ସାମାନ୍ୟ କ୍ରୋଧ ଆଣିଦେଲା ଏମିତି ସଫଳତା ! ଦିନେ ଘର ଭଡ଼ା ଦେଇ ପାରୁ ନ ଥିଲେ, ଆଜି ୮୦୦ କୋଟିର ମାଲିକାଣି

ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ।   ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି । ଟଙ୍କା ପାଇଁ ଅନ୍ୟ ପାଖରେ ହାତ ପତାଉଥିବା ଅନିତା ଆଜି ୮୦୦ କୋଟି ଟଙ୍କାର ମାଲିକାଣୀ ।


ତେବେ କେମିତି ଏହା ସମ୍ଭବ ହେଲା ? ଶୁଣି ଆଶ୍ଚଯ୍ୟ ହେବେ ସାମାନ୍ୟ କ୍ରୋଧ, ଟିକିଏ ଜିଦ୍‌ ତାଙ୍କ ଜୀବନର ଗତପଥ ବଦଳାଇ ଦେଲା। ସେଦିନର ସେଇ ଦୁର୍ଦ୍ଦିନରୁ ଆସି ଅଜି ସଫଳତାର ଚରମ ସୋପାନରେ।

ଅନିତା ଡୋଙ୍ଗରଙ୍କ ଜନ୍ମ ଏକ ସିନ୍ଧି ପରିବାରରେ ହୋଇଥିଲା ଯେଉଁ ପରିବାରେ ମହିଳାଙ୍କୁ କାମ କରିବା ପାଇଁ ଅନୁମତି ମିଳି ନ ଥାଏ । ସେ ଯେତେବେଳେ ଛୁଟିରେ ତାଙ୍କ ଦାଦା-ଦାଦିଙ୍କ ଘରକୁ ଯାଆନ୍ତି, ସେତେବେଳେ ଅନୁଭବ କରନ୍ତି ଯେ, ଏଠି ପୁରୁଷଙ୍କୁ କାମ କରିବାକୁ ଯେତିକି ସ୍ୱାଧୀନତା ମିଳିଥାଏ ମହିଳାଙ୍କୁ ସେତିକି ମିଳି ନ ଥାଏ । ଅନିତାଙ୍କ ବାପାଙ୍କ ଚାକିରି ଯେହେତୁ ମୁମ୍ବଇରେ ଥିଲା ତେଣୁ ତାଙ୍କୁ କିଛିଟା ଭିନ୍ନ ପରିବେଶ ମିଳିଥିଲା । ତଥାପି ତାଙ୍କର ପଢା ଶେଷ ହେବା ପରେ ଯେତେବେଳେ ସେ ଇଣ୍ଟନସିପ କରିବାକୁ ଗଲେ ଆରମ୍ଭ କଲେ ତାଙ୍କୁ ବହୁତ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କର ଏପରି କାମ  ଦେଖି ତ ତାଙ୍କର ପୁରା ଖାନଦାନ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ତାଙ୍କୁ ବାରଣ କରିଥିଲେ । ହେଲେ ତାଙ୍କ ପରିବାର ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ଏପରି ବିରୋଧାଭାସ ତାଙ୍କୁ ଭଲ ଲାଗି ନ ଥିଲା। ଏହି ଘଟଣା ବି ତାଙ୍କ ଜିଦ୍‌କୁ ବଢାଇ ଦେଇଥିଲା। ଯାହା ବି ହେଉ, କିଛି କରି ଦେଖାଇବେ-ଏମିତି ଏକ କଠୋର ନିଷ୍ପତ୍ତି ତାଙ୍କର ଉପରକୁ ଉଠିବାର ନିଶାକୁ ଆହୁରି ବଢାଇ ଦେଇଥିଲା।


