ବ୍ରେନ୍ ଶାର୍ପ ହେବ, ମେମୋରି ପାୱାର ବଢିବ-ଖାଆନ୍ତୁ ଏସବୁ ଜିନିଷ
ଆଜିକାଲି ପିଲାଙ୍କ ପାଠପଢା ପାଇଁ ସବୁ ବାପା-ମା’ ବ୍ୟସ୍ତ। ପିଲା ଯେପରି ୧୦୦ ପ୍ରତିଶତ ନମ୍ବର ରଖିବ ସେଥିପାଇଁ ଅଭିଭାବକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏଥିପାଇଁ ପିଲାକୁ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ପଡ଼ିବ। ତେଣୁ କେମିତି ସନ୍ତାନର ବ୍ରେନ୍ ସାର୍ପ ଏବଂ ମେମୋରି ପାୱାର ବଢାଇବା ପାଇଁ ପିଲାର ଖାଦ୍ୟ ପ୍ରତି ପ୍ରତ୍ୟେକ ବାପା-ମା’ଙ୍କୁ ଧ୍ୟାନ ଦେବାକୁ ପଡ଼ିବ।
ଖାଲି ପିଲା ନୁହେଁ, ବୟସ ଅନୁସାରେ ମଣିଷର ସ୍ମୃତିଶକ୍ତି ହ୍ରାସ ପାଇଥାଏ। ଦୈନନ୍ଦିନ ଘଟଣାରେ ଏମିତି ଅନକ କଥା ଭୁଲି ହୋଇଯାଏ ଯାହାକୁ ନେଇ ପାରବାରିକ ଜୀବନରେ ଆଶାନ୍ତି ଦେଖିବାକୁ ମିଳିଥାଏ। ତେଣୁ ଏଥିରୁ ବଞ୍ଚିବା ପାଇଁ ଉପଯୁକ୍ତ ଖାଦ୍ୟର ଆବଶ୍ୟକ।
ଉପଯୁକ୍ତ ଖାଦ୍ୟ ଖାଲି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନ ଥାଏ, ମସ୍କିଷ୍କକୁ ମଧ୍ୟ ପୋଷକ ତତ୍ତ୍ୱ ଯୋଗାଇଥାଏ। ଡା.ଲକ୍ଷ୍ମୀଦତ୍ତାଙ୍କ କହିବା ଅନୁଯାୟୀ, ସ୍ୱାଦିଷ୍ଟ କୋଳିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହି ଆଣ୍ଟି ଅକ୍ସଡାଣ୍ଟ ବୟସ ବଢିବା ଯୋଗୁ ଶରୀରରେ ଫ୍ରି ରେଡିକ୍ଲ ଡ୍ୟାମେଜକୁ ମଧ୍ୟ ନଷ୍ଟ କରିଥାଏ। ଏହି କୋଳିରେ ନ୍ୟୁରୋ ପ୍ରୋଟେକ୍ଟିଭ ଗୁଣ ରହିଛି, ଯାହା ମସ୍ତିଷ୍କର କୋଷିକାକୁ ସୁରକ୍ଷିତ ରଖେ ଏବଂ ବୟସ ଅନୁସାରେ ହେଉଥିବା ସ୍ମୃତିଶକ୍ତି ହ୍ରାସକୁ ରୋକିଥାଏ। ଏହା ବ୍ୟତୀତ କ’ଣ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ମସ୍କିଷ୍କ ସୁସ୍ଥ ରହିବ।
ଟମାଟୋ
ଟମାଟରରୁ ରହିଛି ପାୱାରଫୁଲ ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନ୍ ଯାହା କୋଷଗୁଡ଼ିକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିସହିତ ଅଲଜାଇମରର ବିକାଶରେ ସହାୟକ ହୋଇଥାଏ।
ଚକ୍ଲେଟ୍
