ଦିବ୍ୟାଙ୍ଗ ଝିଅର ଦମ୍‌ଦାର ନାଚ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବାଲିଗୁଡ଼ା (ଅଜିତ୍ ନାୟକ): କଥାରେ ଅଛି ଇଛାଶକ୍ତି ଆଗରେ ହାର୍‌ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍‌ ଚମତ୍କାର ନୃତ୍ୟ କରିପାରନ୍ତି।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି।  ବୟସ ମାତ୍ର ୧୧ ବର୍ଷ।  ଜନ୍ମରୁ ହିଁ ସୁନେଲି ଦିବ୍ୟାଙ୍ଗ। ତାଙ୍କର ଗୋଡ଼ ଦୁଇଟି ଅଛି, କିନ୍ତୁ ସେ  ଛିଡ଼ା ହେବାକୁ ସକ୍ଷମ ନୁହଁନ୍ତି। ଯେହେତୁ ସୁନେଲିଙ୍କୁ ନାଚିବା ପସନ୍ଦ ତେଣୁ ସେ ଗୀତ ବାଜିବା ମାତ୍ରେ ହାତ ହଲାଇ ଭିନ୍ନ ଭିନ୍ନ ଏକ୍ସପ୍ରେସନ୍‌ ଦେବାରେ ଲାଗନ୍ତି।

ସୁନେଲିଙ୍କ ବାପା ଜଣେ ଦିନ ମଜୁରିଆ।  ଅର୍ଥାଭାବରୁ ସୁନେଲି ଶିକ୍ଷାରୁ ବଞ୍ଚିତ ରହିଯାଇଛନ୍ତି। ଆଜି ଯାଏଁ ସୁନେଲି ସ୍କୁଲ ବାରଣ୍ଡା ମାଡିନାହାନ୍ତି। ଆଉ ଏକ ବିଡମ୍ବନା ହେଉଛି, ସୁନେଲିଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ରହିଛି କିନ୍ତୁ ତାଙ୍କୁ କୌଣସି ସରକାରୀ ଭତ୍ତା ଦିଆଯାଉନି। ଏତେସବୁ ପ୍ରତିବନ୍ଧକ ସତ୍ତ୍ୱେ ତାଙ୍କର ଏହି ପ୍ରତିଭା ଆଜି କିନ୍ତୁ ସମସ୍ତଙ୍କୁ ବିମୋହିତ କରୁଛି।

କନ୍ଧମାଳର ଏହି କୁନି ଝିଅଙ୍କ ନୃତ୍ୟକୁ ଗଣମାଧ୍ୟମ ଜରିଆରେ ଦେଖିବା ପରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟୁଇଟ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କନ୍ଧମାଳ ଜିଲ୍ଲାପାଳଙ୍କୁ  ସହାୟତା ପାଇଁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like