ଏକ ସାକ୍ଷାତକାରରେ ଅନିତା କହିଛନ୍ତି, ଯେତେବେଳେ ଜୟପୁର ଯାଉଥିଲେ, ସେଠାରେ ମହିଳାମାନେ ପିନ୍ଧୁଥିବା ସୁନ୍ଦର ରଙ୍ଗୀନ ପୋଷାକ ତାଙ୍କୁ ଖୁବ ଭଲ ଲାଗିଥିଲା। ତା’ ଛଡା ତାଙ୍କ ମା’ ସେମାନଙ୍କ ପାଇଁ ଘରେ ପୋଷାକ ତିଆରି କରନ୍ତି । ଏସବୁ ଦେଖିବା ପରେ ତାଙ୍କର ଫ୍ୟାଶନ ଡିଜାଇନ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ୧୫ ବର୍ଷ ବୟସରୁ ସେ ନିଷ୍ପତ୍ତି ନେଇଥିଲେ ଯେ, ଫ୍ୟାଶନ ଡିଜାଇନରେ ତାଙ୍କର କ୍ୟାରିୟର ତିଆରି କରିବେ ।
ଏହାପରେ ଅନିତା ଏକ ଜାଗା ଭଡାରେ ନେଇ ନିଜ ଭଉଣୀଙ୍କ ସହ ମିଶି କାମ ଆରମ୍ଭ କରିଥିଲେ । ଆରମ୍ଭରୁ ତାଙ୍କ ପାଖରେ ମାତ୍ର ୨ଟି ମେଶିନ ଥିଲା । ସବୁ ଖର୍ଚ୍ଚ ସମ୍ଭାଳିବା ପରି ଶକ୍ତି ସେତେବେଳେ ଅନିତାଙ୍କ ପାଖରେ ନ ଥିଲା । ଏଥିପାଇଁ ସେ ବାରମ୍ବାର ଜାଗା ବଦଳାଉଥିଲେ । କତେବେଳେ ଭଡା ଅଧିକ ହେବାରୁ ତ କେତେବେଳେ ଭଡ଼ ଦେଇ ନ ପାରିବାରୁ । ପ୍ରଥମେ ପ୍ରଥମେ ସେ working ladY ଙ୍କ ପାଇଁ ପୋଷାକ ତିଆରି କରୁଥିଲେ । ହେଲେ ପରେ ଦୋକାନରେ ଦେବାପାଇଁ ପୋଷାକ ତିଆରି କଲେ । ହେଲେ ଦୋକାନୀମାନେ ବାରମ୍ବାର ଏହାକୁ ରିଜେକ୍ଟ କରି ଦେଉଥିଲେ । ଶେଷରେ ସେ ନିଜର ଏକ ବ୍ରାଣ୍ଡ କଲେ ଯାହାର ନାଁ ରଖିଲେ । ଏବେ ତାଙ୍କର କାରବାର କେବଳ ଦେଶରେ ନୁହେଁ ବରଂ ବିଦେଶ ଯାଏ ଲମ୍ବିଛି । ଏବେ ସେ  ୮୦୦ କୋଟି ଟଙ୍କାର ମାଲିକ ।


ତେବେ ଏହି ସଫଳତା ପାଇବା ପାଇଁ ଅନିତାଙ୍କ କମ୍‌ ସଂଘର୍ଷ କରିବାକୁ ପଡ଼ିନି । ଏବେ ଅନିତାଙ୍କ ଗ୍ରାହକଙ୍କ ମଧ୍ୟରେ ଅଛନ୍ତି ଅନେକ ସେଲିବ୍ରିଟି ଏବଂ ବିଦେଶର ଅନେକ ନାମୀ ଦାମି ଲୋକ । ଏବେ ବି ଅନିତା ସକାଳ ୬ଟାରୁ ଉଠନ୍ତି । ଠିକ୍ ୯ଟାରୁ କାମ ଆରମ୍ଭ କରନ୍ତି । ଦିନ ସାରା କାମ ଚାଲେ । ହେଲେ ସେ କାମ କରିବା ବେଳେ କେବେ ଥକି ପଡ଼ନ୍ତି ନାହିଁ । କାରଣ ତାଙ୍କ କାମ ପ୍ରତି ତାଙ୍କର ଖୁବ୍ ଆଗ୍ରହ ଥାଏ ।

You might also like