ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପ୍ରଥମ ପୂଣ୍ୟତିଥି। ଏହି ଅବସରରେ ଦିଲ୍ଲୀସ୍ଥିତ ଅଟଳସ୍ଥଳରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା।  ଅଟଳ ବିହାରୀଙ୍କ ପରଲୋକ ପରେ ତାଙ୍କର ପବିତ୍ର ଅସ୍ଥି ଦେଶର ୧୦୦ଟି ନଦୀରେ ପ୍ରବାହିତ କରାଯାଇଥିଲା।

ହରିଦ୍ୱାର ଗଙ୍ଗା ବିସର୍ଜନରୁ ଆରମ୍ଭ ହୋଇଥିଲା ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ। ୨୦୧୪ମସିହାରେ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା।

ପ୍ରଥମଥର ଲାଗି ୧୯୯୬ରେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ବାଜପେୟୀ। ମାତ୍ର ୧୩ ଦିନରେ ଭାଂଗିଥିଲା ବାଜପେୟୀ ନେତୃତ୍ୱାଧୀନ ସରକାର।  ଏହାପରେ ୧୯୯୮ରେ ଦ୍ୱିତୀୟଥର ଲାଗି ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସରକାର ୧୩ ମାସରେ ଭାଂଗିଥିଲା। ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ୫ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ ଅଟଳ ବିହାରୀ ବାଜୟେୟୀ। ଦେଶର ସେ ଜଣେ ଦୂରଦର୍ଶୀ ରାଷ୍ଟ୍ରନେତା ଥିଲେ ।

You might also like