କରୋନାର ମାୟା ଜାଲରେ ଆକ୍ତାମାକ୍ତା ବିଶ୍ୱ; ଏମିତି ଥିଲା ୨୦୨୦ କରୋନା ବିଭୀଷିକା

କୋଡିଏ କରୋନା କାଳର କରୁଣ କଥା; ଅଣ ନିଶ୍ୱାସୀ ହେଲା ବିଶ୍ୱ, ସବୁ କିଛି ଠପ୍‌ ହୋଇଗଲା। ଚାରିଆଡ଼େ କୁଢ଼ କୁଢ଼ ଶବ। ଯୁଇର ଧୂଆଁରେ ଆକ୍ତାମାତ୍କା ହେଲା ଆକାଶ। ଲୋକ ମନରେ ଛିଡ଼ିଗଲା ସମ୍ପର୍କର ଡୋର, ମରିଗଲା ମାନବିକତା।

୨୦୧୯ର ବହୁ ଘାତ ପ୍ରତିଘାତ, ଭଲମନ୍ଦ ସହିବା ପରେ ଏହି ବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ ବିଶ୍ୱବାସୀ। ଭାବିଥିଲେ, ପୁଣି ଗୋଟେ ନୂଆ ବର୍ଷ ଆସିବ, କେତେ କଣ ନୂଆ ସମ୍ଭାବନା ଆଶା ଓ ଆଶଙ୍କା ଆଣିବ। କେତେ କେତେ ଘାତପ୍ରତିଘାତ ଦେଇ ଜୀବନ ବିତିବ। ବର୍ଷ ୨୦୧୯ ସରିବାକୁ ଆଉ ମାତ୍ର କେଇଟା ଦିନ ବାକି ଥିଲା। ସେପଟେ ବିଶ୍ୱର ବିଶାଳ ଜନସଂଖ୍ୟାର ଦେଶ ଚୀନରେ କେହି ଜଣେ ଅଦୃଶ୍ୟ ଦାନବ ବିଛାଉଥିଲା ମୃତ୍ୟୁର ମାୟା ଜାଲ। ଆଉ ସେହି ଜାଲରେ ଛନ୍ଦି ହୋଇ ଚାହୁଁ ଚାହୁଁ ଅଣନିସ୍ୱାସୀ ହୋଇଗଲା ସାରା ବିଶ୍ୱ। ମାହାମାରୀ ମାରିଦେଲା ଲକ୍ଷ ଲକ୍ଷ ଜୀବନ। ଏବେ ବର୍ଷ ୨୦୨୦ ସରିବାକୁ ଯାଉଛି। ତେଣୁ ଆସନ୍ତୁ ଥରେ ନଜର ପକାଇ ନେବା କୋଡ଼ିଏର କରୋନା କାଳ ଉପରେ।

Coronavirus in China gets incursive with death toll rising...

ବିଶ୍ୱର ପ୍ରଥମ କରୋନା ଚିହ୍ନଟ

ବିଶ୍ୱରେ ପ୍ରଥମେ ଚାଇନାରୁ ମହାମାରୀ କରୋନା ଭାଇରସ ଚିହ୍ନଟ ହୋଇଥିଲା। ୨୦୧୯ ଡିସେମ୍ବର ୩୧ ତାରିଖରେ ଉହାନ ସହରର ହୁବେଇ ଅଞ୍ଚଳରେ ଏକ ଅଜଣା ନିମୋନିଆ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଲା ଚାଇନା। ୨୦୧୯ ଡିସେମ୍ବର ୩୧ରୁ ୨୦୨୦ ଜାନୁଆରୀ ୩ ପର୍ଯ୍ୟନ୍ତ ଦେଶରେ ୪୪ ଜଣ ଏହି ନିମୋନିଆରେ ଶିକାର ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ  ବା ‘ହୁ’ କୁ  ଜଣାଇଥିଲା ଚୀନ।

ଚାଇନାର ‘ହୁନାନ ସି ଫୁଡ୍‌ ହୋଲ୍‌ସେଲ୍ ମାର୍କେଟ୍’‌ରୁ ପ୍ରଥମେ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଏ। ତେବେ ଏହି ସମୟରେ କରୋନାର ପ୍ରଥମ ମୃତ୍ୟୁ ନେଇ ଜଣାପଡ଼ି ନଥିଲା। ଏହାପରେ ଜାନୁଆରୀ ୩୦ ତାରିଖରେ ସ୍ୱାସ୍ଥ୍ୟଗତ ଜରୁରିକାଳୀନ ପରିସ୍ଥିତି ଘୋଷଣା କଲା ‘ହୁ’

