିଛି ଅସୁବିଧା ହୋଇନଥିଲା।

ନିଜ ଜୀବନରେ ଯାତ୍ରା କଳାକାର ହୋଇ ଏମାନେ କେତେ ଖୁସି ଅଛନ୍ତି? ଅଧିକ ଜାଣିବା ଲାଗି ଦେଖନ୍ତୁ ଏହି ଭିଡିଓ…..

You might also like