ଘରେ ଥିଲେ କେଉଁ ସବୁ ସାବଧାନତା ଆପଣେଇବେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ

ନୂଆଦିଲ୍ଲୀ: ଘରେ ବି ମୁହଁ ଘୋଡ଼ାଇ ରୁହନ୍ତୁ। ଯଦି, ଜ୍ୱର, କାଶ, ଥଣ୍ଡା ରହିଛି ଅଥବା ଏଭଳି ରୋଗୀ ଘରେ ଅଛନ୍ତି ତାହା ହେଲେ ମୁହଁ ଘୋଡ଼ାଇବା ନିତ୍ୟାନ୍ତ ଆବଶ୍ୟକ। ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ। ମାସ୍କ ନୁହେଁ ମୁହଁକୁ କୌଣସି ସଫା କପଡ଼ାରେ ଘୋଡ଼ାଇ ରଖିପାରିବେ।

ହେଲେ ଘରେ ଥିବା ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା କପଡ଼ା ବ୍ୟବହାର କରନ୍ତୁ। ସବୁ କପଡ଼ାକୁ ନିୟମିତ ସଫା କରନ୍ତୁ ବୋଲି ସେ କହିଛନ୍ତି।

ଏହାସହ କପଡ଼ାକୁ ବ୍ୟବହାର କଲା ପରେ ଏହାକୁ ସୁରକ୍ଷିତ ଓ ସଫା ଯାଗାରେ ରଖନ୍ତୁ। ସେହିପରି ଭିଡ଼ ଅଞ୍ଚଳରେ ରହୁଥିବା ଲୋକେ ବି ମୁହଁକୁ ଘୋଡ଼ାଇ ରଖନ୍ତୁ। ସେହିଭଳି ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ଗାଇଡଲାଇନ୍ ଅନୁସାରେ ମାସ୍କ ବ୍ୟବହାର କରନ୍ତୁ ବୋଲି ସେ ସ୍ପଷ୍ଟ କରିଛନ୍ତି।

You might also like