ଏଣିକି ୨ ମାସ ପାଇଁ ମାଛ ଖାଇବା ଓ କିଣିବା ଉପରେ ଲାଗିଛି ପ୍ରତିବନ୍ଧକ, ଜାଣନ୍ତୁ କେଉଁଠି?

ମାଛ କିଣିବା ଓ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ

  • ମାଛ କିଣିବା ଓ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ
  • ୨ ମାସ ପାଇଁ ପ୍ରତିବନ୍ଧକ ଲଗାଇଲେ କେରଳ ସରକାର
  • ସମୁଦ୍ରରୁ ମାଛ ନଧରିବାକୁ କରାଗଲା ନିବେଦନ

ଥିରୁବନନ୍ତପୁରମ୍: ମାଛ ଖାଇବା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର। ଏଣିକି ୨ ସପ୍ତାହ ପର୍ଯ୍ୟନ୍ତ ମାଛ କିଣିବା ଓ ଖାଇବା ଉଭୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ସମୁଦ୍ର ମଧ୍ୟକୁ ଏକ କମ୍ପାନୀର ଫର୍ନେସ୍‌ ତୈଳ ମାଡ଼ିଯାଇଥିବାରୁ ମାଛ ଖାଇବା ହାନୀକାରକ ସାବ୍ୟସ୍ତ ହୋଇପାରେ। ତେଣୁ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କେରଳ ସରକାର ଏପରି ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛି ଯେ, ଏହି କେବଳ କେରଳ ସରକାର ଲାଗୁ କରିଛନ୍ତି ଅନ୍ୟ କୌଣସି ରାଜ୍ୟ ଲାଗି ଏହି ନିୟମ ଲାଗୁ କରାଯାଇନାହିଁ।

ସମୁଦ୍ର ମଧ୍ୟକୁ ଫର୍ନେସ୍‌ ତୈଳ ମାଡ଼ିଯାଇଥିବାରୁ କେରଳର ଦୁଇଟି ସହର ପାଇଁ ଏହି ନିୟମ ଲାଗୁ କରାଯାଇଛି। ଥିରୁବନନ୍ତପୁରମ୍ ଏବଂ କୋଲାମବାସୀଙ୍କୁ ଆଗାମୀ ଦୁଇ ସପ୍ତାହ ମାଛ ନ କିଣିବାକୁ ଚେତାଇ ଦେଇଛି ପ୍ରଶାସନ। ମିଳିଥିବା ସୂଚନା ଅନୁସାରେ, ଟିଟାନିୟମ ଫ୍ୟାକ୍ଟ୍ରିରେ ଫର୍ନେସ ପାଇପ୍‌ ଫାଟି ତୈଳ ଭେଟୁକାଡୋରୁ ୨ କିମି ପର୍ଯ୍ୟନ୍ତ ସମୁଦ୍ରରେ ମାଡ଼ିଯାଇଥିବା​‌ ଜଣାପଡ଼ିଛି। ୫ ହଜାର ଲିଟର ତୈଳ ସମୁଦ୍ରକୁ ଚାଲିଯାଇଥିବାରୁ ଅନେକ ମାଛ ମରିଥିବା ବେଳେ ଆଗାମୀ ଦୁଇ ମାସ ମାଛ ଧରା ବନ୍ଦ ରହିବ ବୋଲି ସ୍ଥାନୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କେରଳରୁ ମଧ୍ୟ ଅନ୍ୟ ରାଜ୍ୟକୁ ମାଛ ରପ୍ତାନୀ ହୁଏ। ତେଣୁ ପ୍ରଶାସନ ତାହା ଉପରେ ମଧ୍ୟ କଟକଣା ଲାଗୁ କରିଛି। କାରଣ ଏହି ବିଷାକ୍ତ ତେଲ ଦ୍ୱାରା ଅନେକ ମାଛ ମରି ପାଣିରେ ଭାସୁଥିବା ଦେଖା ଦେଇଛି। ଯଦି ଏହି ମାଛକୁ କୌଣସି ବ୍ୟକ୍ତି ଖାଆନ୍ତି ତେବେ ତାହା ସ୍ୱାସ୍ଥ୍ୟରେ ବିଭିନ୍ନ ପ୍ରକାର ସମସ୍ୟା କରିପାରେ। ତେଣୁ ଲୋକଙ୍କର ହିତ ଲାଗି ସରକାର ଏହି ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ଘଟଣା ଉପରେ କଡା ନଜର ରଖିବା ଲାଗି ପ୍ରଶାସନ ପୋଲିସ ଅଧିକାରୀଙ୍କୁ ବି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଯେମିତି ଏହି ମାଛକୁ ଚୋରା ଚାଲାଣ ନକରଯାଏ ତାହା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।  ଏହାସହ ମାଛ ଧରା ବନ୍ଦ ରହିବାକୁ ଥିବା ବେଳେ ପ୍ରଶାସନ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି।

ସ୍ଥାନୀୟ ମତ୍ସଜୀବୀଙ୍କର କହିବା ଅନୁସାରେ, ତେଲ ପାଇପ୍ ଫାଟି ଅନେକ ତେଲ ସମୁଦ୍ର ଜଳରେ ମିଶିଯାଇଛି। ତେଣୁ ମାଛ ଧରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। କିନ୍ତୁ ୨ ମାସ କୂଳ ବେୟୁସା ବନ୍ଦ ହୋଇଗଲେ ଆମ ପରିବାର ଚଳିବା ଅସୁବିଧା ହେବ। କିନ୍ତୁ ସହାୟତା ଦେବା ଲାଗି ସରକାର ଘୋଷଣା କରିଛନ୍ତି। ଏବେ କେବଳ ସହାୟତା ଟଙ୍କାକୁ ଅପେକ୍ଷା ବୋଲି ମତ୍ସଜୀବୀ ଜଣକ କହିଛନ୍ତି। ଏହାର ପ୍ରଭାବ କିନ୍ତୁ କେବଳ କେରଳ ନୁହେଁ ବରଂ ଅନେକ ରାଜ୍ୟରେ ପଡ଼ିବ ବୋଲି ସ୍ଥାନୀୟ ମତ୍ସଜୀବୀ କହିଛନ୍ତି।

You might also like