ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

ନୂଆଦିଲ୍ଲୀ: ଇଏ ଏମିତି ସେମିତି ଗଛ ନୁହେଁ। ୟାର ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ। ଗଛରେ ମାତ୍ର ୪ଟି ପତ୍ର। ହେଲେ ଦାମ୍ କେତେ ଜାଣିଛନ୍ତି, ୪ ଲକ୍ଷ ଟଙ୍କା। ପକେଟରେ ୪ ଲକ୍ଷ ଥିଲେ, ଆପଣ କଣ କିଣିପାରିବେ? ଅତି ବେଶୀରେ ଜଣେ ଖଣ୍ଡେ ଗାଡ଼ି କିମ୍ବା ସପରିବାର ସହ ବିଦେଶ ଭ୍ରମଣ କରିପାରିବ। ହେଲେ ନ୍ୟୁଜିଲାଣ୍ଡରେ ଜଣେ ବ୍ୟକ୍ତି ଏହି ବିରଳ ଗଛ କିଣିଛନ୍ତି। ଏଥିପାଇଁ ଖର୍ଚ୍ଚ କରିଛନ୍ତି ୮ହଜାର ୧୫୦ ନ୍ୟୁଜିଲାଣ୍ଡ୍ ଡଲାର୍ ବା ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା।

ତେବେ ଗଛର ଏତେ ଅଧିକ ମୂଲ୍ୟରେ ବିକ୍ରି ହେବାର କାରଣ କଣ? କାହିଁକି ଏହାର ଏତେ ଡିମାଣ୍ଡ? ଏହାର ଦାମ୍ ଲୁଚି ରହିରହିଛି ଏହାର ପତ୍ରରେ। ଗଛଟି ଦେଖିବାକୁ ଛୋଟ, କିନ୍ତୁ ଏହାର ଏଭଳି ଦୁଇ ରଙ୍ଗର ପତ୍ର ଯେକୌଣସି ବ୍ୟକ୍ତିଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ। ଫାଳେ ସବୁଜ, ଆର ଫାଳକ ହଳଦିଆ। ଇଏ ଖାଲି ଆକର୍ଷଣୀୟ ନୁହେଁ, ଖୁବ୍ ବିରଳ ବି।

New Zealand's most expensive houseplant? $8150 minima breaks Trade Me record | Stuff.co.nz

ପ୍ରକୃତିର ଏହି ସୁନ୍ଦର ରଚନା, ପ୍ରାକୃତିକ ପରିବେଶ ବା ବଣ ଜଙ୍ଗଲରେ ବି ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ। ଗଛର ନାଁ ରାଫିଡୋଫୋରା ଟେଟ୍ରାସ୍ପର୍ମା, ଯାହା ଫିଲୋଡେନଡ୍ରନ୍ ମିନିମା ଭାବେ ବି ଜଣାଶୁଣା। ତେଣୁ ସଂଗ୍ରାହକମାନେ ଏହାକୁ ରଖିବାକୁ ଅଧିକ ଆଗ୍ରହ ଦେଖାଇଥାନ୍ତି।

ବିଶେଷଜ୍ଞଙ୍କ କହିବା କଥା, ପତ୍ରରେ ଥିବା ଅଧା ସବୁଜ ରଙ୍ଗ ଆଲୋକ ଶ୍ଳେଷଣର ସୁବିଧା ଦେଉଥିବାବେଳେ ବାକି ହଳଦିଆ ରଙ୍ଗ ଆବଶ୍ୟକ ଶର୍କରା ଉତ୍ପାଦନ କରିବା ସହ ଗଛର ବିକାଶ ଦିଗରେ ସହାୟକ ହୋଇଥାଏ। ଏଭଳି ଦୁଇରଙ୍ଗ ପତ୍ର ବିଶିଷ୍ଟ ଗଛ ଅନ୍ୟ ସାଧାରଣ ଗଛ ତୁଳନାରେ ଖୁବ୍ ଧୀରେ ଧୀରେ ବଢ଼େ। ନ୍ୟୁଜିଲାଣ୍ଡର ଏକ ଇ-କମର୍ସ ସାଇଟରେ ଏହି ଦୁର୍ଲଭ ଗଛଟି କିଣିବାକୁ ନିଲାମୀ ଡକାଯାଇଥିଲା।

New Zealand's most expensive houseplant? $8150 minima breaks Trade Me record | Stuff.co.nz

ତେବେ ଏହି ନିଲାମରେ ଏତେ ସଂଖ୍ୟକ ଲୋକ ଭାଗ ନେବା, ଖୋଦ୍ ବିକ୍ରେତାଙ୍କୁ ଚକିତ କରିଥିଲା। ଶେଷରେ ନ୍ୟୁଜିଲାଣ୍ଡର ଜଣେ ବ୍ୟକ୍ତି ଏହାକୁ ୮ହଜାର ୧୫୦ ନ୍ୟୁଜିଲାଣ୍ଡ୍ ଡଲାର ବା ୪ ଲକ୍ଷ ଟଙ୍କା ଦେଇ ଏହାକୁ କିଣିଥିଲେ। ଏବେ ସୋସିଆଲ ସାଇଟରେ ଖୁବ୍ ଟ୍ରେଣ୍ଡ କରୁଛି ଏହି ୪ ଲକ୍ଷ ଟଙ୍କିଆ ଗଛ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like