ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ।

ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। ତେଣୁ ପାର୍ଟନରଙ୍କ ନିକଟରେ ଏହି ଗୁଣ ଥିଲେ ସଂପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।

ତେବେ ସବୁଠୁ ବଡ଼ କଥା ହେଉଛି, ଆପଣ କେମିତି ଜାଣିବେ ଯେ ଆପଣଙ୍କ ପାର୍ଟନର ପଜେସିଭ୍‌। ଏହା ଆଦୌ ଏକ କଷ୍ଟ କାମ ନୁହେଁ। ଅତି ଛୋଟ ଛୋଟ କଥାରୁ ଆପଣ ଏହାକୁ ବାରି ନେଇପାରିବେ।

ତା’ହେଲେ ଆସନ୍ତୁ ଜାଣିବା କେଉଁ କଥାଗୁଡ଼ିକ ପ୍ରତି ଆପଣ ଧ୍ୟାନ ଦେବା ଜରୁରୀ।

ବନ୍ଧୁଙ୍କ ସହ କଥା ହେବା ଉପରେ କଟକଣା
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ କୌଣସି ବନ୍ଧୁଙ୍କ ସହିତ କଥା ହେବାକୁ ଅବା ତାଙ୍କ ସହିତ ବୁଲାବୁଲି କରିବା ଉପରେ କଟକଣା ଲଗାଉଛନ୍ତି, ତା’ହେଲେ ଜାଣନ୍ତୁ ସେ ପଜେସିଭ୍‌ନେସ୍‌ର ଶିକାର ହୋଇସାରିଛନ୍ତି। ଏପରିକି ଏହି ସମୟରେ ଆପଣ ଯଦି କୌଣସି ବନ୍ଧୁଙ୍କ ସହିତ ଖୁସିରେ କଥାବାର୍ତ୍ତା ବି ହୁଅନ୍ତି, ସେ ଏହାକୁ ସହ୍ୟ କରି ପାରିବେନି ଏବଂ ଖୋଲାଖୋଲି ନକାରାତ୍ମକ ପ୍ରତିକ୍ରିୟା ଦେବେ।

ସବୁବେଳେ ସୋଶାଲ ମିଡିଆରେ ଆପଣଙ୍କୁ ପିଛା କରିବା

ରାତି ଅବା ଦିନରେ ଆପଣ କେତେ ସମୟ ବନ୍ଧୁଙ୍କ ସହିତ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌ କିମ୍ବା ଅନ୍ୟାନ୍ୟ ସୋଶାଲ୍‌ ମିଡିଆରେ ଚାଟିଂ କରୁଛନ୍ତି ଏବଂ ଫୋନ୍‌ରେ କାହା ସହ କେତେ ସମୟ କଥା ହେଉଛନ୍ତି, ଯଦି ଏସବୁ ଖବର ରଖିବାରେ ଆପଣଙ୍କ ସାଥୀ ସବୁ ସୀମା ଟପି ଯାଆନ୍ତି, ତା’ହେଲେ ବୁଝି ନିଅନ୍ତୁ ସେ ବହୁତ ପଜେସିଭ୍‌। ଏଭଳି ସାଥୀମାନେ ସୋଶାଲ୍‌ ମିଡିଆରେ ଆପଣଙ୍କ ସମସ୍ତ ଆକ୍ଟିଭିଟି ଉପରେ ନଜର ରଖିବାକୁ ଚେଷ୍ଟା କରନ୍ତି। ଏହା ସନ୍ଦେହକୁ ଆମନ୍ତ୍ରଣ କରେ ଓ ଏ ସନ୍ଦେହ ଧୀରା ଧୀରେ ସଂପର୍କକୁ ଭାଙ୍ଗି ଦିଏ।

ପ୍ରତ୍ୟେକ କଥାରେ ଦୋଷ ଦେବା
ରିଲେସନସିପ୍‌ରେ ଥିବାବେଳେ ଉଭୟ ପକ୍ଷରୁ ଛୋଟ ମୋଟ ଭୁଲ୍‌ ହେବା ସାଧାରଣ କଥା। ଏପରିସ୍ଥଳେ ଉଭୟ ଉଭୟଙ୍କର ଭୁଲ୍ ମାନି ନେଲେ ସଂପର୍କ ଆଗକୁ ବଢ଼େ ଓ ମଜଭୁତ ହୁଏ। କିନ୍ତୁ ଆପଣଙ୍କ ପାର୍ଟନର ସବୁ କ୍ଷେତ୍ରରେ ଆପଣଙ୍କ ଉପରେ ଦୋଷ ଲଦୁଥିଲେ ଜାଣିବେ ଯେ ସେ ପଜେସିଭ୍‌ ଚରିତ୍ରର।

ଏହାର ଅର୍ଥ ନୁହେଁ ଯେ, ଏହି ଗୁଣ ପାଇଁ ପାର୍ଟନରଙ୍କୁ ଅଧାରାସ୍ତାରେ ଛାଡ଼ି ଆପଣ ଫେରି ଆସିବେ।

ତେବେ କେମିତି ଏହି ସମସ୍ୟାର ସମାଧାନ କରିବେ ?

