ମାଆଟିଏ ସାହାଟିଏ

ଯଦି କାନ୍ଦିବାକୁ ଏକ ସୁନ୍ଦର ଜାଗା ଥାଏ ତେବେ ତାହା ମା’ର ବାହୁ ଛଡା ଆଉ ବା କ’ଣ ହେଇପାରେ। ପୁଣି କୁହାଯାଏ ରକ୍ଷା କରିବା ପାଇଁ ଈଶ୍ଵର ସବୁବେଳେ ଠିଆ ହୋଇପାରିବେନି ବୋଲି ପାଖରେ ମା’ଟିଏ ଦେଇଛନ୍ତି। ସବୁ ସ୍ନେହ, ମମତା, ପ୍ରେମ ଯେଉଁଠୁ ଆରମ୍ଭ ହୁଏ ଓ ଯେଉଁଠି ଶେଷ ହୁଏ ତାହା ହେଲା ମାତୃତ୍ଵ।

ମା’ ନିଜ ପିଲାମାନଙ୍କ ପାଇଁ ଜଣେ ଦୂତଠାରୁ କମ୍ ନୁହେଁ, କାରଣ ସେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ପିଲାମାନଙ୍କୁ ବଢାଇବାରେ ହିଁ ଅତିବାହିତ କରିଥାଏ। ଯାହାଦ୍ୱାରା ପିଲାମାନେ ଦୁନିଆରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରନ୍ତି। ମା’ ନିଜ ପିଲାମାନଙ୍କ କଅଁଳିଆ ଆଙ୍ଗୁଠି ଧରି ସେମାନଙ୍କ ପାଇଁ ଏକ ସୁନ୍ଦର ଜୀବନର ସ୍ୱପ୍ନ ଦେଖିବାର ଶିକ୍ଷା ଦେଇଥାଏ। ଏହାର ପ୍ରତିବଦଳରେ ପିଲାମାନଙ୍କର ମଧ୍ୟ କର୍ତ୍ତବ୍ୟ ହେବା ଉଚିତ ଯେ ସେମାନେ ତାଙ୍କ ବୃଦ୍ଧ ମାତାଙ୍କ ସାହାରା ହେବା ସହ ଶେଷ ଜୀବନରେ ହାତ ନ ଛାଡିବା।

ମା ପିଲାମାନଙ୍କ ବ୍ୟତୀତ ଆଉ କିଛି ଚାହେଁ ନାହିଁ। ସେ କେବଳ ଚାହେଁ ଯେ ତା ପିଲାମାନେ ତା’ର ଭାବନାକୁ ବୁଝନ୍ତୁ। ତେଣୁ, ପିଲାମାନେ ମଧ୍ୟ ଛୋଟ ଛୋଟ କଥା ପ୍ରତି ଦୃଷ୍ଟିଦେବା ଉଚିତ, ଯାହାଫଳରେ ମା ହୃଦୟଙ୍ଗମ କରିବ ଯେ ପିଲାମାନେ ତା’ର କଷ୍ଟକୁ ବୁଝିଛନ୍ତି। ତେଣୁ ଏହି ମାତୃ ଦିବସରେ ଆସନ୍ତୁ ଶପଥ ନେବା ଯେ ମା ମନରେ କେବେ ଦୁଃଖ ନ ଦେଇ ଶେଷ ଜୀବନ ପର୍ଯ୍ୟନ୍ତ ତା ହାତ ନ ଛାଡ଼ିବା।

ଜୀବନ ସନ୍ଧ୍ୟାରେ ପ୍ରତି ମା ନିଜ ପିଲାମାନଙ୍କୁ ପାଖରେ ପାଇବାକୁ ଚାହାନ୍ତି। ଏପରି ପରିସ୍ଥିତିରେ, ଆପଣ ନିଶ୍ଚିତ ଭାବରେ ଆପଣଙ୍କର ବ୍ୟସ୍ତବହୁଳ ଦିନରୁ କିଛି ସମୟ ବାହାର କରିବା ଉଚିତ। ପୂରା ପରିବାର ମା ସହିତ ବସିଲେ ମା ସହିତ କିଛି ମୁହୂର୍ତ୍ତ ବିତାଇ ପାରିଲେ ମା’ର ହୃଦୟ ସେତିକିରେ ଗଦଗଦ ହେଇଯିବ। ଏହିବେଳେ ତୁମେ ଯଦି ମା’କୁ ସମୟ ଦେଇ ତା କଥା ଶୁଣିଲ ତେବେ ସେ ହୃଦୟରୁ ଖୁସି ଅନୁଭବ କରିବ। ମାତୃ ଦିବସରେ ଏହା ତା ପାଇଁ ଏକ ଉପହାରଠାରୁ କମ୍ ହେବ ନାହିଁ।

