ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ନୀଳ ରଙ୍ଗର ‘F’ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍‌ ବୁକ୍‌ ବୋଲି। ହେଲେ ଏହି F ର ରଙ୍ଗ ସବୁବେଳେ ନୀଳ କାହିଁକି ? ଜାଣନ୍ତି ଏହା ପଛରେ ଥିବା ରହସ୍ୟ ?

ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ ବର୍ଷ ବୟସରେ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋର୍ବସ୍ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତିଲିକାର ୭୮୫ ସ୍ଥାନରେ ଥଲେ ।

ଜୁକରବର୍ଗ ଉଚ୍ଚ ବିଦ୍ୟାଳୟ ସ୍ନାତକ ସାରିବା ପୂର୍ବରୁ ଏଓଏଲ ଏବଂ ମାଇକ୍ରୋସଫ୍ଟ ସମେତ ଅନେକ କମ୍ପାନୀରୁ ଚାକିରି ଅଫର ପାଇଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରି ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଯିବାକୁ ସ୍ଥିର କରିଥିଲେ । ହେଲେ ଫେସବୁକ୍ ଲାଗି ଏଥିରୁ ଓହରି ଯାଇଥିଲେ । ଆଜି ଫେସ୍‌ବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ଜନ୍ମଦିନରେ ଏପରି ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ତେବେ ଅନେକଙ୍କ ମନରେ ପ୍ରଶ୍ନ,  ଫେସବୁକ୍ର ରଙ୍ଗ ନୀଳ କାହିଁକି ? ଏହାର କାରଣ ହେଲା ମାର୍କ ଜୁକରବର୍ଗ ଲାଲ୍ ଏବଂ ସବୁଜ ରଙ୍ଗକୁ ଠିକ୍‌ରେ ଦେଖି ପାରନ୍ତି ନାହିଁ । ମାତ୍ର ନୀଳ ରଙ୍ଗକୁ ଭଲ ଭାବେ ଦେଖିପାରନ୍ତି । ତେଣୁ ସେ ଏହାର ରଙ୍ଗ ନୀଳ ରଖିଛନ୍ତି ।

ଜୁକରବର୍ଗ ୨୦୧୧  ମସିହା ପରଠାରୁ ଆମିଷ ଖାଇବା ଛାଡ଼ି ଦେଇଛନ୍ତି । ତାଙ୍କ ମତରେ ଆମିଷ ଖାଇବା ଅର୍ଥ ପଶୁଙ୍କୁ ହତ୍ୟା କରିବା । ଫେସବୁକ୍ ସିଇଓଙ୍କର ବିଷ୍ଟ ନାମକ ଏକ ହଙ୍ଗେରିଆନ କୁକୁର ଅଛି । ଏହାର ଏକ ପେସବୁକ୍ ପେଜ୍ ରହିଛି । ଯେଉଁଥିରେ ଦୁଇ ମିଲିୟନ ପ୍ରଶଂସକ ଅଛନ୍ତି ।

ଜୁଲାଇ ୨୦୧୧ରେ, ଜୁକରବର୍ଗ ଗୁଗୁଲ୍ ର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ୍ ଙ୍କୁ ଅତିକ୍ରମ କରି ଗୁଗୁଲର ସୋସିଆଲ୍ ନେଟୱାର୍କିଂ ସାଇଟରେ ସର୍ବାଧିକ ଅନୁସରଣକାରୀ ହୋଇଥିଲେ |

ଜୁକରବର୍ଗ ପ୍ରତିଦିନ ପ୍ରାୟ ସମାନ ଧୂସର ରଙ୍ଗର ଫେସବୁକ୍ ଟି-ସାର୍ଟ ପିନ୍ଧନ୍ତି । ସେ ବିଶ୍ୱାସ କରନ୍ତି ଯେ,  ଏହି  ରଙ୍ଗର ସଟ ତାଙ୍କର ସକାଳର ସମୟକୁ ବଞ୍ଚାଇଥାଏ |

ଜୁକରବର୍ଗଙ୍କର ଏକ ଟ୍ୱିଟର ପ୍ରୋଫାଇଲ୍ ଅଛି । ଟ୍ୱିଟର ଏବଂ ବ୍ଲଗିଂ ସାଇଟରେ ସେ ବହୁତ ସମୟ ସକ୍ରିୟ ନହେବା ସତ୍ତ୍ୱେ ମଧ୍ୟ ତାଙ୍କର ପାଖାପାଖି 3 ଲକ୍ଷ ଅନୁସରଣକାରୀ ରହିଛନ୍ତି।

 

ଆହୁରି ପଢ଼ନ୍ତୁ

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

You might also like