ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ନିଜର ଡୁଡଲ୍ ସମର୍ପଣ କଲା ଗୁଗଲ୍

ଗୁଗଲ୍ ନିଜର ସର୍ଚ୍ଚ ଡୁଡୁଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ଗୁଗୁଲ୍‌ ତା’ର ଡୁଡୁଲ୍ ଦେଶର ପ୍ରଥମ ମହିଳା ବିଧାୟିକାଙ୍କୁ ସମର୍ପଣ କରିଛି। ଆଜି ଗୁଗଲ୍‌ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କର ୧୩୩ତମ ଜନ୍ମଦିବସ  ପାଳନ କରୁଛି। ମୁଥୁଲକ୍ଷ୍ମୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହ  ଶିକ୍ଷକ, ସର୍ଜନ ଓ ସମାଜ ସେବୀ ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ସେ ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ  ଲଢ଼ିଥିଲେ ଓ ନିଜ ଉପଲବ୍ଧି ମାଧ୍ୟମରେ ପ୍ରମାଣ କରିଦେଇଥିଲେ ଯେ ମହିଳାମାନେ ପୁରୁଷଙ୍କଠୁ କୌଣସି ବି ଗୁଣରେ କମ୍‌ ନୁହେଁ।

ମୁଥୁଲକ୍ଷ୍ମୀଙ୍କର ଜନ୍ମ ୧୮୮୩ରେ ତାମିଲନାଡ଼ୁର ପୁଡୁକୋଟ୍ଟାଇରେ ହୋଇଥିଲା। ତାଙ୍କର ମାତାପିତା ବାଲ୍ୟାବସ୍ଥାରେ ତାଙ୍କର ବିବାହ କରି ଦେବାକୁ ଚାହୁଁଥିଲେ। ହେଲେ ଏହାକୁ ବିରୋଧ କରିଥିଲେ।  ନିଜର ଶିକ୍ଷା ଅଧିକାର ପାଇଁ ପରିବାର ସହ ଲଢ଼ିଥିଲେ। ଏହାପରେ ସେ ମାଦ୍ରାସ କଲେଜରେ ଡାକ୍ତରୀ ପଢ଼ିଥିଲେ। ମୁଥୁଲକ୍ଷ୍ମୀ ସେହି କଲେଜରେ ପ୍ରଥମ ମହିଳା ମେଡିକାଲ ଛାତ୍ରୀ ଥିଲେ। ଏହି ସମୟରେ ତାଙ୍କର ଭେଟ ସରୋଜୀନି ନାଇଡ଼ୁ ଓ ଆନିବେଶାନ୍ତଙ୍କ ସହ ହୋଇଥିଲା ଓ ସୋମାନେ ଭଲ ବନ୍ଧୁ ହୋଇପାରିଥିଲେ।

ଡାକ୍ତର ମୁଥୁଲକ୍ଷ୍ମୀ ସରକାରୀ ଡାକ୍ତରଖାନାରେ ଦେଶର ପ୍ରଥମ ମହିଳା ସର୍ଜନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ୧୯୮୧ରେ ମାଦ୍ରାସ ବିଧାନ ପରିଷଦର ଉପାଧ୍ୟକ୍ଷ ଭାବେ ମୁଥୁଲକ୍ଷ୍ମୀଙ୍କୁ  ଚୟନ କରାଯାଇଥିଲା। ସେ ଦେଶର ପ୍ରଥମ ମହିଳା ବିଧାନ ପରିଷଦ ସଦସ୍ୟ ହେବାର ଉପଲବ୍ଧି ହସଲ କରିଥିଲେ। ସେ କମ୍‌ ବୟସରେ ଝିଅମାନଙ୍କର ବାହାଘରକୁ ରୋକିବା ପା‌ଇଁ ନିୟମ ମଧ୍ୟ ଆଣିଥିଲେ।

ସେତିକି ନୁହଁ, ମହିଳା ଶୋଷଣ ବିରୁଦ୍ଧରେ ମଧ୍ୟ ସେ ସ୍ୱର ଉଠାଇଥିଲେ। ତାଙ୍କର ଏଭଳି ସବୁ ମହାନ ଯୋଗଦାନ ପାଇଁ ତାଙ୍କୁ ୧୯୫୬ରେ ପଦ୍ମଭୁଷଣ ସମ୍ମାନରେ ସମ୍ମାନୀତ ମଧ୍ୟ କରାଯାଇଥିଲା। ୧୯୬୮ ଜୁଲାଇ ୨୨ରେ ତାଙ୍କର ଦେହାନ୍ତ ହୋଇଥିଲା।

ତାମିଲନାଡ଼ୁ ସରକାର ଡାକ୍ତର ମୁଥୁଲକ୍ଷ୍ମୀଙ୍କ ଅବଦାନକୁ ଚିର ସ୍ମରଣୀୟ କରିବା ପାଇଁ ତାଙ୍କ ସମ୍ମାନରେ ତାମିଲନାଡ଼ୁରେ ପ୍ରତ୍ୟେକ ବର୍ଷ ଜୁଲାଇ ୩୦ ତାରିଖକୁ ‘ହସ୍ପିଟାଲ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

ଅଯୋଧ୍ୟା ବିବାଦ: ଆରମ୍ଭରୁ ଏପର୍ଯ୍ୟନ୍ତ କ’ଣ ସବୁ ଘଟି ଯାଇଛି ଜାଣନ୍ତୁ ଘଟଣାକ୍ରମ

ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭକୁ ନେଇ କିଏ କ’ଣ କହିଲେ ଜାଣନ୍ତୁ

ରାମ ମନ୍ଦିର ନିର୍ମାଣରେ ଏଇ ୧୦ ସିପାହୀଙ୍କୁ ଭୁଲି ହେବନି

୩ ମହଲା ବିଶିଷ୍ଟ ହେବ ଭବ୍ୟ ରାମ ମନ୍ଦିର, ଲାଗିବନି ଲୁହା

ବିଲେଇ କରୁଥିଲା ଡ୍ରଗ୍ସ ଚାଲାଣ, ଗିରଫ କଲା ପୋଲିସ୍!

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷର ବାଳକ!

ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

ଗରିବଙ୍କ ସାହା, ସଂଗ୍ରାମୀଙ୍କ ସାଥୀ ବାସୁଦେବ; ସଞ୍ଚିତ ଅର୍ଥ ଦାନ କରି ସୃଷ୍ଟି କଲେ ଉଦାହରଣ

You might also like