ଆମେ ଚକ୍ଲେଟ ଖାଇବାକୁ ପିଲାମାନଙ୍କୁ ସବୁବେଳେ ମନା କରିଥାଉ। ହେଲେ ଚକ୍ଲେଟରେ ରହିଛି ଫ୍ଲେବୋନୋଇଡ୍ସ ଯାହା ଆଣ୍ଟି ଅକ୍ସିଡାଣ୍ଟର ଆଉ ଏକ ବର୍ଗ। ଏହା ମସ୍ତିସ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଚକ୍ଲେଟ ବ୍ୟତୀତ ସେଓ, ଲାଲ୍ ଏବଂ ବାଇଗଣି ଅଙ୍ଗୁର, ପିଆଜ, ଚା’ ଏବଂ ବିୟରରେ ରହିଛି।
ନଟ୍ସ
ନଟ୍ସ ମସ୍ତିଷ୍କ ପାଇଁ ବହୁତ ଭଲ ଖାଦ୍ୟ। ଏହା ପ୍ରୋଟିନ ଏବଂ ଆବଶ୍ୟକ ଫ୍ୟାଟି ଏସିଡ୍ ଭରପୂର। ଯାହା ଶାରୀରିକ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।
ବ୍ରୋକୋଲି
ମସ୍କିଷ୍କକୁ ସୁସ୍ଥ ରଖିବା ପାଇଁ ସବୁଠାରୁ ଉପଦେୟ ଜିନିଷ ହେଉଛି ଭିଟାମିନ୍। ବ୍ରୋକୋଲିରେ ରହିଛି ଆଣ୍ଟି ଅକ୍ସଡାଣ୍ଟ ଭିଟାମିନ ସି ଯାହା ମସ୍କିଷ୍କକୁ ସୁସ୍ଥ ଏବଂ ତୀକ୍ଷ୍ଣ ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ଭିଟାମିନ୍ ସି ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ। ଦିନକୁ ଦୁଇ ବା ତିନି କପ୍ ବ୍ରୋକଲି ଖାଇଲେ ବୟସ ବୃଦ୍ଧି ଅନୁସାରେ ଦେଖା ଦେଉଥିବା ଅଲଜାଇମର ରୋଗ ଆଶଙ୍କା ହ୍ରାସ ପାଇଥାଏ।
ଗ୍ରୀନ୍ ଟି
ଗ୍ରୀନ୍ ଟି ଅଲଜାଇମର ରୋଗ ବୃଦ୍ଧିରେ ସହାୟକ ଏକ ଏନ୍ଜାଇମ୍କୁ ରୋକିବାରେ ସାହାଯ୍ୟ କରିଥାଏ। ତା ଛଡା ଶରୀରରେ ପଲିଫେନୋଲକୁ ମଧ୍ୟ ବୃଦ୍ଧି କରିଥାଏ। ଏଠି କହିରଖିବୁ ପଲିଫେନୋଲ ଏକ ଆଣ୍ଟି ଅକ୍ଟିଡାଣ୍ଟ ଯାହା ମସ୍ତିଷ୍କର ବୟସ ବୃଦ୍ଧିକୁ ରୋକିଥାଏ। ଦିନକୁ ଦୁଇ କପ୍ ଗ୍ରୀନ୍ ଟି ପିଇଲେ ଏହି ଲାଭ ମିଳିଥାଏ।
ପାଣି
ଶରୀରର ପ୍ରତ୍ୟେକ କୋଷିକା ପାଇଁ ଆବଶ୍ୟକ ପଡିଥାଏ ପାଣି। ପ୍ରକୃତରେ କହିବାକୁ ଗଲେ ଶରୀରର ୪ ଭାଗରୁ ୩ ଭାଗ ହେଉଛି ପାଣି । ଏକ ଅଧ୍ୟୟନରୁ ଜଣାଯାଇଛି, ଯେଉଁମାନଙ୍କ ଶରୀର ବେଶି ହାଇଡ୍ରେଟେଡ ସେମାନଙ୍କର ମସ୍କିଷ୍କ ତୁଳନାତ୍ମକ ଭାବେ ଅଧିକ ସକ୍ରିୟ।
ମାଛରେ ପ୍ରୋଟିନ ଏବଂ କ୍ୟାଲ୍ସିୟମ ରହିଛି ଯାହା ମସ୍କିଷ୍କର ବିକାଶରେ ସାହାଯ୍ୟ କରିଥାଏ। ବିଶେଷକରି ସେଲମନ ମାଛ ଓ ଟ୍ୟୁନା ମାଛ ବେଶି ଲାଭକାରୀ। ଏହା ମସ୍ତିଷ୍କକୁ ୟଙ୍ଗ ରଖିବା ସହ ବୟସ ବୃଦ୍ଧି ସହ ଜଡିତ ବିଭିନ୍ନ ଅସୁବିଧାକୁ ମଧ୍ୟ ଦୂର କରିଥାଏ।