ପାଳି କରି ଭୋଜିକୁ ଆମନ୍ତ୍ରଣ କରିବା ପାଇଁ ପ୍ରଶାସନଠୁ ଅନୁମତି ମାଗିଲେ ଲୋକେ

ଜଲନ୍ଦର: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଇଛି। ଯଦି କୌଣସି ଶୁଭକାର୍ଯ୍ୟ କରୁଛନ୍ତି। ଯେମିତି ବାହାଘର ଭଳି ଶୁଭ କାର୍ଯ୍ୟରେ ୫୦ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ। ଏଥିସହ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ପଞ୍ଜାବର ଲୋକମାନେ ବାହାଘର ନିମନ୍ତେ କିଛି ନୂଆ ନିୟମ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଛନ୍ତି।

ପଞ୍ଜାବ ଲୋକମାନେ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ ବାହାଘର ଭଳି ଶୁଭ କାର୍ଯ୍ୟରେ ସେମାନେ ନିଜର ସାଙ୍ଗ ଓ ସମ୍ପର୍କୀୟଙ୍କୁ ପାଳି ଅନୁସାରେ ଭୋଜି ଦେବାକୁ ଚାହୁଁଛନ୍ତି। ଯେଉଁମାନେ ଶାକାହାରୀ ଥିବେ ସେମାନେ ସନ୍ଧ୍ୟା ୪ଟାରୁ ୬ଟା ଭିତରେ ଭୋଜିକୁ ଆସିବେ। ସେମାନଙ୍କୁ ରାଜମା, ଚାଉଳ ଓ ପନିର ଖାଇବାକୁ ଦିଆଯିବ। ଯେଉଁମାନେ ମଟନ ଓ ଚିକେନ୍‌ ଖାଇବେ ସେମାନେ ସନ୍ଧ୍ୟା ୬ଟାରୁ ୮ଟା ଭିତରେ ଆସିବେ। ବନ୍ଧୁ ଓ ସମ୍ପର୍କୀୟମାନେ ପାଳି କରି ଭୋଜି ଖାଇବାକୁ ଆସିବା ପାଇଁ ସେମାନେ ପ୍ରଶାସନକୁ ଅନୁମତି ମାଗିଛନ୍ତି। ଏହା ସହିତ ଅତିଥିମାନେ ବାହାଘରରେ କେବଳ ୪୫ ମିନିଟ୍‌ ପାଇଁ ଉପସ୍ଥିତ ରହିବାକୁ ନିବେଦନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ପଞ୍ଜାବର ବିଭିନ୍ନ ଜିଲ୍ଲାରୁ ୧୧ଟି ଆବେଦନ ପ୍ରଶାସନକୁ ପଠାଯାଇଛି। ଏଥିରେ ଦୁଇଟି ଲାଭ ହେବ। ପ୍ରଥମତଃ ବାହାଘରେ ବେଶି ଭିଡ଼ ହେବ ନାହିଁ।  ଦ୍ୱିତୀୟରେ ଅଧିକରୁ ଅଧିକ ଲୋକେ ବିବାହ ଉତ୍ସବରେ ଯୋଗ ଦେଇପାରିବେ। ଏହି ଆବେଦନ ଉପରେ ବର୍ତ୍ତମାନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ବେଳେ ପ୍ରସ୍ତାବ ଉପରେ ବିଚାର ଚାଲିଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like