କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି କି ?‌ ଆପଣାନ୍ତୁ ଏହି ୭ଟି ସହଜ ଉପାୟ

ସାରା ଦେଶରେ ମହାମାରୀ କରୋନା ଏହାର କାୟାର ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ଟପିଛି। ଯାହା ଏବେ ଚିନ୍ତାଜନକ। ସଂକ୍ରମଣକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ଯଦି ଏଦିଗରେ ଲୋକମାନେ ସଚେତନତା ଓ ସତର୍କତା ଅବଲମ୍ବନ କରିବେ ତା’ହେଲେ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିବା

ଆସନ୍ତୁ ଜାଣିବା ୭ଟି ସହଜ ଉପାୟରେ କେମିତି କରୋନା ସଂକ୍ରମଣକୁ ରୋକାଯାଇ ପାରିବ…

ବାରମ୍ବାର ହାତ ଧୁଅନ୍ତୁ

ହାତ ସଫା ଦେଖାଯାଉଥିଲେ ମଧ୍ୟ ଅନେକ ଜୀବାଣୁ ହାତରେ ଥାଏ ଓ ଏହା ଖାଲି ଆଖିକୁ ଦେଖାଯାଇ ନ ଥାଏ। ଏହା ଶରୀରକୁ ଗଲେ ରୋଗ ସୃଷ୍ଟି ହୋଇଥାଏ। ତେଣୁ ବାରମ୍ବାର ହାତକୁ ସାବୁନ୍‌ କିମ୍ବା ହ୍ୟାଣ୍ଡ୍‌ ୱାଶ୍‌ରେ ଧୁଅନ୍ତୁ। ଏହାଦ୍ୱାରା ଦ୍ୱାରା ହାତରେ ଥିବା ଜୀବାଣୁ  ମରି ଯାଆନ୍ତି।

ଆଖି, କାନ, ପାଟିକୁ ଛୁଅଁନ୍ତୁ ନାହିଁ

ହାତକୁ ଭଲ ଭାବରେ ସାନିଟାଇଜ୍‌ କିମ୍ବା ସାବୁନ ହେଉ ଅଥବା ହ୍ୟାଣ୍ଡ୍‌ ୱାଶ୍‌ରେ ସଫା କରିବା ପରେ  ଆଖି, କାନ ପାଟିକୁ ଛୁଅଁନ୍ତୁ। ନ ହେଲେ ହାତରେ ଥିବା ଜୀବାଣୁ ଆମ ଶରୀରକୁ ଭିତରକୁ  ଆଖି, କାନ ପାଟି ମାଧ୍ୟମରେ ପ୍ରବେଶ କରିଥାଏ।

କାଶିବା କିମ୍ବା ଛିଙ୍କିଲା ବେଳେ ମୁହଁରେ ହାତ ଦିଅନ୍ତୁ

ହଠାତ୍‌ କାଶ କିମ୍ବା ଛିଙ୍କ ଆସିଲେ ମୁହଁରେ ହାତ ଦିଅନ୍ତୁ। ନ ହେଲେ ଆପଣ ଏହି ସମୟରେ tissue paper, କିମ୍ବା ରୁମାଲ୍‌ ମଧ୍ୟ ବ୍ୟବହାର କରିପାରିବେ।

ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ

ସବୁବେଳେ ଚେଷ୍ଟା କରନ୍ତୁ ନିଜକୁ କିଭଳି ଭାବରେ ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବେ। ଏହାସହ ସାମାଜିକ ଦୂରତା ସବୁବେଳେ ବଜାୟ ରଖନ୍ତୁ।

ଅସୁସ୍ଥ ଅନୁଭବ କଲେ ଘରେ ରୁହନ୍ତୁ

ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ତା’ହେଲେ ଘରେ ରୁହନ୍ତୁ। ଏପରିକି ସାମାନ୍ୟ ଜ୍ୱର କିମ୍ବା କଫ ହେଉଥିଲେ ମଧ୍ୟ ଘରେ ରୁହନ୍ତୁ। ବାହାରକୁ ବାହାରନ୍ତୁ ନାହିଁ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଯଦି ଆପଣଙ୍କୁ ଜ୍ୱର ଲାଗୁଛି, କଫ ହେଉଛି କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି, ତା’ହେଲେ ଆଉ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ଲୋଡ଼ି ଚିକିତ୍ସା ଆରମ୍ଭ କରନ୍ତୁ।  କିନ୍ତୁ ପ୍ରଥମେ ଫୋନ୍‌ରେ କଲ୍‌ କରି ଏସମ୍ପର୍କରେ ଆଲୋଚନା କରନ୍ତୁ।

ଜାଣନ୍ତୁ କରୋନା ଅପଡେଟ୍‌

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ରୁ କରୋନା ସମ୍ପର୍କିତ ଅପଡେଟ୍‌ ଜାଣନ୍ତୁ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like