ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି?

ନୂଆଦିଲ୍ଲୀ: ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ଆପଣ ବି ନିଜ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଯିବାକୁ ପଡ଼ିବ ନାହିଁ RTO ଅଫିସ୍। ମିଳିଥିବା ସୂଚନା ଅନୁସାରେ, ଆପଣ ପରିବହନ ମନ୍ତ୍ରଣାଳୟ ଅଫିସିଆଲ୍ ୱେବସାଇଟକୁ (https://parivahan.gov.in/parivahan) ଯାଇ ଏହି ଛୋଟିଆ କାମଟି କରିବାକୁ ପଡ଼ିବ। ଯାହା ଦ୍ୱାରା ବିନା କୌଣସି ପରିଶ୍ରମରେ ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇପାରିବ।

ଘରେ ବସି ରିନ୍ୟୁ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ। କେବଳ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଆପଣଙ୍କ ପାଖରେ ଥିବା ଆବଶ୍ୟକ। ପୁରୁଣା ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସାଇଜ୍ ଫଟୋ ସହ ଆଧାର କାର୍ଡର ଫଟୋ ଦେବାକୁ ପଡ଼ିବ। ଆଉ ମାତ୍ର ୩୦ ଦିନ ମଧ୍ୟରେ ଆପଣଙ୍କ ପାଖରେ ପୋଷ୍ଟ ଅଫିସ ଜରିଆରେ ପହଞ୍ଚିଯିବ ଡ୍ରାଇଭିଂ ଲାଇସେନ୍ସ।

ତେବେ ଜାଣନ୍ତୁ କେମିତି ଅନଲାଇନରେ କରିବେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ….

ଯଦି ଆପଣଙ୍କୁ ୪୦ ବର୍ଷରୁ ଅଧିକ ବୟସ ହୋଇଛି ଏବଂ ଆପଣଙ୍କ ଲାଇସେନ୍ସର ବୈଧତା ପୂର୍ଣ୍ଣ ହୋଇଛି ଏବଂ ନିଜ ଲାଇସେନ୍ସ ନବୀକରଣ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଫର୍ମ ୧ (ଏ) ପୂରଣ କରିବାକୁ ପଡ଼ିବ। କେବଳ ପୂରଣ କଲେ ହେବ ନାହିଁ ବରଂ କୌଣସି ଡାକ୍ତରଙ୍କ ଠାରୁ ପ୍ରମାଣପତ୍ର ମଧ୍ୟ ଆଣିବାକୁ ପଡ଼ିବ ବୋଲି ସୂଚନା ରହିଛି। ଜାଣିରଖନ୍ତୁ ଏ ସମ୍ପର୍କରେ parivahan.gov.in ୱେବସାଇଟରେ ମିଳିପାରିବ।

ଏହାସହ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ଆପଣ parivahan.gov.in ୱେବସାଇଟରୁ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଫର୍ମ ପ୍ରିଣ୍ଟ କରିପାରିବେ | ଏହା ପରେ, ଏହି ଫର୍ମ ସ୍କାନ କରିବା ପରେ, ଆପଣଙ୍କ ସହିତ ଏକ ସଫ୍ଟ କପି ରଖନ୍ତୁ। ଯାହାଦ୍ୱାରା ଆପଣ ଯେତେବେଳେ ଅନଲାଇନରେ ଡ଼୍ରାଇଭିଂ ଲାଇସେନ୍ସ ଆପ୍ଲାଏ କରିପାରିବେ ସେହି ସମୟରେ ଅତି ସହଜରେ ଏହାକୁ ଅପଲୋଡ଼୍ ମଧ୍ୟ କରିପାରିବେ।

କେମିତି ଓ କେଉଁଠି କରିବୋ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ…?

  • ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ପାଇଁ ପ୍ରଥମେ ଭାରତ ସରକାରଙ୍କ ସଡକ ପରିବହନ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ https://parivahan.gov.in/parivahan/ କୁ ଯାଆନ୍ତୁ।
  • ଏହାପରେ ବାମ ପାର୍ଶ୍ୱରେ ଥିବା ଅନଲାଇନ ଆପ୍ଲାଏରେ କ୍ଲିକ୍ କରିବାକୁ ପଡିବ।
  • ପରେ ଆପଣଙ୍କୁ ସର୍ଭିସେସ୍ ଅନ୍ ଡ଼୍ରାଇଭିଂ ଲାଇସେନ୍ସରେ କ୍ଲିକ୍ କରିବାକୁ ପଡ଼ିବ । ପରେ ଦିଆଯାଇଥିବା ସୂଚନାକୁ ଫୋଲୋ କରିବାକୁ ପଡ଼ିବ।
  • ଏହାପରେ ଆପଣଙ୍କୁ ଦିଆଯାଇଥିବା ଫର୍ମକୁ ପୂରଣ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ ସରକାରଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ।
  • ଫର୍ମ ପୂରଣ କରିବା ଡକ୍ୟୁମେଣ୍ଟ ଅପଲୋଡ୍ କରିବା ପରେ ଅନଲାଇନ ପ୍ରକ୍ରିୟା ଯାଇ ଶେଷ ହେବ।
  • ଏହି ପ୍ରକ୍ରିୟା ପୂରା ଶେଷ ହେବା ପରେ ହିଁ କିଛି ଦିନ ମଧ୍ୟରେ ଆପଣଙ୍କ ପାଖରେ ପହଞ୍ଚିଯିବ ଡ୍ରାଇଭିଂ ଲାଇସେନ୍ସ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଡ୍ରାଇଭିଂ ଲାଇସେନ୍ସର ବୈଧତା ପୂର୍ଣ୍ଣ ହୋଇଥିଲେ ତାହାକୁ ରିନ୍ୟୁ କରାଇବାକୁ ଆପଣଙ୍କୁ ୩୦ ଦିନର ସମୟ ଦିଆଯାଇଥାଏ। ଯଦି କୌଣସି କାରଣରୁ ଏହି ସମୟ ମଧ୍ୟରେ ଆପଣ ଲାଇସେନ୍ସ ରିନ୍ୟୁ କରାଇ ନାହାନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡ଼ିବ। କେତେ ଜୋରିମାନା ଦେବାକୁ ପଡ଼ିବ ତାହା ଲାଇସେନ୍ସର ବର୍ଗ ଉପରେ ନିର୍ଭର କରେ। ତେବେ ଯଥା ସମୟରେ ଲାଇସେନ୍ସ ରିନ୍ୟୁ କରି ଜୋରିମାନାରୁ ବଞ୍ଚିତ ହୁଅନ୍ତୁ।

 

 

You might also like