ଏବେବି ଚର୍ଚ୍ଚାରେ ଏହି ୫ ବିବାଦୀୟ ଏନ୍‌କାଉଣ୍ଟର୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନ୍‌କଉଣ୍ଟର ପରେ ଦେଶରେ ବିବାଦ ଦେଖା ଦେଇଛି। ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏନ୍‌କାଉଣ୍ଟରକୁ ନେଇ ସରକାରଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ଏନେଇ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରିଛି।

ବିକାଶ ସରେଣ୍ଡର କରିଥିଲା ଯଦି କାହିଁକି ଖସି ପଳାଉଥିଲା? ଖସିଯିବା ବେଳେ ପୁଲିସ୍ ଏନ୍‌କାଉଣ୍ଟର୍‌ କରିଛି ନା ତାକୁ ଜାଣିଶୁଣି ମାରିଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିରୋଧୀ। ଯାହାଫଳରେ ବିକାଶ ଦୁବେ ଏନ୍‌କାଉଣ୍ଟର ଘଟଣା ବିବାଦୀୟ ହୋଇପଡ଼ିଛି। ତେବେ ଏନ୍‌କାଉଣ୍ଟର ବିବାଦୀୟ ହେବା ଆମ ଦେଶ ପାଇଁ ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଏନ୍‌କାଉଣ୍ଟର ବିବାଦ ଘେରକୁ ଆସିଛି। ଆସନ୍ତୁ ଜାଣିବା ସେହିଭଳି ୫ ପ୍ରମୁଖ ଏନ୍‌କାଉଣ୍ଟର ବିଷୟରେ।

ଇଶ୍ରତ ଜାହାଁ: ମୁମ୍ବାଇର ୧୯ ବର୍ଷୀୟ ଯୁବତୀ ଇଶ୍ରତ ଜାହାଁକୁ ୨୦୦୪ରେ ଏନ୍‌କାଉଣ୍ଟର କରିଥିଲା ଗୁଜରାଟ ପୁଲିସ। ଇଶ୍ରତ ସହିତ ଅନ୍ୟ ୩ ଜଣଙ୍କର ମଧ୍ୟ ଏନ୍‌କାଉଣ୍ଟର ହୋଇଥିଲା। ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଶ୍ରତ ଆତଙ୍କବାଦୀଙ୍କ ସହିତ ମିଶି ମୋଦିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ବୋଲି ପୁଲିସ୍ କହିଥିଲା। ସେତେବେଳେ ଏହି ଏନ୍‌କାଉଣ୍ଟର୍‌ ସବୁଠୁ ବଡ଼ ବିବାଦ ସୃଷ୍ଟି କରିଥିଲା।

ବିଜେପି ବିରୋଧୀ ଦଳଙ୍କ ସହିତ ମାନବାଧିକାର କର୍ମୀମାନେ ମଧ୍ୟ ଘଟଣାରେ ସ୍ୱର ଉତ୍ତୋଳନ କରିଥିଲେ। ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ ସେମାନେ। ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥଲେ ସୁପ୍ରିମକୋର୍ଟ। ଯେଉଁଥିରେ ଗୁଜରାଟର ଅନେକ ପୋଲିସ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଏନ୍‌କାଉଣ୍ଟର୍‌ ନେତୃତ୍ୱ ନେଇଥିବା ଗୁଜରାଟ ପୂର୍ବତନ ଡିଆଇଜି ଡିଜି ଭାଞ୍ଜରାଙ୍କୁ ଦେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା। ୨୦୧୯ରେ ସେ ଜେଲ୍‌ରୁ ମୁକୁଳିଥିଲେ। ଅହମ୍ମଦାବାଦର ସିବିଆଇ କୋର୍ଟରେ ଏହି ମାମଲାର ଶୁଣାଣି ଏବେ ମଧ୍ୟ ଜାରି ରହିଛି।

ଶୋହରାବୁଦ୍ଦିନ ଶୈଖ୍: ୨୦୦୫ରେ ଶୋହରାବୁଦ୍ଦିନ ଶୈଖ୍ ଓ ତା ପତ୍ନୀ କୌଶେର୍‌ ବିକୁ ଏନ୍‌କାଉଣ୍ଟର କରିଥିଲା ଗୁଜରାଟ ପୁଲିସ। ଶୋହରାବୁଦ୍ଦିନ ଲକ୍ସର-ଇ-ତାଇବା ମୋଡେଲ୍‌ର ଅଂଶ ଥିଲା ବୋଲି ପୁଲିସ୍ କହିଥିଲା। ଏହି ଏନ୍‌କାଉଣ୍ଟର ମଧ୍ୟ ବିବାଦ ହେବାରୁ ମାମଲା ସିବିଆଇ କୋର୍ଟକୁ ଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ବି ଆସିଥିଲା। ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ପ୍ରମାଣ ଅଭାବରୁ ୨୦୧୮ରେ ସମସ୍ତ ୨୨ ଅଭିଯୁକ୍ତଙ୍କୁ ନିର୍ଦ୍ଧୋଷ ଘୋଷଣା କରିଥିଲା ସିବିଆଇ।

