ଶୀତ ଦିନରେ ଉଷୁମ ପାଣିରେ ଗାଧୋଉଥିଲେ ସାବଧାନ!

ଶୀତ ଦିନ ଆସିବା କ୍ଷଣି ଆମ ଶରୀରରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଦେଖା ଦେଇଥାଏ। ଏହି ସୟରେ ଫ୍ଲୁ ଜନିତ ବା ସଂକ୍ରମିତ ରୋଗ ହେବାର ଆଶଙ୍କା ଅଧିକ ବଢ଼ିଯାଇଥାଏ। ଥଣ୍ଡା, କାଶ, ଓ ଜ୍ୱର ଭଳି ସମସ୍ୟା ହେବା ସହିତ ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗ ମଧ୍ୟ ଦେଖାଯାଏ। ଶୀତଦିନରେ ସାଧାରଣତଃ ଆମ ଜୀବନଶୈଳୀରେ ବି ପରିର୍ତ୍ତନ ଆସିଥାଏ। ଯାଡ଼ରୁ ବର୍ତ୍ତିବା ପାଇଁ ଗରମ ପୋଷାକ ପିନ୍ଧିବା, ବାରମ୍ବାର ଗରମ ଚାଁ ଓ କଫି ପିଇବା ସହିତ ଗରମ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଅନେକ ସମୟରେ ବିଳମ୍ବରେ ଗାଧୋଇବା ସହିତ ଗାଧୋଇବା ବେଳେ ଉଷୁମ ପାଣି ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶୀତ ଦିନେ ଏପରି ଅଭ୍ୟାସ କରିବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ ?

ଶୀତ ଦିନରେ କେତେଗୁଡ଼ିଏ ବଦଅଭ୍ୟାସ କିପରି ଆମ ଶରୀର ଉପରେ କୁ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା

Cold Shower vs. Hot Shower: Benefits, Post-Workout, and More

ଅଧିକ ସମୟ ପର୍ଯ୍ୟନ୍ତ ଉଷୁମ ପାଣିରେ ଗାଧୋଇବା:-  ଅଧିକ ସମୟ ଉଷୁମ ପାଣିରେ ଗାଧୋଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଏହାଦ୍ୱାର ଆମ ଶରୀର ସହିତ ବ୍ରେନ୍ ଉପରେ ବି କୁପ୍ରଭାବ ପଡ଼ିଥାଏ। କାରଣ ଗରମ ପାଣିରେ ଗାଧୋଇବା ଦ୍ୱାରା ଆମ ଶରୀରେ ଥିବା କେରାଟିନ୍‌ ନାମକ ଏକ ସ୍କିନ୍‌ ସେଲ୍‌କୁ ନଷ୍ଟ କରିଦେଇଥାଏ। ଫଳରେ ଚର୍ମ ସୁଷ୍କ ପଡ଼ିଯିବା ସହିତ କୁଣ୍ଡାଇ ହେବା ଓ ଚର୍ମରେ ଛୋଟ ଛୋଟ ଘିମିର ଭଳି ବାହାରି ଥାଏ।