ତେବେ ୨୦୨୦ ଫେବ୍ରୁଆରୀ ୧୭ ତାରିଖ ବେଳକୁ ଚୀନ ବ୍ୟତୀତ ଅନ୍ୟ ୨୫ ଦେଶକୁ କରୋନା ବ୍ୟାପି ସାରିଥିଲା। ଏହି ସମୟରେ ଚୀନରେ ୭୦, ୬୩୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ୧,୭୭୨ ମୃତ୍ୟୁ ହୋଇଥିଲା। ସେହିପରି ଚୀନ ବାହାରେ ମାତ୍ର ୭୯୪ କେସ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। 

Coronavirus live updates: China says 132 people have died

ଆଖି ବୁଜିଲେ କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତର

ଚୀନରେ କରୋନା ଭାଇରସ୍‌ ସଂପର୍କରେ ପ୍ରଥମେ ଡାକ୍ତର ଲି. ୱେନ୍‌ଲିଆଙ୍ଗ୍‌ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ମାରାତ୍ମକ କରୋନାରେ ଫେବ୍ରୁଆରୀ ୭ ତାରିଖରେ ତାଙ୍କର ବି ମୃତ୍ୟୁ ହୋଇଥିଲା। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନ୍‌ ସହରରେ ଏକ ହସ୍ପିଟାଲ୍‌ରେ ଲି ୱେନ୍‌ଲିଆଙ୍ଗ୍‌ ଜଣେ ophthalmologist ଭାବେ କାର୍ଯ୍ୟ କରୁଥିଲେ।

ଭାରତରେ କରୋନା ସ୍ଥିତି

ପ୍ରଥମ ପଜିଟିଭ୍

୨୦୨୦ ଜାନୁଆରୀ ମାସ ୨୭ ତାରିଖରେ ଦେଶର ପ୍ରଥମ କରୋନା ପଜିଟିଭ୍‌ କେରଳର ତ୍ରିଶୁରରେ ଚିହ୍ନଟ ହୋଇଥିଲା। ଚୀନର ଉହାନ ୟୁନିଭର୍ସିଟିରେ ପାଠ ପଢୁଥିବା ଜଣେ ଭାରତୀୟ ଛାତ୍ରୀଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା। ଜାନୁଆରୀ ୨୩ରେ ସେ ଉହାନରୁ କୋଲକାତା ଏୟାର୍‌ପୋର୍ଟରେ ପହଞ୍ଚିଥିଲେ। ପରେ ଦ୍ୱିତୀୟ ଓ ତୃତୀୟ ପଜିଟିଭ୍‌ ବି ସେହି କେରଳରୁ ହିଁ ଚିହ୍ନଟ ହୋଇଥିଲେ। ପରେ ଏମାନେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ଆମେରିକାକୁ ଟପିଲା ଭାରତ

ଅଗଷ୍ଟ ୩୦ ତାରିଖରେ ରିପୋର୍ଟ ଅନୁସାରେ, ଦିନକରେ ୭୮,୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ବିଶ୍ୱର ପ୍ରଥମ। ଯାହା ଆମେରିକାକୁ ମଧ୍ୟ ଟପି ଯାଇଥିଲା। ସେତେବେଳେ ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା। ୩୫,୪୨, ୭୩୩।

Focus on getting migrants back home; talking to industry to protect jobs, wages: Labour Minister - cnbctv18.com