ଲଖନ ଭୟା: ଲକ୍ଷନ ଭୟାକୁ ୨୦୦୬ରେ ଏନ୍‌କାଉଣ୍ଟର କରିଥିଲା ମୁମ୍ବାଇ ପୁଲିସ। ଲଖନ ମୁମ୍ବାଇର କୁଖ୍ୟାତ ଅପରାଧି ଛୋଟା ରାଜନ୍‌ ଗ୍ୟାଙ୍ଗର ସଦସ୍ୟ ଥିଲା ବୋଲି କୁହାଯାଉଥିଲା। ଲଖନ ଏନ୍‌କାଉଣ୍ଟରର ସପ୍ତାହକ ପରେ ତା ପରିବାର ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହାପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହି ଘଟଣାରେ ୨୦୧୩ରେ ୧୩ ପୁଲିସ ଅଫିସରଙ୍କ ସହିତ ୨୧ ଲୋକଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।

ୱାରାଙ୍ଗଲ ଏନ୍‌କାଉଣ୍ଟର: ଆନ୍ଧ୍ରପ୍ରଦେଶ ପୁଲିସ ୨୦୦୮ରେ ୱାରଙ୍ଗଲ ଠାରେ ୩ ଜଣଙ୍କୁ ଏନ୍‌କାଉଣ୍ଟର କରିଥିଲା। ଭିସି ସଜ୍‌ନାର ତାର ନେତୃତ୍ୱ ନେଇଥିଲେ। ଦୁଇ ଇଞ୍ଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ଏହି ତିନିଜଣଙ୍କ ଉପରେ ଥିଲା। ତିନି ଅଭିଯୁକ୍ତ ମଧ୍ୟରେ ଜଣଙ୍କର ପ୍ରେମ ନିବେଦନ ଅସ୍ୱୀକାର କରିବାରୁ ଅଭିଯୁକ୍ତମାନେ ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ଅଭିଯୁକ୍ତଙ୍କ ଉପରେ ଗୁଳି ଚଳାଇଥିବା ପୁଲିସ୍ କହିଥିବା ବେଳେ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ସାଧାରଣରେ ମତ ଉଠିଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ହାଇଦ୍ରାବାଦ ଏନ୍‌କାଉଣ୍ଟର: ଗତବର୍ଷ ନଭେମ୍ବର ମାସରେ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଏନ୍‌କାଉଣ୍ଟର କରିଥିଲା ସାଇବରାବାଦ ପୁଲିସ। ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ଏହି ୪ ଜଣ ଅଭିଯୁକ୍ତ ତାଙ୍କୁ ରାସ୍ତାକଡ଼ରେ ଜାଳିଦେଇଥିଲେ। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ସିସିଟିଭ୍‌ ଫୁଜେଟ୍ ଆଧାରରେ ଅପରାଧୀଙ୍କ ପାଖରେ ପହଞ୍ଚିଥିଲା ପୁଲିସ। ପରେ ଘଟଣାର ସିନ ରିକ୍ରିଏସନ୍ ପାଇଁ ୪ ଜଣ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇଥିଲା ପୁଲିସ।  ସେଠାରେ ସେମାନେ ପୁଲିସ ବନ୍ଧୁକ ଛଡେଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଏନ୍‌କାଉଣ୍ଟର କରିଥିଲା ପୁଲିସ। ୱାରଙ୍ଗଲ ଏନ୍‌କାଉଣ୍ଟର ଭଳି ଏଥିରେ ମଧ୍ୟ ଜନସମର୍ଥନ ଥିବାରୁ ଭିସି ସଜନାର ସମସ୍ତଙ୍କ ହିରୋ ପାଲଟି ଯାଇଥିଲେ। ତେବେ ବିଜେପି ନେତ୍ରୀ ମାନେକା ଗାନ୍ଧି କିନ୍ତୁ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଏହା ଗଣତନ୍ତ୍ରକୁ ହତ୍ୟା ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like