୧-ଯଦି ଆପଣଙ୍କ ପାର୍ଟନର ଏପରି ପଜେସିଭ୍‌ ତେବେ ଭଲ କରି ଚିନ୍ତା କରନ୍ତୁ, କାହିଁକି ସେ ଏପରି ବ୍ୟବହାର କରୁଛନ୍ତି। ପୁରୁଣା ସମ୍ପର୍କ କିମ୍ବା ପିଲାଦିନର କିଛି ସମସ୍ୟା କିମ୍ବା ତାଙ୍କର ଦୁର୍ବଳ ବ୍ୟକ୍ତିତ୍ୱ ଯୋଗୁ ଏପରି ହେଉଛନ୍ତି ଅନୁଧ୍ୟାନ କରନ୍ତୁ। ସେତିକି ଜାଣିବା ପରେ ପାର୍ଟନରଙ୍କ ସହ କଥା ହେବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ତାଙ୍କ ମନରେ ଭୟ ରହିଛି ସେ ବିଷୟରେ ଅଲୋଚନା କରନ୍ତୁ।

୨-ପାର୍ଟନରଙ୍କ ପ୍ରତି ଥିବା ତୁମର ଭଲ ପାଇବାକୁ ଜାହିର କରାନ୍ତୁ। ଛୋଟିଆ ଶବ୍ଦ- ଆଉ ଲଭ ଇଉ..କିମ୍ବା ପାର୍ଟନରଙ୍କ ଶର୍ଟକୁ କମ୍ବା ହେୟାର ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ କଞ୍ଜୁସି କରନ୍ତୁ ନାହିଁ। ଯଦି ପ୍ରକୃତରେ ପାର୍ଟନରଙ୍କୁ ଭଲ ପାଉଥାନ୍ତି ତେବେ ତାହାକୁ ପ୍ରକାଶ କରନ୍ତୁ।

୩-ନିଜର ଯେ କୌଣସି ସମସ୍ୟା ହେଉ ନିଷ୍ପତ୍ତି ହେଉ ସବୁଥିରେ ପାର୍ଟନରଙ୍କୁ ସାମିଲ କରାନ୍ତୁ। ଏହାଦ୍ୱାର ତାଙ୍କର ହୃଦବୋଧ ହେବ ଯେ ଆପଣ ତାଙ୍କୁ ଗୁରୁତ୍ୱ ଦେଉଛନ୍ତି।

୪-ସବୁ ପରେ ନିଜର ଅସୁବିଧା ସମ୍ପର୍କରେ ବି ପାର୍ଟନର ସହ ଖୋଲାଖୋଲି ଆଲୋଚନା କରନ୍ତୁ। ତୁମଠାରୁ ଅଧିକ ଆଶା କରିବା, ଛୋଟ ଛୋଟ କଥାରେ ସନ୍ଦେହ କରିବା ଗୁଣ ତୁମକୁ କେତେ କଷ୍ଟ ଦେଉଛି ସେ ସମ୍ପର୍କରେ ବିନମ୍ରତାର ସହ ବି ଜଣାନ୍ତୁ।

ଏ ସବୁ ପରେ ଯଦି ତାଙ୍କର ଏ ଚରିତ୍ରରେ କିଛି ପରିବର୍ତ୍ତନ ହେଉ ନାହିଁ, ତା’ହେଲେ ସଂପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ଆହୁରି ପଢ଼ନ୍ତୁ

ନପୁଂସକତାକୁ ନେଇ ଚିନ୍ତିତ କି ? ସହଜରେ ଦୂର କରିପାରିବେ ଏହି ସମସ୍ୟା

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଅଶୋକ ଓ ଅନ୍‌ସାରୀଙ୍କ ଫଟୋ ପଛର ଅସଲ କାହାଣୀ ଜାଣିଛନ୍ତି କି ?

ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

You might also like