କେବଳ ଶ୍ରା ରାମଙ୍କ ଆଗମନ ନୁହେଁ, ଏହି ୪ଟି କାରଣରୁ ବି ପାଳନ କରାଯାଏ ଦୀପାବଳି

ନୂଆଦିଲ୍ଲୀ: ନଭେମ୍ବର ୧୪ ତାରିଖରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ଏହି ପର୍ବକୁ ସାରା ଦେଶରେ ବଡ଼ ଧୁମ୍‌ଧାମରେ ପାଳନ କରାଯାଏ। କିଏ ଏହାକୁ ଅନ୍ଧାର ଉପରେ ଆଲୋକର ବିଜୟ କୁହେ ତ ଆଉ କିଏ କହେ ପାପ ଉପରେ ପୁଣ୍ୟର ବିଜୟ। ଦୀପାବଳି ପାଳନକୁ ନେଇ ଦେଶର ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ କାରଣ ରହିଥିଲେ ମଧ୍ୟ ଏହାର ଅର୍ଥ କିନ୍ତୁ ଗୋଟିଏ। ତେବେ ଆସନ୍ତୁ ଜାଣିବା କେଉଁ ପ୍ରଦେଶରେ ଦୀପାବଳି ପାଳନର କ’ଣ କାରଣ ରହିଛି ?

A Beautiful Woman Lighting a Stockvideoklipp på (helt royaltyfria) 1015209853 | Shutterstock

ଉତ୍ତର ଭାରତର ଦୀପାବଳି

ପୌରାଣିକ ମତରେ ୧୪ ବର୍ଷ ବନବାସ କାଟି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟା ଫେରିଲେ, ସେତେବେଳେ ଅଯୋଧ୍ୟାବାସୀ ତାଙ୍କୁ ସ୍ୱାଗତ କରିବା ପାଇଁ ସାରା ନଗରୀକୁ ଆଲୋକରେ ସଜେଇ ଦେଇଥିଲେ। ଅଯୋଧ୍ୟା ନଗରୀରର ଗଳିକନ୍ଦି ସବୁଠି ପ୍ରଦୀପ ପ୍ରଜ୍ୱଳନ କରାଗଲା। ଆଲୋକତି ହୋଇ ଉଠିଲା ଅଯୋଧ୍ୟା। ସେହି ଦିନ ଠାରୁ ଏହି ସ୍ମୃତିରେ ଦୀପାବଳି ପର୍ବପାଳନ ହୋଇଆସୁଛି। ଉତ୍ତର ଭାରତରେ ଦ୍ୱୀପାବଳିରେ ଏଭିଳି ମାନ୍ୟତା ରହିଛି।

ଦକ୍ଷିଣ ଭାରତର ଦୀପାବଳି   

ନରକ ଚୁତୁର୍ଥୀ ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁର ନାମକ ରକ୍ଷସକୁ ବଦ୍ଧ କରିଥିଲେ। ଏହି ଖୁସୀରେ ଦକ୍ଷିଣ ଭାରତରେ ଚତୁର୍ଦ୍ଦଶୀର ଗୋଟିଏ ଦିନ ପୂର୍ବରୁ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି।

