• translate
Prangyan Parimita

 

ବ୍ରହ୍ମପୁର : କୋଭିଡ ହସ୍ପିଟାଲରେ ପାଠପଢ଼ା । କଲେଜ ବନ୍ଦ, କୋଚିଂ ସେଣ୍ଟର ବନ୍ଦ । ହେଲେ ଚାଟାର୍ଡ ଆକାଉଣ୍ଟାଟାଣ୍ଟ ହେବାର ସ୍ୱପ୍ନ ଆଗରେ ଅଦୃଶ୍ୟ ଭାଇରସର ଯନ୍ତ୍ରଣା ହାରିଯାଉଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦିନରାତି କଠିନ ପରିଶ୍ରମ କରୁଛନ୍ତି କରୋନା ସଂକ୍ରମିତ ଯୁବକ । ପାଠପଢ଼ାରେ ବାଧା ସୃଷ୍ଟି କରିପାରିନି ମହାମାରୀର ମାୟାଜାଲ । ଅଦୃଶ୍ୟ ଭାଇରସ୍ ଭୟରେ ଜୀବନଯାତ୍ରା ଠପ୍ ହୋଇ ଯାଇଥିବା ବେଳେ କୋଭିଡ୍ ହସ୍ପିଟାଲରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି କରୋନା ରୋଗୀ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ ହସ୍ପିଟାଲର ପରିଦର୍ଶନ କରିବାକୁ ଯାଇଥିବାବେଳେ ଏପରି ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହାର ଫଟୋ ସେ ନିଜୟ ଟ୍ୱିଟର ହ୍ୟାଣ୍ଡେଲେରେ ସେୟାର କରିଛନ୍ତି ।

କୋଭିଡରେ ସଂକ୍ରମିତ ହୋଇଛନ୍ତି, କିନ୍ତୁ ମାସ୍କ ଲଗାଇ ବେଡ ଉପରେ ପାଠପଢ଼ାରେ ମନ ଦେଇଛନ୍ତି । ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ର କୋଭିଡ ସେଣ୍ଟରରେ ବସି ପାଠ ପଢ଼ୁଛନ୍ତି । ତେବେ ତାଙ୍କର ପାଠ ପଢ଼ିବାର ଝୁଙ୍କ ଦେଖି ଜିଲ୍ଲାପାଳ ଖୁସି ହେବା ସହ ସେହି ସମୟର ଫଟୋକୁ ନିଜ କ୍ୟାମେରାରେ କଏଦ କରି ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ସଂଯୋଗ ବଶତଃ କେବେ ବି ସଫଳତା ମିଳେନି । ଜୀବନରେ ତଥା କ୍ୟାରିୟରରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଆଜି ଏହି ଛାତ୍ରଙ୍କ ପାଠ ପଢ଼ିବାର ଇଚ୍ଛାଶକ୍ତି ସାମ୍ନାରେ କରୋନା ଯନ୍ତ୍ରଣା ହାରି ଯାଇଛି ।

ତେବେ ଜିଲ୍ଲାପାଳ କରିଥିବା ସେହି ଟ୍ୱିଟକୁ ୩୫ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ୫ ହଜାରରୁ ଅଧିକ ରିଟ୍ୱିଟ୍ କରାଯାଇଛି । ହେଲେ ଏହି ପୋଷ୍ଟ ପରେ କିଛି ଲୋକ ଛାତ୍ରଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ ମଧ୍ୟ କରିଛନ୍ତି । ପାଠପଢ଼ାରେ ମନ ଦେବା ଠିକ୍ କିନ୍ତୁ, ସ୍ୱାସ୍ଥ୍ୟକୁ ମଧ୍ୟ ଅଗ୍ରାଧିକାର ଦେବା କଥା ବୋଲି ମତପ୍ରକାଶ ପାଇଛି । ସେ ଯାହା ବି ମହାମାରୀର ମୁସ୍କିଲ ସମୟରେ କରୋନା ସଂକ୍ରମିତଙ୍କ ସେହି ଫଟୋ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।


ସୂଚନାଯୋଗ୍ୟ ଗଞ୍ଜାମରେ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବ୍ୟବସାୟୀ । ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଆଜିଠୁ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି । ସଂଘ ପକ୍ଷରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ ।

Other Stories