ପ୍ଲାଷ୍ଟିକ୍‌ ବଦଳରେ ମିଳୁଛି ମାଗଣା ଖାଦ୍ୟ

ଅମ୍ୱିକାପୁର : ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଏବେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ସାରା ଦେଶରେ ।  ବ୍ୟକ୍ତିଗତ ଭାବେ ସମସ୍ତେ ଏ ଦିଗରେ ସଚେତନ ହେବା ପାଇଁ ସରକାରୀ ଓ ବେସରକାରୀ ପଦକ୍ଷେପ ନିଆଯାଇଛି। ଆଉ ଏ ଦିଗରେ ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିଛି ଛତିଶଗଡ଼।

ରାଜ୍ୟର ଅମ୍ୱିକାପୁର ଜିଲ୍ଲାରେ ଏକ ଗାର୍ବେଜ କାଫେର ଶୁଭାରମ୍ଭ ହୋଇଛି।  ଏହି କାଫେରେ ଲୋକେ ପ୍ଲାଷ୍ଟିକ୍‌ ଦେଇ ମାଗଣା ଖାଦ୍ୟ ପାଇପାରିବେ।  ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍‌ ସିଂହଦେବ ଏହି କାଫେକୁ ଉଦ୍‌ଘାଟନ କରିଛନ୍ତି। ଲୋକଙ୍କ ମଧ୍ୟରେ ପରିବେଶ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ କରିଛି ସରକାର।

ଏହି କାଫେରେ କେବଳ ପ୍ଲାଷ୍ଟିକ୍‌ ଗୋଟାଳି ନୁହଁ ସହରର ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ପ୍ଲାଷ୍ଟିକ୍ ବଦଳରେ ଯେକେହି ସୁସ୍ୱାଦୁ ଖାଦ୍ୟ ପାଇପାରିବେ।

ପ୍ଲାଷ୍ଟିକ୍‌ ମୁକ୍ତ  ଭାରତ ଗଠନରେ  ଛତିଶଗଡ଼ ପ୍ରଥମ  ରାଜ୍ୟ ଯିଏକି ଏଭଳି  ଏକ ନିଆରା ପଦକ୍ଷେପ ନେଇଛି।  ସ୍ୱଚ୍ଛତା ଦିଗରେ ଆରମ୍ଭ ହୋଇଥିବା ଏହ କାଫେର ନାଁ ରହିଛି ‘ ମୋର୍‌ ଦ ବେଷ୍ଟ, ବେଟର ଦ ଟେଷ୍ଟ’ । ଏହି କାର୍ଯ୍ୟକୁ ଭାରତ ସରକାରଙ୍କ ତରଫରୁ ପ୍ରଶଂସା କରାଯାଇଛି।

You might also like