ମା’ର ଛୋଟ ଛୋଟ ଆବଶ୍ୟକତାର ମଧ୍ୟ ଧ୍ୟାନ ଦେବା ଜରୁରୀ, କାରଣ ସେ ନିଶ୍ଚିତ ଭାବରେ ତୁମ ଜୀବନର ଆରମ୍ଭରେ ତୁମ ପାଇଁ ବହୁତ ବଳିଦାନ ଦେଇଛି, ଅନେକ ସହିଛି। ଆଜିର ସମୟରେ ଯେତେବେଳେ ପିଲାମାନେ ଦୂରେଇ ଯାଆନ୍ତି, ପିତାମାତାମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି କିପରି ସେମାନଙ୍କ ପିଲାମାନଙ୍କ ସହିତ ସଂଯୋଗ କରିବେ, ସେମାନଙ୍କ ସହିତ କଥାବାର୍ତ୍ତା କରିବେ। ମୋବାଇଲ୍, ଇଣ୍ଟରନେଟ୍, ଭିଡିଓ କଲ୍ ସେମାନଙ୍କ ପାଇଁ ନୂଆ ଅଟେ। ଏପରି ପରିସ୍ଥିତିରେ, ଆପଣ ସେମାନଙ୍କୁ ଖାଲି ସମୟରେ ଏହି ଜିନିଷଗୁଡିକ ବ୍ୟବହାର କରିବାକୁ ଶିଖାଇ ପାରିବେ। ଏହା ହୋଇପାରିଲେ, ସେମାନଙ୍କର ଖାଲି ସମୟ ତୁମ ସହ ଜଡିତ ରହିବାରେ କଟିପାରିବ ଏବଂ ସେମାନେ ବି ଖୁସୀ ଅନୁଭବ କରିପାରିବେ।

ମା ଆମ ପାଇଁ ତା’ର ସମସ୍ତ ଜୀବନ ଉତ୍ସର୍ଗ କରିଛି। ତେଣୁ ଆମେ ଅନ୍ତତଃ ତା ପାଇଁ ଗୋଟିଏ ଦିନ ଦେଇପାରିବା। ଗୋଟିଏ ଦିନ ଆମେ ମା’ର କାମରେ ହାତ ଦେବା ସହିତ ତା’ର ଯତ୍ନ ନେବା। ମା’ ସହିତ ଅତୀତର ସ୍ମୃତିକୁ ସତେଜ କରିବା। ପିଲାମାନେ ତ କେବେବି ମା’ର ସ୍ଥାନ ନେଇ ପାରିବେ ନାହିଁ କି ମା ଭଳି ଯତ୍ନ ନେଇପାରିବେ ନାହିଁ। ତଥାପି ଯଦି ତା’ ପାଇଁ ପିଲାମାନେ କିଛି କରିପାରିଲେ ତେବେ ସେ ସେତିକିରେ ବି ଶାନ୍ତି ଅନୁଭବ କରିବା ସହ ପିଲାମାନଙ୍କୁ ତା’ର ଆଶୀର୍ବାଦ ଢାଳିଦେବ।

ଅତୀତ ପ୍ରାୟତ ସୁବର୍ଣ୍ଣ ସ୍ମୃତି ଛାଡିଥାଏ। ସେହି ସମୟରେ, ଆମର ପିଲାଦିନର ସୁନ୍ଦର ସ୍ମୃତିଗୁଡ଼ିକ ମା’ ସହିତ ହିଁ ଜଡିତ ଥାଏ। ଯେତେବେଳେ ତୁମେ ସମୟ ପାଇବ, ତୁମେ ଏହି ସ୍ମୃତିଗୁଡ଼ିକୁ ସତେଜ କରି ତୁମ ମା’ ସହିତ ସମୟ ବିତାଇ ପାରିବ। ପିଲାଦିନର ସ୍ମୃତିକୁ ମନେପକାଇବାବେଳେ, ମା ଖୁସି ହେବ, ଯେତେବେଳେ ସେ ତୁମର ପିଲାଦିନର ଦୁଷ୍ଟାମିକୁ ମନେପକେଇ ହସିବ ତା’ର ଦିନଗୁଡ଼ିକ ହସଖୁସିରେ ବିତିଯିବ।

You might also like