କୁକୁର ଓ ବିଲେଇଙ୍କ ପାଇଁ ତିଆରି ହେବ ଶ୍ମଶାନ ଘାଟ : ଅନ୍ତିମ ସଂସ୍କାର କରିବେ ପୂଜାରୀ

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର ।  କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ ଘାଟ ତିଆରି କରାଯିବାର ଯେ।ଜନା ହେଉଛି । ରାଜଧାନୀବାସୀ ଏହି ଶ୍ମଶାନ ଘାଟରେ ନିଜ ପେ।ଷା କୁକୁର କିମ୍ବା ବିଲେଇର ଅନ୍ତିମ ସଂସ୍କାର କରିପାରିବେ ।

ପେ।ଷା ପଶୁପକ୍ଷୀ ସହ ମାଲିକର ଥାଏ ଭାବନାତ୍ମକ ସଂପର୍କ । ପଶୁପକ୍ଷୀ ମାନେ ଥାଆନ୍ତି ରକ୍ତ ସମ୍ପର୍କ ଉର୍ଦ୍ଧ୍ବରେ । ଏହି ଭାବନାତ୍ମକ ସଂପର୍କ । ଆଉ ଏହି ସମ୍ପର୍କ ସବୁଦିନ ସ୍ମୁତିରେ ରହୁ ବେ।ଲି ସମସ୍ତେ ମଧ୍ୟ ଚାହାନ୍ତି । ହେଲେ ଏହାର କୌଣସି ବ୍ୟବସ୍ଥାର ନଥିବାରୁ ଏବେ ସୁଦ୍ଧା ପଶୁଙ୍କ ଅନ୍ତିମ ସଂସ୍କାର  ସମ୍ଭବ ହେ।ଇପାରି ନଥିଲା । ସୂଚନା ଅନୁସାରେ ଦକ୍ଷିଣ ଦିଲ୍ଲୀର ନଗର ନିଗମ ଦ୍ବ।ରିକାରେ ସ୍ମଲ୍ ଆନିମଲ୍ କ୍ରିମାଟେ।ରିୟମ ନିର୍ମ।ଣ କରାଇବେ । ପୁରା ଦେଶରେ ଏହା ପ୍ରଥମ ପଶୁପକ୍ଷୀଙ୍କ ପାଇଁ ଉପଯୁକ୍ତ ଶ୍ମଶାନଘାଟ ହେବ ବେ।ଲି ଦାବି କରିଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ ।

କୁକୁର ପାଳୁଥିବା ଲେ।କେ ଓ ପଶୁପ୍ରେମୀ ମାନେ ଦିଲ୍ଲୀ ନଗର ନିଗମର ଏହି ନୂତନ ପ୍ରୟାସକୁ ସ୍ବାଗତ କରିଛନ୍ତି । ଏହି ପରିଯାଜନାକୁ ଅନ୍ତିମ ମଞ୍ଜୁରୀ ଦେବା ସହ ଖୁବ ଶୀଘ୍ର ଟେଣ୍ଡର ଜାରି କରାଯିବ । ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକର ସହାୟତାରେ ଏହି ସ୍ବତନ୍ତ୍ର ଶ୍ମଶାନଘାଟର ନିର୍ମ।ଣ କରାଯିବ ।

୭୦୦ ବର୍ଗମିଟରରେ ତିଆରି ହେବ ଶ୍ମଶାନଘାଟର ନିର୍ମ।ଣ

ଦିଲ୍ଲୀର ଦ୍ବାରିକାରେ ୭୦୦ ବର୍ଗମିଟର ଜମିରେ କୁକୁର, ବିଲେଇ, ମାଙ୍କଡ଼ ଓ ଘୁଷୁରୀର ଅନ୍ତିମସଂସ୍କାର କରାଇବା ପାଇଁ ଶ୍ମାନ ଘାଟର ନିର୍ମ।ଣ କରାଯିବ । ଏହି ଶ୍ମଶାନଘାଟକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଗେ।ଟିଏ ପଟେ ପାଷା କୁକୁରଙ୍କ ଶବଦାହ କରାଯିବ । ଅନ୍ୟପଟେ ବିଲେଇ, ମାଙ୍କଡ଼, ବୁଲା କୁକୁର ଓ ଘୁଷୁରୀ ଆଦି ଜୀବଗୁଡ଼ିକର ଶବଦାହ କରାଯିବ ।

ପଶୁଙ୍କ ଶବଦାହ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ 

ପଶୁପକ୍ଷୀଙ୍କ ପାଇଁ  ଖର୍ଚ୍ଚରାଶି ସ୍ଥିର କରିଛି  ଦକ୍ଷିଣ ଦିଲ୍ଲୀ ନଗର ନିଗମ ।  ଶ୍ମଶାନଘାଟରେ  ୩୦ କିଲେ। ପର୍ଯ୍ୟନ୍ତ ଓଜନ ଥିବା କୁକୁର ପାଇଁ ୨ହଜାର ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଏହାସହ ୩୦ କିଲେ।ଠାରୁ ଅଧିକ ଓଜନ ଥିବା କୁକୁର ପାଇଁ ୩ହଜାର ଟଙ୍କା ଦେବାକୁ ପଡ଼ିବ । ଏହି ଶ୍ମଶାନ ଘାଟର ନିର୍ମାଣ ଦିଲ୍ଲୀ ନଗର ନିଗମ କରାଇବ । ତେବେ ଏହି ଘାଟର ବ୍ୟବହାର ରାଜଧାନୀର ସମସ୍ତ ଲେ।କ କରିପାରିବେ ବେ।ଲି ଜଣାପଡ଼ିଛି ।

ପୂଜାରୀ କରିବ ପଶୁଙ୍କ ଅନ୍ତିମ ସଂସ୍କାର

ପଶୁଙ୍କ ଅନ୍ତିମ ସଂସ୍କାର କରିବେ ପୂଜାରୀ । ଏହି ଶ୍ମଶାନଘାଟର ସବୁଠାରୁ ଖାସ୍ କଥା ହେଲା ମଣିଷଙ୍କ ପରି ସମସ୍ତ ବିଧିବିଧାନ ଅନୁସାରେ ପଶୁଙ୍କ ଅନ୍ତିମ ସଂସ୍କାର କରିବେ ପୂଜାରୀ । ମାଲିକଙ୍କ ଉପସ୍ଥିତିରେ ସମସ୍ତ ବିଧି ସମ୍ପନ୍ନ ହେବ ।

ଅସ୍ଥି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ହେବ 

ପଶୁଙ୍କ ପାଇଁ ତିଆରି ହେବାକୁ ଯାଉଥିବା ଶ୍ମଶାନ ଘାଟରେ ପଶୁଙ୍କର ଶବଦାହ ପରେ ଅସ୍ଥି ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଯେଉଁ ଲେ।କ ଅନ୍ୟ ସ୍ଥାନରେ ପାଳିତ ପଶୁଙ୍କ ଅସ୍ଥି  ବିସର୍ଜନ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନେ ଅସ୍ଥି ନେଇଯାଇପାରିବେ । ତେବେ ଏଠାରେ ଅସ୍ଥି ରଖାଯିବା ପାଇଁ ଥାକର ମଧ୍ୟ ବ୍ୟବସ୍ଥା କରାଯିବ । ଶବଦାହ କରିବାକୁ ଆସୁଥିବା ଲେ।କେ ଯେପରି କୌଣସି ଅସୁବିଧା ନଭେ।ଗନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।

 

 

 

You might also like