Narakasura Diwali story- The New Indian Express

ପଶ୍ଚିମ ଭାରତର ଦୀପାବଳି

ପୃଥିବୀ ପୃଷ୍ଠକୁ ରାକ୍ଷସ ରାଜ ବଳିଙ୍କ ପ୍ରତ୍ୟାଗମନକୁ ମନେ ପକାଇ ପାଞ୍ଚଦିବସୀୟ ଏହି ପର୍ବର ଚତୁର୍ଥ ଦିନକୁ ଦୀପାବଳି ଭାବେ ପାଳନ କରାଯାଏ। ପୌରାଣିକ କତାବସ୍ତୁ ଅନୁସାରେ ମହାଦାନୀ ରାକ୍ଷସରାଜ ବଳିଙ୍କୁ ଭଗବାନ ବିଷ୍ଣୁ ପାତାଳ ଲୋକଙ୍କୁ ପଠାଇ ଦେଇଥିଲେ। ଅନେକ ସମୟ ବିତିଯିବା ପରେ ବଳି ପୁଣିଥରେ ପୃଥିବୀ ପୃଷ୍ଠକୁ ଫେରିଥିଲେ। ଏହି ଖୁସୀରେ ପଶ୍ଚିମ ଭାରତବାସୀମାନେ ଦାପୀ ଜାଳି ଆଲୋକ ପର୍ବ ପାଳନ କରିଥାନ୍ତି ବୋଲି ମାନ୍ୟତା ରହିଛି।

The colourful one. See you next year, Maa. . #KaliPujo #Kali #Diwali #Diwali2018 #Bhashan #Visarjan #Kolkata #Babughat | Kali goddess, Maa kali images, Kali mata

ପୂର୍ବ ଭାରତର ଦୀପାବଳି

ପୂର୍ବ ଭାରତରେ ଦୀପାବଳି ସହିତ କାଳୀ ପୂଜାର ସାମଞ୍ଜସ୍ୟ ରହିଛି। ଏଠାରେ ଅନେକ ପ୍ରାନ୍ତରେ କାଳି ପୂଜାକୁ ଦୀପାବଳି ଭାବରେ ପାଳନ କରାଯାଇଥାଏ। ଅନ୍ଧାର ଭିତରେ ମାଆ କାଳୀ ଅଭୟଦାଇନୀ ବୋଲି ବିଶ୍ୱାସ ରହିଛି। ସେଥିପାଇଁ କାଳୀ ପୂଜାକୁ ଏଠାରେ ଦୀପାବଳି ଭାବେ ପାଳନ କରାଯାଇଥାଏ।

Diwali 2018: Laxmi Puja Vidhi, Muhurat, Time, Samagri, Mantra | Religion News,The Indian Express

ସେହିଭଳି କେତେକ ଅଞ୍ଚଳରେ ଦୀପାବଳି ପର୍ବକୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ବିବାହ ଉତ୍ସବ ଭାବରେ ପାଳନ କରାଯାଏଇଥାଏ। କେତେକ ଏହାକୁ ମାତା ଲକ୍ଷ୍ମୀଙ୍କର ଜନ୍ମଦିନ ଭାବରେ ବି ପାଳନ କରିଥାନ୍ତି। କାରଣ ମାତା ଲକ୍ଷ୍ମୀ କାର୍ତ୍ତିକ ମାସ ଅମାବାସ୍ୟା ରାତୀରେ ଜନ୍ମ ହୋଇଥିଲେ ବୋଲି ଲୋକ ବିଶ୍ୱାସ ରହିଛି।

ତେବେ ବିଭିନ୍ନ ପ୍ରଦେଶରେ ଦୀପାବଳି ପାଳନର କାରଣ ଭିନ୍ନ ଭିନ୍ନ ହେଲେ ମଧ୍ୟ ଏହାର ଅର୍ଥ କିନ୍ତୁ ଗୋଟିଏ। ଅନ୍ଧାର ଉପରେ ଆଲୋକର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହିଁ ଦୀପାବଳି। ବୋଧ ହୁଏ ଏହି କାରଣରୁ ଭାରତରେ ବିବିଧତା ମଧ୍ୟରେ ଏକତା ରହିଛି। ଯାତି, ଧର୍ମ, ବର୍ଣ୍ଣ ଅଲଗା ହେଲେ ମଧ୍ୟ ଭାରତମାତା ଆମକୁ ଗୋଟିଏ ସମ୍ପର୍କର ସୂତାରେ ବାନ୍ଧି ରଖିଛି।

 

 

ଆହୁରି ପଢ଼ନ୍ତୁ

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

You might also like