Cold weather layering tips for going outside in pandemic winter - Vox ଅଧିକ ପୋଷାକ ପିନ୍ଧିବା:- ପ୍ରବଳ ଥଣ୍ଡାରୁ ରକ୍ଷା ପାଇଁ ଶରୀରକୁ ଗରମ ରଖିବା ଶରୀର ପାଇଁ ଭଲ। କିନ୍ତୁ ଅନେକ ସମୟରେ ଯାଡ଼ରୁ ବର୍ତ୍ତିବା ପାଇଁ ଆମେ ଏକାଥରେ ଏକାଧିକ ପୋଷାକ ପିନ୍ଧିଥାଉ କିମ୍ବା ଅଧିକ ଗରମଯୁକ୍ତ ପୋଷାକ ପିନ୍ଧି ଥାଉ। ଯାହା ଆମ ପାଇଁ କ୍ଷତି କାରକ ହୋଇଥାଏ। ଏପରି କରିବା ଦ୍ୱାରା ଆମ ଶରୀର ଓଭର ହିଂଟିଂ(ଶରୀର ଅବଶ୍ୟକ ଠାରୁ ଅଧିକ ତାପମାତ୍ରା ବୃଦ୍ଧି ) ସମସ୍ୟାର ସମ୍ମୁଖୀନ ହୋଇଥାଏ। ଥଣ୍ଡା ଲାଗିବା ଦ୍ୱାରା ଆମ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି ବା ଇମ୍ୟୁନୋ ସିଷ୍ଟମ ହ୍ୱାଇଟ୍ ବ୍ଲଡ୍ ସେଲ୍‌ ତିଆରି କରିଥାଏ। ଯାହା ସଂକ୍ରମଣ ଜନିତ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ। କିନ୍ତୁ ଶରୀର ଅତ୍ୟଧିକ ଗରମ ହେବା ଦ୍ୱାରା ଇମ୍ୟୁନୋ ସିଷ୍ଟମର ହ୍ୱାଇଟ୍ ବ୍ଲଡ୍ ସେଲ୍‌ ପ୍ରସ୍ତୁତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ଫଳରେ ସଂକ୍ରାମକ ରୋଗର ଆଶଙ୍କା ବଢ଼ିଥାଏ।

A Magical, Festive and Delicious Experience Is Exactly What You'll Get at ZED Park's Winter Wonderland

ଶୀତ ଦିନ ଆବଶ୍ୟକତା ଠାରୁ ଅଧିକ ଖାଇବା:- ଶୀତଦିନରେ ସାଧାରଣତଃ ମଣିଷର ଖୁରକା ବଢ଼ିଯାଇଥାଏ। ଯାହାଫଳରେ ଶରୀର ପ୍ରତି ଯତ୍ନଶୀଳ ନହୋଇ ମଣିଷ ଯାହା ପାରେ ତାହା ଖାଏ। ଶୀତକୁ ମୁକାବିଲା କରିବା ପାଇଁ ଶରୀରେ ଅଧିକ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ। ଆଉ ଏହି କ୍ୟାଲୋରୀ ମାତ୍ରା ପୂରଣ କରିବା ପାଇଁ ଅମେ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାଉ, ଯାହା ପରେ ସମସ୍ୟା ସୃଷ୍ଟ କରିଥାଏ। ତେଣୁ ଭୁକ ଲାଗିବାଦ୍ୱାରା କେବଳ ଫାଇବରଯୁକ୍ତ ଫଳ ଓ ପନିପରିବା ଖାଇବା ଦରକାର।

5 Healthy Hot Winter Drinks to Warm You Up! - GOQii

ବାରମ୍ବାର ଚା ଓ କଫି ପିଇବା:- ଶୀତଦିନରେ ଚା ଓ କଫି ପିଇ ଶରୀରକୁ ଗରମ ରଖିବା ଭଲ ଅଭ୍ୟାସ। କିନ୍ତୁ ସବୁଥିରେ ଅତି ହିଁ କ୍ଷତିକାରକ ହୋଇଥାଏ। ସେହି ଆଧାରରେ ଶୀତରୁ ବର୍ତ୍ତିବା ପାଇଁ ବାରମ୍ବାର କଫି ପିଇବା ହିଁ ଶରୀର ପାଇଁ ହାନିକାରକ ହୋଇଥାଏ। ତେଣୁ ଦିନମାନ ଆପଣ ସର୍ବାଧିକ ଦୁଇରୁ ୩ କପ୍‌ କଫି ପିଇଲେ ଭଲ।

Fight winter dehydration with these heatlh hacks | Express.co.uk

କମ୍ ପାଣି ପିଇବା:- ଗରମ ଦିନ ଭଳି ଥଣ୍ଡା ଦିନରେ ପାଣିର ଆବଶ୍ୟକତା ଥାଏ। କିନ୍ତୁ ଥଣ୍ଡା ଦିନରେ ଲୋକେ ପାଣି କମ୍‌ ପିଉଥିବାର ଦେଖାଯାଏ। ଯାହା ଆଦୌ ଉଚିତ୍ ନୁହେଁ। ପରିସ୍ରା, ଝାଳ ଦ୍ୱାରା ଆମ ଶରୀରୁ ପାଣିର ମାତ୍ର କମ୍‌ ହୋଇଯାଏ। ଆଉ ଯଦି ଆବଶ୍ୟତାଠାରୁ  କମ୍ ପାଣି ପିଆଯାଏ ତେବେ ଶରରୀ ବଦହଜମୀ ଭଳି ସମସ୍ୟା ଦେଖା ଦେଇଥାଏ। ଫଳରେ କିଡ୍‌ନୀ ରୋଗ ଦେଖାଦେବାର ଆଶଙ୍କା ବଢ଼ିଯାଇଥାଏ।

