Gmail ପାଇଁ ଗୁଗଲ୍ର ନୂଆ ଫିଚର୍ , ଅନ୍ୟ କେହି ପଢ଼ିପାରିବନି ଆପଣଙ୍କ ମେଲ୍
ଟେକ୍ କମ୍ପାନୀ ଗୁଗଲ୍ ନିଜର Gmailକୁ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଫିଚର ‘ କନ୍ଫିଣ୍ଡେସିୟଲ୍ ମୋଡ୍’ ଜାରି କରିଛି। ଏହାକୁ ଅନ୍ କରିବା ପରେ ଜଣଙ୍କର ଇ-ମେଲ୍କୁ ଅନ୍ୟ କେହି ପଢ଼ିପାରିବେ ନାହିଁ ଏବଂ ଏହା ସହ ସେଣ୍ଡର ମଧ୍ୟ ସ୍ଥିର କରିପାରିବ ଇମେଲ୍ରେ ଦିଆଯାଇଥିବା ଆଟାଚ୍ମେଣ୍ଟ ରିସିଭର ଡାଉନ୍ଲୋଡ୍ , ଫରୱାର୍ଡ ବା କପି କରିପାରିବ ନାହିଁ। ଏହି ଫିଚରକୁ ଡେକ୍ସଟପ୍ ଭର୍ସନ ସହ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ମଧ୍ୟ ଜାରି କରାଯାଇଛି।
‘ କନ୍ଫିଣ୍ଡେସିୟଲ୍ ମୋଡ୍’ ଦ୍ୱାରା ଏହି ୩ଟି କାମ କରିହେବ –
ଏହି ଫିଚର ଜରିଆରେ ସେଣ୍ଡର ଇମେଲ୍ରେ ଟାଇମ୍ ଲିମିଟ୍ ଦେଇପାରିବେ। ଟାଇମ୍ ଲିମିଟ୍ ସରିବା ପରେ ରିସିଭର ଆକାଉଣ୍ଟରୁ ଇମେଲ୍ ଆପଣାଛାଏଁ ଡିଲିଟ୍ ହୋଇଯିବ।
୨ – ଏହାସହ ସେଣ୍ଡର ମଧ୍ୟ ସ୍ଥିର କରି ପାଇପାରିବ ଯେ ସେ ପଠାଉଥିବା ମେଲ୍କୁ ରିସିଭର୍ କପି , ପରୱାର୍ଡ ଓ ଡାଉନ୍ଲୋଡ୍ କରିପାରିବ ନା ନାହିଁ।
୩ – ଏହା ବ୍ୟତୀତ ସେଣ୍ଡର ନିଜର ଇମେଲ୍କୁ ପାସ୍କୋଡ୍ ସାହାଯ୍ୟରେ ସୁରକ୍ଷିତ ରଖିପାରିବ। ରିସିଭର୍ ପାଖରେ ଏହି ମେଲ୍ ସେତେବେଳେ ଖୋଲିବ , ଯେତେବେଳେ ସେଣ୍ଡର ପାସ୍କୋଡ୍ ଦେବ।
ଏମିତି କରନ୍ତୁ ଏହି ନୂଆ ଇମେଲ୍ ଫିଚରର ବ୍ୟବହାର –
୧- Gmail ଖୋଲିବା ପରେ କମ୍ପୋଜ୍କୁ ଯାଆନ୍ତୁ
୨- ତଳେ ‘ କନ୍ଫିଣ୍ଡେସିୟଲ୍ ମୋଡ୍’ ବଟନ୍ ଦେଖାଯିବ। ଏହାକୁ ଅନ୍ କରନ୍ତୁ।
୩- ଏହାପରେ ଏକ ନୂଆ ପେଜ୍ ଖୋଲିବ। ଯେଉଁଥିରେ ୟୁଜର ଟାଇମ୍ ଲିମିଟ୍ ଓ ପାସ୍କୋଡ୍ ସେଟ୍ କରିପାରିବ।