ସୁଡ଼ଙ୍ଗ ଖୋଳି ସୁନା ଲୁଟ୍

କଳାକନା ବୁଲାଇଲେ ଲୁଟେରା

ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍‌ ଭିତରେ ସୁଡ଼ଙ୍ଗ। ଡ୍ରେନ୍‌ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍‌ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାଜା ବଜାରରେ ଦୁର୍ବୃତ୍ତମାନେ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରି କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି।

ଗତ ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା ରାଜା ବଜାରର ଗୋଲ୍ଡ ପ୍ଲାଜା ନାମକ ଏକ ଜୁଏଲାରୀରେ ଅପରାଧୀମାନେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତଙ୍କ ଏଭଳି ନିଆରା ଢଙ୍ଗରେ ଲୁଟ୍‌ତରାଜ ବ୍ୟବସାୟୀ ମହଲରେ ଆଲୋଡନ ଖେଳାଇ ଦେଇଛି।

ପ୍ରଥମେ ଜଟଣୀ ପୋଲିସ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲା। ପରେ ପରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଛାନ୍‌ଭିନ୍‌। ସୁଡ଼ଙ୍ଗ ଭିତରୁ ଗୋଟିଏ ଛୋଟ ଶାବଳ, ହାତୁଡି ଓ ଗାମୁଛା ପୋଲିସ ହାତରେ ଲାଗିଛି। ତେବେ ସୁନା ଦୋକାନର ସିସିଟିଭି କ୍ୟାମେରା ଖରାପ ଥିବାରୁ ପୋଲିସ ତଦନ୍ତରେ ବାଧା ସୃଷ୍ଟି ହୋଇଛି। ତଥାପି ଅପରାଧୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

You might also like