ମଣିଷ ହାତରେ ବିରାଟକାୟ ବେଙ୍ଗ ! ମଣିଷ ଛୁଆର ଉଚ୍ଚତାଠୁ ବି ଅଧିକ

ବିରାଟକାୟ ବେଙ୍ଗକୁ ଦେଖି ଡରିଗଲେ ଗାଁ ଲୋକୋ ବେଙ୍ଗ ଯୁଆଡେ ବି ଯାଉଥିଲା, ଭୟରେ ଗାଁ ଲୋକ କିଛି ଦୂର ପଳାଉଥିଲେ, ଆଉ ଶେଷରେ ଧରିଲେ । ସୋଲମନ ଦ୍ୱୀପପୁଞ୍ଜରେ ବିରଳ ପ୍ରଜାତିର ବେଙ୍ଗକୁ ଉଦ୍ଧାର କରାଯାଇଛି । ମଣିଷ ଛୁଆର ଉଚ୍ଚତା ଯେତିକି, ତା ଠାରୁ ବି ଅଧିକ ଏହି ବେଙ୍ଗର ଉଚ୍ଚତା । ତେବେ ବେଙ୍ଗର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ଲାଗିଛି । ତେବେ ବେଙ୍ଗ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଯେତିକି ଉତ୍କଣ୍ଠା ଥିଲା, ତାକୁ ଧରିବା ପାଇଁ ଭୟ ମଧ୍ୟ ଲାଗୁଥିଲ।।

ଶେଷରେ ସାହାସ କରି ଛୋଟ ପିଲାଟିଏ ବେଙ୍ଗଟିକୁ ଧରିଥିଲା । ଆଉ ସେହି ସମୟରେ ହୋନିଆରା ଅଞ୍ଚଳର ଜିମି ହ୍ୟୁଗୋ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହା ଏକ ନୂତନ ପ୍ରଜାତିର ବେଙ୍ଗ ହୋଇଥାପାରେ ବୋଲି ଅନୁମାନ କରୁଛନ୍ତି ।

ହ୍ୟୁଗୋ ଜଣେ ସ’ମିଲର ମାଲିକ । ସେ କହିଛନ୍ତି ଯେ ଗତ ଏପ୍ରିଲରେ ବଣୁଆ ଘୁଷୁରୀଙ୍କୁ ଶିକାରୀ କରୁଥିବା ବେଳେ ମିଲ୍ ଶ୍ରମିକଙ୍କ ନଜରରେ ଏପରି ପ୍ରଜାତିର ବେଙ୍ଗ ଆସିଥିଲ।। ସେହି ସମୟରେ ଏହି ଜାଏଣ୍ଟ ଫ୍ରଗ୍ ତଥା କର୍ଣ୍ଣଫ୍ୟୁୟର ଗ୍ୟୁପି ପ୍ରଜାତିର ବେଙ୍ଗର ଫଟୋ ଉଠାଇ ମୁଁ ଫେସବୁକରେ ସେୟାର କରିଥିଲି । ଯେଉଁଠି ମୁଁ ଦେଖିଲି, ଏହାକୁ ବସ୍ ଚିକେନ୍ ବୋଲି କୁହନ୍ତି ବୋଲି ହ୍ୟୁଗୋ ଫେସବୁକରେ ଉଲ୍ଲେଖ କରିଛନ୍ତି ।

ଫେସବୁକ୍ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ୮ଶହ ୟୁଜର୍ସ ସେୟାର କରିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ କମେଣ୍ଟ ଆସିଛି । ଏହାକୁ ଆଶ୍ଚର୍ଯ୍ୟ ବୋଲି ୟୁଜର ଫେସବୁକରେ କମେଣ୍ଟ ଦେଇଛନ୍ତି । କେହି କେହି ଏହାକୁ ସୋଲମନ ଦ୍ୱୀପପୁଞ୍ଜର ସବୁଠୁ ବିରାଟକାୟ ପାଣି ବେଙ୍ଗ ବୋଲି କହିଛନ୍ତି ।

ଏନେଇ ହ୍ୟୁଗୋ ଏବିସି ନ୍ୟୁଜକୁ କହିଛନ୍ତି ଯେ- ଏହି ଫେସବୁକରେ ପୋଷ୍ଟ ଅଳ୍ପ ଲୋକ ଦେଖିବେ ବୋଲି ମୁଁ ଭାବିଥିଲି । କିନ୍ତୁ ଅଧିକରୁ ଅଧିକ ଲୋକ ଏହି ପୋଷ୍ଟକୁ ଦେଖି କମେଣ୍ଟ ଦେବା ଆରମ୍ଭ କରିଦେଇଛିଲେ । ଏହି ପ୍ରଜାତିର ବେଙ୍ଗକୁ ଦେଖି ଲୋକମାନଙ୍କ ପ୍ରତିକ୍ରିୟାରେ ମୁଁ ଚକିତ ହୋଇଯାଇଥିଲି ।

ସୋଲମନ ଦ୍ୱୀପପୁଞ୍ଜ ଓ ପପୁଆ ନ୍ୟିୟୁ ଗୁଏନା ଠାରେ କର୍ଣ୍ଣଫ୍ୟୁର ଗ୍ୟୁପି ପ୍ରଜାତିର ବେଙ୍ଗ ଦେଖାଯାଏ । ଏହି ବେଙ୍ଗକୁ ସ୍ଥାନୀୟ ଲୋକ ବସ୍ ଚିକେନ୍ ବୋଲି କୁହନ୍ତି । କେବଳ ସେତିକି ନୁହେଁ, ଲୋକେ ଏହାକୁ ଶିକାର କରି ବେଙ୍ଗର ମାଂସକୁ ଖାଆନ୍ତି । ଏହାର ମାଂସ ବେଶ ସ୍ୱାଦିଷ୍ଟ ବୋଲି ହ୍ୟୁଗୋ କହିଛନ୍ତି ।

କିନ୍ତୁ ସୋସିଆଲ ମିଡିଆର ୟୁଜରମାନେ ଏପରି ବିରାଟକାୟ ଦେଖି ଡରିଯାଉଛିନ୍ତି । ଏପରିକି ଏତେ ବଡ ବେଙ୍ଗ କେବେ ଦେଖିନଥିବା ଅଷ୍ଟ୍ରେଲିଆର ପ୍ରାଣୀ ବିଶେଷଜ୍ଞ ଜୋଡି ରୋଲେ କହିଛନ୍ତି । ତେବେ ମଣିଷଙ୍କ ଶିକାର ଓ ପ୍ରଦୂଷଣ ଯୋଗୁଁ ଏହି ବିରଳ ପ୍ରଜାତିର ବେଙ୍ଗ ଲୋପ ପାଇବାରେ ବସିଛିା

You might also like