ଦେଶରେ କରୋନା କ୍ରମାନ୍ୱୟ

ଅଗଷ୍ଟ ମାସରେ ୭ ତାରିଖର ସୁଧା ଭାରତରେ କରୋନା ଭାଇରସ ସଂଖ୍ୟା ୨୦ ଲକ୍ଷ ଥିଲା। ଅଗଷ୍ଟ ୨୩ରେ ସଂଖ୍ୟା ବଢ଼ି ୪୦ ଲକ୍ଷ ହୋଇଥିଲା। ପରେ ସେପ୍ଟେମ୍ବର ୫ରୁ ୧୬ ତାରିଖ ମଧ୍ୟରେ ସଂଖ୍ୟା ୫୦ ଲକ୍ଷ ଓ ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ହୋଇଥିଲା। ଅକ୍ଟୋବର ୧୧ରେ ୭୦ ଲକ୍ଷ ଓ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଏହି ସଂଖ୍ୟା ୮୦ ଲକ୍ଷ ଛୁଇଁଥିଲା। ସେହିପରି ନଭେମ୍ବର ମାସ ୨୦ ତାରିଖ ସୁଦ୍ଧା ସଂଖ୍ୟା ୯୦ ଲକ୍ଷ ଟପିଥିବା ବେଳେ ଡିସେମ୍ବର ୧୯ ତାରିଖରେ କରୋନା କୋଟିଏ ମାଇଲଖୁଣ୍ଡ ଅତିକ୍ରମ କରିଥିଲା।

ଦେଶର ପ୍ରଥମ କରୋନା ମୃତ୍ୟୁ

ମାର୍ଚ୍ଚ ୧୨ ତାରିଖରେ ଦେଶରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। କରୋନାରେ ମୃତ୍ୟୁବରଣ କରିଥିବା ପ୍ରଥମ ରୋଗୀ ହେଲେ ୭୬ ବର୍ଷ ବୟସ୍କ ମହମ୍ମଦ ହୁସେନ୍ ସିଦ୍ଦିକି। କର୍ଣ୍ଣାଟକାର କାଲାବୁର୍ଗିରେ ରହୁଥିଲେ। ସିଦ୍ଦିକି ସାଉଦି ଆରବରୁ ଫେରିଥିଲେ। ପ୍ରଥମ ମୃତ୍ୟୁ ବେଳେ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୪ ଥିଲା।

COVID-19: A History of Coronavirus | Lab Manager

ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ହେଲା ଗୋଆ

ଦେଶର ଗୋଆ ପ୍ରଥମ କରୋନା ମୁକ୍ତ ରାଜ୍ୟ ହୋଇ ପାରିଥିଲା। ଯେଉଁଠି ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯାଇଥିଲେ। ଏନେଇ ଏପ୍ରିଲ ୨୦ ତାରିଖରେ ଘୋଷଣା କରିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ।

କରୋନା ପାଇଁ ଦେଶରେ ପ୍ରଥମ ଯବାନଙ୍କ ସହିଦ

କରୋନା ଭାଇରସ ଯୋଗୁ ଏପ୍ରିଲ୍ ୨୮ ତାରିଖରେ ଦେଶର ପ୍ରଥମ ଯବାନ ସହିଦ ହୋଇଥିଲେ। ସେ ହେଲେ ୫୫ ବର୍ଷିୟ ସିଆରପିଏଫ୍‌(CRPF) ସବ୍ ଇନ୍ସପେକ୍ଟର ମହମ୍ମଦ ଇକ୍ରାମ ହୁସେନ୍‌।

All you need to know about Corona Virus in India | UNICEF India

ଦେଶର ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ଦେଶର ପ୍ରଥମ ଡାକ୍ତର ଭାବେ ଏପ୍ରିଲ ୯ ତାରିଖରେ ଇନ୍ଦୋରର ଡାକ୍ତର ଶତ୍ରୁଘ୍ନ ପଞ୍ଜଓ୍ୱାନିଙ୍କର ମୃତ୍ୟୁ ହୋଇଥିଲା। ମୃତ ଡାକ୍ତର ଜଣଙ୍କ କୌଣସି କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁନଥିଲେ। ବରଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

କରୋନାର ପ୍ରଥମ ଫଟୋ

ମାର୍ଚ୍ଚ ୨୭ ତାରିଖରେ ଭାରତରେ କରୋନାର ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା। ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍‌ରୁ ମାଇକ୍ରୋସ୍କୋପ୍‌ ଜରିଆରେ ଏହାର ଫଟୋ ଉଠାଯାଇଥିଲା।

