ଫୁଲରୁ ମିଳୁଛି ଲାଲ୍‌ସୁନା, ଦାମ୍ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପାହାଡି ଇଲାକାରେ ଏକ ଦାମୀ ମସଲା ପ୍ରସ୍ତୁତ ହେଉଛି। ଶରତ ଋତୁ ଆଗମନରେ ଫୁଟୁଥିବା ଏକ ଫୁଲରୁ ପ୍ରସ୍ତତ ହୁଏ ଏହି ମସଲା।  ଏହାର ଦାମ ଶୁଣିଲେ ହୋସ ଉଡ଼ିଯିବ। ଶରତ ଋତୁରେ କାଶ୍ମୀରର ପାହାଡିଆ ଅଞ୍ଚଳରେ ଫୁଟେ ଏକ ସୁବାସିତ ତଥା ମୂଲ୍ୟବାନ ଫୁଲ। ଏହି ଫୁଲରେ ପାହାଡି ଇଲାକା ଖାଲି ମହକି ଯାଏନି, ଏହାର ବାଇଗଣି ରଙ୍ଗ କାଶ୍ମୀରର ପରିବେଶକୁ  ସଜେଇ ଦିଏ ଠିକ୍‌ ପରିଟିଏ ପରି। ଏହି ଫୁଲରୁ ବାହାର କରାଯାଏ ଜଡିବୁଟି ‘କେସର’।

ସ୍ଥାନୀୟ କୃଷକ ପରିବାର ଏହି ସାଫ୍ରନ ଫୁଲକୁ ତୋଳିଥାନ୍ତି। ଏହି ଫୁଲରୁ କେସର ବାହାରିଥାଏ। କେସର ଗଛକୁ ବିଶ୍ୱର ସବୁଠାରୁ ଦାମି ବୃକ୍ଷ ବୋଲି କୁହାଯାଏ।  ମାତ୍ର ୪୫୦ ଗ୍ରାମ କେସର ପ୍ରସ୍ତୁତ କରିବା ପାଇଁ ୭୫ ହଜାର ଫୁଲ ଆବଶ୍ୟକ ହୋଇଥାଏ। ଫୁଲକୁ ତୋଳିବା ପରେ ଚାଷୀ ଏହାର ବାଇଗଣି ପାଖୁଡ଼ାକୁ ଅଲଗା କରିଥାନ୍ତି। ଏଥିରେ ଥିବା ତିନିଟି କ୍ରିମ୍‌ସନ ରଙ୍ଗର ଅଂଶକୁ ବାହାର କରିଥାନ୍ତି ଯାହାକୁ ସବୁଠାରୁ ମୂଲ୍ୟବାନ ଏବଂ ପ୍ରସିଦ୍ଧ ମସଲା ଭାବେ ଗଣାଯାଏ।  ଏହାକୁ ଗୋଲ୍ଡେନ ମସଲା ମଧ୍ୟ କହିଥାନ୍ତି।

କେସରରୁ ୱଷଧ, ପ୍ରସାଧନ ସାମଗ୍ରୀ ଏବଂ ମସଲା ପ୍ରସ୍ତୁତ କରାଯାଏ। ଏକ କିଲୋଗ୍ରାମ କେସରର ଦାମ୍ ୩ ହଜାରରୁ ୪ ହଜାର ଡଲାର । ତେବେ ଜମ୍ମୁ-କାଶ୍ମୀରର ୨୦୦ରୁ ଅଧିକ ଗ୍ରାମରେ ହଜାର ହଜାର ଚାଷୀ ଏହି ବ୍ୟବସାୟ ସହ ଜଡ଼ିତ। ଭାରତରେ ଏହା ବିଭିନ୍ନ ନାମରେ ପରିଚିତ ଯେମିତି କେଶର, ସାଫ୍ରନ, କୁଙ୍କୁମ ଇତ୍ୟାଦି। ଯାହା ବି ହେଉ, ଏହାର ରଙ୍ଗ ଓ ମୂଲ୍ୟକୁ ଦୃଷ୍ଟିରେ ରଖି ଏହାକୁ କେହି କେହି ଲାଲ୍‌ ସୁନା ବୋଲି କହନ୍ତି।

ଭାରତରେ କେସର ଚାଷ ଜମ୍ମୁକାଶ୍ମୀରର କିସ୍ତବାଡ, ବଡଗାମ, ଶ୍ରୀନଗର ଏବଂ ପମ୍ପୋର ଆଦି ଇଲାକାରେ ହୁଏ।  ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର କେତେକ ଭାଗରେ ମଧ୍ୟ ଏହି ଚାଷ ହୁଏ। କେସରର ଚାରା ଅକ୍ଟୋବର ପ୍ରଥମ ସପ୍ତାହରେ ଲଗାଇବା ଆରମ୍ଭ ହୁଏ। ନଭେମ୍ବର ବେଳକୁ ଏହା ପ୍ରସ୍ତୁତ ହୋଇଯାଏ।

ବିଶ୍ୱରେ ସବୁଠାରୁ ଅଧିକ କେସର ଇରାନ୍‌ରୁ ମିଳିଥାଏ। ଏହା ପରେ ଜମ୍ମୁ-କାଶ୍ମୀରର ନମ୍ବର ଆସିଥାଏ। ତେବେ ଆନ୍ତର୍ଜାତିୟ ସ୍ତରରେ କାଶ୍ମୀର କେଶର ଚାହିଦା ବେଶି ରହିଛି। ବିଶେଷକରି ଗରମ ଅଞ୍ଚଳରେ ଏହାର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯେ କୌଣସି ଜିନିଷ ସହ କେଶରକୁ ମିଶାଇବେ ଏହା ହଳଦିଆ ରଙ୍ଗ ହୋଇଯିବ। ଭାରତରେ ଲୋକେ କେସରକୁ ବିଶେଷକରି ମିଠାରେ ବ୍ୟବହାର କରିଥାନ୍ତି। ଏହା ବ୍ୟତୀତ କ୍ୟାନ୍ସର, ରାତିଅନଦ୍ରା, ଏନିମିଆ, ହଜମ ସମ୍ବନ୍ଧୀୟ ରୋଗ ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ଆହୁରି ପଢ଼ନ୍ତୁ

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ଦିନେ ନେହରୁଙ୍କୁ ଚିକିତ୍ସା କରୁଥିଲେ ଏଇ ଓଡିଆ ଡାକ୍ତର

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

You might also like