ଜାଣନ୍ତି, ଦୁର୍ଘଟଣାବେଳେ କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ

ନୂଆଦିଲ୍ଲୀ: କାର୍‌ ଡ୍ରାଇଭ କରିବା ବେଳେ ସିଟ୍‌ ବେଲ୍ଟ ପିନ୍ଧିବା ନିହାତି ଜରୁରୀ। ହେଲେ କିଛି ଲୋକ ଖାମ୍‌ ଖିଆଲି ଭାବେ ଏହା ନ ପିନ୍ଧି ଗାଡ଼ି ଡ୍ରାଇଭିଂ କରିଥାନ୍ତି। ହେଲେ ଜାଣନ୍ତି, ଦୁର୍ଘଟଣା ସମୟରେ ଏହି ସିଟ୍‌ ବେଲ୍ଟ କିଭଳି ଦେବଦୂତ ଭଳି ଲୋକଙ୍କ ଜୀବନ ବଞ୍ଚାଇ ଥାଏ !

ଚାରି ଚକିଆ ଏସ୍‌ୟୁଭି କାର୍‌ରେ ଦୁର୍ଘଟଣାରୁ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସିଟ୍‌ ବେଲ୍ଟ ଓ ଏୟାର୍‌ ବ୍ୟାଗ୍‌ର ବ୍ୟବସ୍ଥା ଥାଏ। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଏସମ୍ପର୍କରେ ଜାଣି ବି ନଥାନ୍ତି ଯେ, ଏହା ସେମାନଙ୍କର ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

ତେଲେଙ୍ଗାନା ପୁଲିସ୍‌ ଆଇଜି ସ୍ୱାତୀ ଲାକ୍ରା ଏହାର ଏକ ଭିଡିଓ ଶେଆର୍‌ କରିଛନ୍ତି। ୩୭ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି କାର୍‌ ଡ୍ରାଇଭିଂ କରୁଛନ୍ତି, ଏହି ସମୟରେ ହଠାତ୍‌ ଏକ ଟ୍ରକ୍‌ ଆସି ତାଙ୍କ କାର୍‌ରେ ପିଟି ହୋଇ ଯାଉଛି। ସୌଭାଗ୍ୟବଶତଃ, କାର୍‌ ଡ୍ରାଇଭର ଜଣକ ସିଟ୍‌ ବେଲ୍ଟ ପିନ୍ଧି ଥିଲେ ଓ ହଠାତ୍‌ କାର୍‌ର ଏୟାର ବ୍ୟାଗ୍‌ ଖୋଲି ଯିବାରୁ ସେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ।

ଦୁର୍ଘଟଣା ସମୟରେ ୬୦-୮୦ ମିଲିସେକେଣ୍ଡ ଭିତରେ ଏୟାର୍‌ ବ୍ୟାଗ୍‌ ଖୋଲି ଯାଇଥାଏ।  ଏକ ସେକେଣ୍ଡ ୧୦୦୦ ମିଲିସେକେଣ୍ଡ। ତେବେ ଆପଣ ଟିକେ ଭାବନ୍ତୁ କେତେ କମ୍‌ ସମୟରେ ଦ୍ରୁତ ଗତିରେ ଏସବୁ ହୋଇଥାଏ। ଏତେ ଦ୍ରୁତରେ ଏୟାର୍‌ ବ୍ୟାଗ୍‌ର ସର୍କିଟ୍‌ ଆକ୍ଟିଭ୍‌ ହୋଇଯାଇଥାଏ ଯେ ଆପଣ ବିଶ୍ୱାସ ବି କରିପାରିବେନି। ଡ୍ରାଇଭରଙ୍କ ମୁଣ୍ଡ ଯେତେବେଳେ ଏୟାର୍‌ ବ୍ୟାଗ୍‌ରେ ମାଡ଼ ହୋଇଥାଏ ଏହି ସମୟରେ ବ୍ୟାଗ୍‌ରେ ଥିବା ବେଲୁନ୍‌ ଗ୍ୟାସ୍‌ ଖୋଲି ଯାଇଥାଏ। ଫଳରେ ଡ୍ରାଇଭରଙ୍କ ମୁଣ୍ଡ ଏଥିରେ ମାଡ଼ ହୋଇ ଫେରି ଆସିଥାଏ।

ସେହିପରି ସିଟ୍‌ ବେଲ୍ଟ ମଧ୍ୟ ପୂର୍ବରୁ ଗାଡ଼ି ସହ ଏମିତି ଲାଗିଥାଏ ଯାହା ଆପଣଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାଏ।

ନୂତନ ସଂଶୋଧିତ ମୋଟରଯାନ ଆଇନ୍‌ ଲାଗୁ ପରେ ଜରିମାନାକୁ ନେଇ ସରକାରଙ୍କ ଉପରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି। ସିଟ୍‌ ବେଲ୍ଟ ପିନ୍ଧିବା ଠାରୁ ଆରମ୍ଭ କରି ବାଇକ୍‌ରେ ହେଲ୍‌ମେଟ୍ ପିନ୍ଧିବା ପର୍ଯ୍ୟନ୍ତ ଅନେକ ଜିନିଷ ଏହି ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ବାଧ୍ୟତାମୂଳକ।

You might also like