ଦୋଳିରୁ ପଡ଼ି ହାତ ଭାଙ୍ଗିଲେ ବଡ଼ ଠାକୁର

୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି।

ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼ ଦିଅଁଙ୍କୁ ନିଜ ଛାତିରେ ବସି ଝୁଲେଇ ଦବ ବୋଲି। ଆହା କି ଦୃଶ୍ୟ ଥିଲା ସିଏ। କିନ୍ତୁ, କିଏ ଜାଣିଥିଲା ଆଜି ଘଟିବ ଏମିତି ଗୋଟେ ଅଘଟଣ।

ଦୋଳ ପୂର୍ଣ୍ଣିମାରେ ମଣିମାଙ୍କ ‘ଠା’ ପ୍ରସ୍ତୁତ ହେଲାଣି ଆଉ ଏପଟେ ପୂଜାପଣ୍ଡା ସାଆନ୍ତେ ବି ଶ୍ରୀ ଛାମୁକୁ ବିଜେ କଲେଣି। ଏତିକି ବେଳେ ଦୂଲ୍‌ କିନା ଶବ୍ଦଟାଏ ହେଲେ।

ଓଃ କି କରୁଣ ଦୃଶ୍ୟ ଥିଲା ସିଏ ।
ଦୋଳି ଛିଣ୍ଡି ମଣୀମାଙ୍କ ଶ୍ରୀଭୁଜ ଭାଙ୍ଗିଲା।
କି ଦୁଃଖ.. କି ଦୁର୍ଭାଗ୍ୟ ଏ ଜାତିର। ମଣିମାଙ୍କ ଶ୍ରୀ ଭୁଜ ନୁହେଁ ସତେ ଯେମିତି ଏ ଜାତିର ହାତ ଭାଙ୍ଗିଗଲା।

ଦୋଳ ପୂର୍ଣ୍ଣିମାର ଉତ୍ସାହରେ ଭଟ୍ଟା ପଡିଲା। ବଡ ଦେଉଳକୁ ବିଜେ କରିବା ପରେ ଶ୍ରୀଅଙ୍ଗ ଲାଗି ଦଇତା ଭାଗାରିଏ ଏକାଠି ହୋଇ ଶ୍ରୀଅଙ୍ଗ ସୁସ୍ଥ କଲେ। ମହାସ୍ନାନ ବଢିବା ଉତ୍ତାରୁ ନୀତି ବଡ଼ିଲା।

ନିଷ୍ପତ୍ତି ହେଲା ଏଣିକି ଆଉ ଦୋଳ ପୂର୍ଣ୍ଣିମାରେ ବଡ଼ ଠାକୁର ବାହାର ବିଜେ କରିବେନି। ଦେଉଳର ଉତ୍ତର ପୂର୍ବ କୋଣରେ ଠିଆ ହେଲା କଳା ମୁଗୁନି ପଥରର ସୁଦୃଶ୍ୟ ଦୋଳବେଦୀ। ଆଉ ସେବେଠାରୁ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ଏହି ମଣ୍ଡପକୁ ଭୁ ଦେବୀ, ଶ୍ରୀ ଦେବୀଙ୍କ ସହ ବିଜେ କରି ନୀତି ସମ୍ପନ୍ନ କରୁଛନ୍ତି ଶ୍ରୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଦୋଳଗୋବିନ୍ଦ।

You might also like