କରୋନା ପାଇଁ ଲକ୍‌ଡାଉନ୍‌

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରୁ ମାର୍ଚ୍ଚ ୨୪ ତାରିଖରେ ପ୍ରଥମ ଥର ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ଭାରତ ସରକାର। ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାପରେ ମେ ୧ ତାରିଖରୁ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୁଞ୍ଚିଥିଲା। ପୁଣି ୩୧ ମେଁ କୁ ଲକ୍‌ଡାଉନ୍ ବଢ଼ାଇଥିଲେ ସରକାର। ପୁଣି ଜୁନ ୩୦ କୁ ଘୁଞ୍ଚିଥିଲା ଲକ୍‌ଡାଉନ୍‌।

Coronavirus : Covid-19, Shattered Mechanism, Unified India, Tragedy, Need Better Management, Fight With Pandemic - कोविड-19 : त्रासदी में बिखरता तंत्र और एकजुट भारत, महामारी से जंग में बेहतर ...

ରାଜ୍ୟରେ କରୋନା ସ୍ଥିତି

ଏବେ ଆସନ୍ତୁ ନଜର ପକାଇବା ଆମ ରାଜ୍ୟ ଓଡ଼ିଶା ଉପରେ। ରାଜ୍ୟରେ ତାଣ୍ଡବ ରଚିଛି କରୋନା। ବହୁ ସାଧାରଣ ଓ ବିଜ୍ଞ ଲୋକଙ୍କର ଜୀବନ ବି ନେଇଛି।

ପ୍ରଥମ ପଜିଟିଭ୍ ଚିହ୍ନଟ

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

ଏହା ପରେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ। ଲଗାତର  ରାଜ୍ୟର ପ୍ରଥମ ୩ଟି କରୋନା କେସ୍‌ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲା। ସେହିପରି ଏପ୍ରିଲ ୧୦ରେ ପ୍ରଥମ ଥର ପାଇଁ ଦୁଇଟି ଶିଶୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଉଭୟ ଶିଶୁ କନ୍ୟାଙ୍କ ବୟସ ୯ ଓ ୫ ବର୍ଷ ଥିଲା।

coronavirus cases in kerala: Three confirmed cases of Coronavirus in India, all from Kerala - The Economic Times

ପ୍ରଥମ କରୋନା ମୃତ୍ୟୁ

ଏପ୍ରିଲ ୭ରେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ୭୨ ବର୍ଷ ବ୍ୟକ୍ତିଙ୍କର ପ୍ରଥମେ ଜୀବନ ନେଇଥିଲା କରୋନା। ସେ ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

ସୁବର୍ଣ୍ଣପୁର ହେଲା କରୋନାମୁକ୍ତ ଜିଲ୍ଲା

ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ କରୋନା ମୁକ୍ତ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା। ଡିସେମ୍ବର ୧୬ ତାରିଖରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ସୁବର୍ଣ୍ଣପୁର କରୋନାମୁକ୍ତ ହୋଇଥିଲା ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ପ୍ରଥମ କରୋନା ଟିକା

ଋଷ ବିଶ୍ୱର ପ୍ରଥମ କରୋନା ଭାକ୍ସିନ ଆବିଷ୍କାର କରିଥିବା ଦାବି କରିଥିଲା। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ନେଇଥିଲେ। ତେବେ ଏହା ପୂର୍ବରୁ ମେ ମାସରେ ଇଟାଲୀ ପ୍ରଥମ କରୋନା ଟୀକା ଆବିଷ୍କାର କରିବା ନେଇ ଦାବି କରିଥିଲା। ମୂଷା ଠାରେ ଟୀକାର ପରୀକ୍ଷଣ ବି କରିଥିଲା। ଏହାପରେ ଡିସେମ୍ବର ଆରମ୍ଭରୁ କରୋନା ଟିକା ଫାଇଜର୍‌ ବାୟୋଟେକ୍‌କୁ ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ବ୍ରିଟେନ୍।

Proportion of youth with coronavirus triples in five months: World Health Organization

ଭାରତର ପ୍ରଥମ କରୋନା ଟିକାର ମାନବ ପରୀକ୍ଷଣ

ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା। ଭାରତର ଏହି ପ୍ରଥମ କରୋନା ଟିକା ପରୀକ୍ଷଣରେ ପ୍ରାୟ ୧୧ ଶହ ଲୋକ ଭାଗ ନେବାକୁ ଯୋଜନା ହୋଇଥିଲା।

