୨୦୨୧ରେ ଏତିକି ବଢିବ ସୁନା ଦର !!

ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର। ସୁନା କିଣିବାକୁ ଏଣିକି ଲାଗୁଛି ଡର। କହିବାକୁ ଗଲେ, ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ରହିଛି। କିନ୍ତୁ ଲୋକମାନେ ସୁନା କିଣିବାରେ କମ କରୁନଥିବା ଅନେକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ସୁନାକୁ ନେଇ ଯେଉଁ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

୨୦୨୧ ରେ ୬୩ ହଜାରରେ ପହଞ୍ଚିପାରେ। ତେବେ ବର୍ଧିତ ଦରକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ସୁନା ଏପରି ଏକ ସାମଗ୍ରୀ ଯାହାକୁ ପ୍ରତ୍ୟେକ ସମୟରେ ଲୋକମାନେ ବ୍ୟବହାର କରନ୍ତି। ତେଣୁ ଏହି  ଧାତୁର ଦାମ ବଢିବା ଓ କମିବାକୁ ନେଇ ସବୁବେଳେ ଖବର ଆସେ।  କହିବାକୁ ଗଲେ ଏତେ କମ ଦିନ ମଧ୍ୟରେ ସୁନାର ଦାମ ଏମିତି ମାତ୍ରାରେ ବଢିଲା ଯେ, ଯାହାକୁ ନେଇ  ଚିନ୍ତାରେ ଏବେ ଲୋକେ।

ମୋଟ ଉପରେ କହିବାକୁ ଗଲେ, ଏହି ବର୍ଷ ସୁନା ଦରରେ ପ୍ରବଳ ବୃଦ୍ଧି ଘଟିଥିଲା। ତେବେ ୨୦୨୧ ବର୍ଷରେ ବି ସୁନାର ଦାମ ବଢିବ ବୋଲି ସୂଚନା ରହିଛି। ତେବେ ବର୍ତ୍ତମାନ, ସୁନା ୧୦ ଗ୍ରାମ ପିଛା ପ୍ରାୟ ୫୦ ହଜାର ଟଙ୍କାରେ କାରବାର ହେଉଛି। କିନ୍ତୁ ୨୦୨୧ରେ ଏହା ଏକ ବଡ଼ ଧରଣର ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୨୧ରେ ବି ସୁନା କାରବାର ଅଧିକ ରହିବ। କେବଳ ଅଧିକ ରହିବ ତାହା ନୁହେଁ ବରଂ ୧୦ ଗ୍ରାମ ପ୍ରତି ସୁନାର ଦାମ ୬୩ ହଜାର ଟଙ୍କାରେ ପହଂଚିପାରେ। କିନ୍ତୁ ଯେଉଁମାନେ ସୁନାରେ ଟଙ୍କା ବିନିଯୋଗ କରିଛନ୍ତି ତାହା ଲାଭ ଦାୟକ ରହିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ, ୨୦୨୧ରେ ସୁନାର ଦର ତୀବ୍ର ଭାବରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଆମେ ଯଦି ୨୦୨୦ ବର୍ଷ କଥା କହିବା ତେବେ ସୁନାରେ ଭଲ ବେପାର ହୋଇଥିଲା।  କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଏହାର ଦର ବଢିବାରେ ଲାଗିଛି।

ଅଗଷ୍ଟ ମାସରେ, ସୁନା ଓ ରୂପା ଏକ ନୂତନ ରେକର୍ଡ ସୃଷ୍ଟି କରି ଏହାର ସର୍ବକାଳୀନ ଉଚ୍ଚତାକୁ ଛୁଇଁଲା। ୨୦୨୦ ବର୍ଷରେ ବିଶ୍ୱ ବଜାରରେ ସୁନା ୨୩ ପ୍ରତିଶତ ମହଙ୍ଗା ହୋଇଛି। ଏହାପୂର୍ବରୁ ୨୦୧୯ରେ ସୁନା ମୂଲ୍ୟରେ ବୃଦ୍ଧି ହାର ଦୁଇ ଅଙ୍କରେ ଥିଲା। ସୁନା୧୦ ଗ୍ରାମ ପ୍ରତି ସୁନା ୫୬ ହଜାର ଟଙ୍କାରେ ପହଞ୍ଚିଛି। ସେହିପରି ସିଲଭର ଅଗଷ୍ଟରେ ଏହାର ସର୍ବକାଳୀନ ଉଚ୍ଚତାକୁ ଛୁଇଁଲା ଏବଂ କିଲୋଗ୍ରାମରେ ୭୭ ହଜାର ଟଙ୍କା ଛୁଇଁଲା।

ତେବେ ଗତ ଅଗଷ୍ଟ ମାସରେ କରୋନା ଟିକା ସମ୍ପର୍କରେ ଖବର ଆସିବା ପରେ ଲୋକେମାନେ ପୁଣି ଥରେ ସୁନାରେ ନିଜ ଟଙ୍କା ବିନିଯୋଗ କରିବାର ଦେଖା ଦେଇଥିଲା। କହିବାକୁ ଗଲେ ମୋଟ ଉପରେ ୨୧ ମସିହାରେ ସୁନା ଦର ବଢିବ ତେଣୁ ଡେରି ନକରି ସୁନା କିଣିନିଅନ୍ତୁ।

You might also like