Cold Weather Exercise: 5 Reasons to Work Out in Winter | Openfit

ଶୀତ ଦିନରେ କ’ଣ କରିବେ ?

  • ଏକ ସର୍ଭେ ଅନୁସାରେ ରାତିରେ ଶୋଇବା ବେଳେ ହାତ ଓ ପାଦକୁ ଗ୍ଲୋବ୍ସ ଓ ମୋଜା ଦ୍ୱାରା କଭର କରି ରଖିବା ଉଚିତ୍। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ନିଦ ବି ଭଲ ହୋଇଥାଏ।
  • ଶୀତ ଦିନରେ ଦିନ ଛୋଟ ଓ ରାତି ବଡ଼ ହୋଇଥାଏ। ଯାହା ଆମ ଶରୀର ସିର୍କାଡିୟନ ସାଇକଲ(ସିର୍କାଡିୟନ୍ ସାଇକଲ୍‌ ହେଉଛି ୨୪ ଘଣ୍ଟିଆ ଶରୀର ଚକ୍ର, ଯାହା ଶରୀର ଅତ୍ୟାବଶ୍ୟକ କାର୍ଯ୍ୟ ଏବଂ ପ୍ରକ୍ରିୟାଗୁଡ଼ିକୁ ସମ୍ପାଦନ କରିବାରେ ଲାଗିଥାଏ)ରେ ସମସ୍ୟା ହେବା ସହିତ ମୋଟାଲୋନୀନ ହରମୋନ (ନୀଦ କରାଉଥିବା ହରମୋନ)ର ପ୍ରଡକ୍ସନ ବଢ଼ିଯାଇଥାଏ। ଫଳରେ ନୀଦରେ ଢୁଳେଇବା ସହିତ ମାନ୍ଦା ଲାଗିଥାଏ। ତେଣୁ ଠିକ୍ ସମୟରେ ଶୋଇବା ନିହାତି ଆବଶ୍ୟକ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ଆମେ ବାହାରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନା, ଯାହା ଆମ ଶରୀରକୁ ଆହୁରି ଅଧିକ ଅଳସୁଆ କରିଦେଇଥାଏ। ଶରୀରେ ମୋଟାପଣ ବଢ଼ିବା, ମାନସିକ ଚାପଗ୍ରସ୍ତ ହେବା ସହିତ ଶରୀର ସୂର୍ଯ୍ୟକରିଣରୁ ମିଳୁଥିବା ଭିଟାମିନ୍‌ ‘ଡି’ରୁ ବଞ୍ଚିତ ହୋଇଥା। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଏଣୁ ଶୀତ ଦିନରେ ନିୟମିତ ବ୍ୟାୟାମ କରିବା ସହିତ ଶରୀରକୁ ଫିଟ୍ ରଖିବା ନିହାତି ଆବଶ୍ୟକ।
  • ଥଣ୍ଡା ଦିନରେ ସାଧାରଣତଃ ଥଣ୍ଡା କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖାଦେଇଥାଏ। ପ୍ରାୟ ସମସ୍ତେ ଏହାକୁ ସାଧାରଣ ଭାବି ଡାକ୍ତରଖାନା ନଯାଇ ନିଜେ ନିଜର ଘରୋଇ ଚିକିତ୍ସା କରନ୍ତି। କିନ୍ତୁ ସାବଧାନ ବେଳେ ବେଳେ ଏହି ଥଣ୍ଡା କାଶ ଭୟଙ୍କର ରୋଗକୁ ଡାକିଆଣିଥାଏ। ଏଣୁ ଘରୋଇ ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

 

You might also like