ସାଓମୀ, ସାମ୍‌ସଙ୍ଗ୍, ଓପୋର ଏହି ୧୦ଟି ଫୋନ୍‌ ଆପଣଙ୍କ ପାଇଁ ବିପଦ ଆଣିପାରେ

ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍‌ସଙ୍ଗ୍‌, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍‌ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍‌ଗୁଡ଼ିକର ଆଣ୍ଡ୍ରେଏଡ୍‌ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ ହ୍ୟାକ୍‌ରମାନେ ଆପଣଙ୍କ ଫୋନ୍‌କୁ ହ୍ୟାକ୍‌ କରି ଆପଣଙ୍କ ଫୋନ୍‌ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲ୍‌ରେ ନେଇପାରିବେ। ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଆସିଥିବା ଏହି ନୂଆ ବିପଦକୁ Zero-Day ବୋଲି କୁହାଯାଉଛି।

ଏବେ ଆସନ୍ତୁ ଜାଣିବା କଣ ଏହି kernel Code ?

ଏହା ଫୋନ୍‌ ମେମୋରିର ସେଫ୍‌ ଏରିଆରେ ଲୋଡ୍‌ କରାଯାଇଥାଏ। ଯାହାଦ୍ୱାରା ଏହାକୁ ଅନ୍ୟଏକ ପ୍ରୋଗ୍ରାମ୍‌ କିମ୍ବା ଅପରେଟିଂ ସିସ୍‌ଟମ୍‌ର ପାର୍ଟରେ ବ୍ୟବହାର କରାଯାଇ ପାରିବନି। ଏହିପରି ସବୁ ଅପରେଟିଂ ସିଷ୍ଟମ୍‌ ଏକ କର୍ଣଲ୍ କୋଡ୍‌ ସହିତ ଆସିଥାଏ। ଏହି କୋଡ୍‌ ସିଷ୍ଟମ୍‌ର ହାଡ୍‌ୱେୟାର୍‌କୁ ସଫ୍ଟୱେୟାର  ଅପ୍ଲିକେସନ୍ ସହିତ ଯୋଡ଼ିଥାଏ। ଆଉ ହ୍ୟାକରମାନେ Zero-Dayରେ ଏହି କର୍ଣ୍ଣଲ୍‌ କୋଡ୍‌ ଉପରେ ଆକ୍ରମଣ କରିଥାନ୍ତି।

ତେବେ Zdnet ର ରିପୋର୍ଟ ଅନୁସାରେ ଏହିସବୁ ଫୋନ୍ ପାଇଁ ବିପଦ ରହିଛି।

  • Google Pixel 2 (କେବଳ ଆଣ୍ଡ୍ରଏଡ୍୯ ଓ ଆଣ୍ଡ୍ରଏଡ୍ ୧୦ ପ୍ରିଭ୍ୟୁ ବାଲା ଫୋନ୍‌)
  • Huawei P2
  • Xiaomi Redmi 5A
  • Xiaomi Redmi Note 5
  • Xiaomi A1
  • OppoA3
  • MotoZ3
  • Samsung Galaxy S7
  • Samsung Galaxy S8
  • Samsung Galaxy S9

ଏଥିରୁ କେମିତି ରକ୍ଷା ପାଇବେ ?

ଏହି ତ୍ରୁଟି ପାଇଁ ଗୁଗଲ ଖୁବ୍‌ଶୀଘ୍ର ସିକ୍ୟୁରିଟି ଥିବା ସଫ୍ଟୱେୟାର ତିଆରି କରି ମୋବାଇଲ୍‌କୁ ଅପ୍‌ଡେଟ୍‌ କରିବାକୁ କହିଛି। ଯଦି ଆପଣଙ୍କ ପାଖରେ ଏହିସବୁ ମୋବାଇଲ୍‌ ଅଛି  ଆଉ ଆପଣଙ୍କ ପାଖରେ ଅପ୍‌ଡେଟ୍‌ ଆସିଯାଇଛି ତେବେ ଖୁବ୍‌ଶୀଘ୍ର ଅପ୍‌ଡେଟ୍‌ କରିନିଅନ୍ତୁ। ଏହାଦ୍ୱାରା ହ୍ୟାକର୍‌ ଆଟାକ୍‌ରୁ ରକ୍ଷା ପାଇପାରିବେ।

 

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like