ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନ୍‌ ସମୟରେ ସବୁଠାରୁ ଚର୍ଚ୍ଚିତ ନାମ ଥିଲା ଇସ୍ରୋ ମୁଖ୍ୟ କେ ଶିବନ୍‌ଙ୍କ ନାମ। ଗତବର୍ଷ ହିଁ ଏହି ଦାୟିତ୍ୱ ନେଇଥିବା ଶିବନ୍ ଗତକାଲି ଚନ୍ଦ୍ରଯାନ-୨ ମିଶନ୍‌ର ଶେଷ ମୁହୂର୍ତ୍ତକୁ ନେଇ ଭାଙ୍ଗିପଡ଼ିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଲିଙ୍ଗନ କରି ପିଠି ଥାପୁଡ଼ାଇବାର ଦୃଶ୍ୟ ସାରା ଦେଶରେ ଏବେ ଚର୍ଚ୍ଚାରେ ରହିଛି।

ତାମିଲନୁଡ଼ୁର ଏହି ରକେଟ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଦାୟିତ୍ୱ ନେଇଥିଲେ। କନ୍ୟାକୁମାରୀ ଜିଲ୍ଲାର ତାରାକାନ୍‌ଭିଲ୍ଲାଇ ଗାଁର ଏକ ଚାଷୀ ପରିବାରରେ ଜନ୍ମିତ ଶିବନ୍‌ଙ୍କ ସ୍କୁଲ୍ ପଢ଼ାପଢ଼ି ସ୍ଥାନୀୟ ଏକ ସରକାରୀ ସ୍କୁଲରେ ହୋଇଥିଲା। ସେ ଏହା ପୂର୍ବରୁ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟରର ଦାୟିତ୍ୱ ନେଇଥିଲେ। ସେ ପିଲାବେଳେ କେବେ ମଧ୍ୟ ଟ୍ୟୁସନ୍‌ ବା କୋଚିଂ କ୍ଲାସ୍‌ ଯାଇନଥିଲେ, ବରଂ ନିଜ ପ୍ରୟାସରେ ପରିବାରର ପ୍ରଥମ ଗ୍ରାଜୁଏଟ୍‌ ହୋଇଥିଲେ। ବେଙ୍ଗାଲୁରୁ ଆଇଆଇଏସ୍‌ସିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ମାଷ୍ଟର୍ସ ସାରିବା ପରେ ୨୦୦୬ରେ ଆଇଆଇଟି ବମ୍ବେରେ ପିଏଚ୍‌ଡି ସାରିଥିଲେ। ୧୯୮୨ରେ ସେ ଇସ୍ରୋରେ ଯୋଗଦେଇଥିଲେ। ଲଞ୍ଚ୍ ଭେଇକିଲ୍‌ ମିଶନ୍‌ ପିଏସ୍‌ଏଲ୍‌ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ। ଏଥିରେ ସେ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍‌ ଏବଂ ଆନାଲିସିସ୍‌ ଆଦି କ୍ଷେତ୍ରରେ କାମ କରିଥିଲେ।

୩ ଦଶନ୍ଧିର କ୍ୟାରିଅରରେ ସେ ଜିଏସ୍‌ଏଲ୍‌ଭି, ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଏମ୍‌କେ ୩ ଆଦି ପ୍ରମୁଖ ରକେଟ୍‌ ମିଶନ୍‌ରେ ସାମିଲ ହୋଇଥିଲେ। ସେ ବିଭିନ୍ନ ସମୟରେ ଏଥିପାଇଁ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ବର୍ତ୍ତମାନ ଇସ୍ରୋ ଅଧ୍ୟକ୍ଷ ସହ ସ୍ପେସ୍‌ ଆଣ୍ଡ ଚେୟାର ମ୍ୟାନ୍ ଅଫ୍ ସ୍ପେସ୍‌ କମିଶନ୍‌ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଅମଳରେ ଚନ୍ଦ୍ରଯାନ-୨ ବ୍ୟତୀତ ଏହି ମହାକାଶ ଯାନକୁ ଚନ୍ଦ୍ରରେ ପହଞ୍ଚାଇଥିବା ରକେଟ୍‌ ଜିଏସ୍‌ଏଲ୍‌ଭି-ଏମ୍‌କେ ୩ ମଧ୍ୟ ନିର୍ମିତ ହୋଇଥିଲା।

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like