ଡିଜିଟାଲ୍ ମାଧ୍ୟମରେ କରୋନା ରୋକିବାକୁ ପ୍ରୟାସ

‌କରୋନାକୁ ଟ୍ରାକ୍ କରିବା ପାଇଁ ଭାରତ ସରକାର ଏପ୍ରିଲ୍‌ ଦୁଇ ତାରିଖରେ ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରିଥିଲେ। ଏହି ଆପ୍‌କୁ ନେଇ ଅନେକ ବିବାଦ ମଧ୍ୟ ଦେଖା ଦେଇଥିଲା। ଡାଟା ଚୋରି ହେବାର ଆଶଙ୍କା ନେଇ ଅନେକ ପ୍ରଶ୍ନ ଉଠିବା ପରେ WHO କିନ୍ତୁ ଏହାକୁ ପ୍ରଶଂସା କରିଥିଲା। ମେ ମାସରେ ଆପ୍‌ ଡାଉନ୍‌ଲୋଡ୍ କରିବାକୁ ବାଧ୍ୟତାମୂଳକ କରିଥିଲେ ସରକାର। 

ସେହିପରି କରୋନା ଟିକା ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ କରିବାକୁ ଡିସେମ୍ବର ୮ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଥିଲେ। ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ଟିକାକରଣ କେନ୍ଦ୍ର ସମ୍ପର୍କରେ ଆପ୍‌ରୁ ସୂଚନା ମିଳିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ।

Coronavirus: Facebook, Twitter and YouTube 'fail to tackle anti-vaccination posts' - BBC News

ବ୍ରିଟେନ୍ ନୁହେଁ, ଆଫ୍ରିକାରୁ ଆସିଛି କରୋନାର ନୂଆ ଷ୍ଟ୍ରେନ

ଏହାପରେ ଏହି ଡିସେମ୍ବର ମାସରେ ବ୍ରିଟେନ୍‌ରୁ  କରୋନାର ଏକ ନୂଆ ପ୍ରକାର ଭାଇରସ ଦେଖା ଦେଇଛି। ଯାହାର ନାଁ ସାର୍ସ- କୋଭ୍-୨। ଏହା ୭୦ ପ୍ରତିଶତ ଅଧିକ ସଂକ୍ରମିତ। କିନ୍ତୁ ସେତେଟା ଘାତକ ନୁହେଁ ବୋଲି ସୂଚନା ମିଳିଥିଲା। ତେବେ ପରେ ଏହି ନୂଆ ଭାଇରସ୍‌ଟି ଦକ୍ଷିଣ ଆଫ୍ରିକାରୁ ଆସିଥିବା କହିଥିଲା  WHO

୨୬ ଡିସେମ୍ବର ୨୦୨୦ ସୁଧା ଦେଶ, ବିଶ୍ୱ ଓ ରାଜ୍ୟରେ କରୋନା ସ୍ଥିତି ଏମିତି…

ବିଶ୍ୱ-୨୦୨୦ ଡିସେମ୍ବର ୨୬ ସୁଧା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୭ଲକ୍ଷ ୬୪ ହଜାର ୩୨୯ରେ ହୋଇଛି। ସେହିପରି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୋଟି ୭ ଲକ୍ଷ ୫ ହଜାର ୭୪୨ରେ ଥିବା ବେଳେ ସୁସ୍ଥ ହେଲେଣି ୫କୋଟି ୬୮ଲକ୍ଷ ୯୪ହଜାର ୧୨୫ ଜଣ।
ଭାରତ- ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା- ୧,୦୧,୮୭୮୫୦ ହୋଇଛି।
ମୋଟ ମୃତ୍ୟୁ ସଂଖ୍ୟା- ୧,୪୭,୬୨୨
ମୋଟ ସକ୍ରିୟସଂଖ୍ୟା- ୨,୭୮,୬୯୦
ମୋଟ ସୁସ୍ଥ ସଂଖ୍ୟା- ୯୭,୬୧,୫୩୮ 
ଓଡ଼ିଶା-  ମୋଟ ପଜିଟିଭ ସଂଖ୍ୟା – ୩୨୮୫୦୪
ମୋଟ ସୁସ୍ଥ ସଂଖ୍ୟା-୩୨୩୭୪୯
ମୋଟ ସକ୍ରିୟ ସଂଖ୍ୟା-୨୮୪୧

 

You might also like