ଏହି ୧୦ଟି ବିଚାରଧାରା, ଯାହା ଗାନ୍ଧୀଙ୍କୁ କରିଥିଲା ସ୍ୱତନ୍ତ୍ର

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ୧୫୧ ତମ ଜୟନ୍ତି। ସତ୍ୟ, ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ବାପୁ, ଅକ୍ଟୋବର ୨ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ସ୍ୱାଧାନତୀ ସଂଗ୍ରାମର ଏହି ମୁଖ୍ୟ ପୁରୋଧାଙ୍କୁ ଆଜି ସାରା ଦେଶ ମନେପକାଉଥିବା ବେଳେ ଆସନ୍ତୁ ଜାଣିବା ଗାନ୍ଧୀଙ୍କର ସେହି ୧୦ଟି ଆଦର୍ଶ। ଯାହା ସମ୍ପୂର୍ଣ୍ଣ ନିଆରା ଆଉ ଗୁରୁତ୍ୱପୂର୍ଣ୍ଣ।

୧) ସତ୍ୟ ହେଉଛି ଜୀବନ ଏବଂ ଇଶ୍ୱର। ଏହା ବିଚାରଧାରାର ସାକ୍ଷୀ। ରାଜା ହରିଶ୍ଚନ୍ଦ୍ରଙ୍କ ପିଲାଦିନର କାହାଣୀ ଶୁଣି ବାପୁ ଆଜୀବନ ସତ୍ୟ କହିବାର ନିଷ୍ପତ୍ତି ନେଇଥିଲେ ଏବଂ ସତ୍ୟକୁ ଇଶ୍ୱରଙ୍କ ସେବା ବୋଲି ଭାବିନେଇଥିଲେ। ସେ ତାଙ୍କ ଆତ୍ମକଥାକୁ ‘ସତ୍ୟର ପ୍ରୟୋଗ’ କହିଥିଲେ।

୨)ଅହିଂସା ବୀରର ପରିଚୟ। ଅସ୍ତ୍ର ଶସ୍ତ୍ର ଦ୍ୱାରା ଦୁନିଆ ଜିତିବା ସହଜ। କିନ୍ତୁ କାହା ମନ ଜିତିବା କଷ୍ଟକର। ଅହିଂଶା ହେଉଛି ପ୍ରେମର କେନ୍ଦ୍ରବିନ୍ଦୁ। ପ୍ରକୃତିର ପ୍ରତ୍ୟେକ ଜୀବର ସୁରକ୍ଷା କରିବା ମନୁଷ୍ୟର କର୍ତ୍ତବ୍ୟ। ବିରୋଧୀଙ୍କ ପ୍ରତି ହିଂଶା ମନୋଭାବ ରଖିବା ଅପେକ୍ଷା ନିଜ ହକ୍‌ ପାଇଁ ଲଢିବା ହେଉଛି ବିରତା।

୩) ତ୍ୟାଗ ମଣିଷକୁ ସହଜ ଅନୁଭବ କରାଏ। ଯେତେବେଳେ କି ବାସ୍ତବବାଦୀ ଚିନ୍ତାଧାରା ମଣିଷର ବୋଝ ବଢାଏ।

୪) ମଣିଷ ସେବା କରିବା ପାଇଁ ସର୍ବଶ୍ୱ ତ୍ୟାଗ କରିବାକୁ ହେବ। ଏଥିପାଇଁ, ମୋହମ୍ମଦ, ବୁଦ୍ଧ, ନାନକ, କବିର, ଦୟାନନ୍ଦ ଆଦି ମୋହ ମାୟା ମୁକ୍ତ ରହିଗଲେ।

୫) ଏମିତି ବଞ୍ଚନ୍ତୁ ଯେପରି କାଲି ଆପଣଙ୍କୁ ମରିବାର ଅଛି ଏବଂ ଏମିତି ଶିଖନ୍ତୁ ଯେପରି ଆପଣଙ୍କୁ ସବୁବେଳେ ଜୀବିତ ରହିବାକୁ ପଡ଼ିବ।

୬) ଯେତେବେଳେ ଜଣେ ବ୍ୟକ୍ତି ଆଧ୍ୟାତ୍ମିକ ସ୍ତରରେ ଉପରକୁ ଉଠେ, ସେତେବେଳେ ପ୍ରାଣୀ ଜଗତର ବିକାଶ ହୁଏ।

୭) ଆପଣ ଯାହା ବି କରନ୍ତି, ସେହି କାମ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏହା ଯେ ଆପଣ କିଛି କରୁଛନ୍ତି।

୮) ଭାରତ କେବଳ ବ୍ରିଟିଶରଙ୍କୁ ପରାଧୀନ କରିବାକୁ ଚାହେଁନି, ସେ ସମସ୍ତ ପ୍ରକାର ପରାଧୀନତାରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବ।

୯) ଗୋଟିଏ ରାଷ୍ଟ୍ରର ସଂସ୍କୃତି ଲୋକଙ୍କ ମନ ଓ ଆତ୍ମାରେ ବାସ କରିଥାଏ।

୧୦) ଗାନ୍ଧୀ ଖାଦ୍ୟ ପାଇଁ ଶାରୀରିକ ଶ୍ରମ ଦେଉଥିଲେ। ତାଙ୍କ ମତରେ, ଶ୍ରମ ବିନା ଭୋଜନ ପାଇବା ପାପ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like