ଜାଣନ୍ତୁ କେମିତି ଥିଲା ବିବେକାନନ୍ଦଙ୍କର ପିଲା ଓ କଲେଜ ଦିନର ଜିବନି

ବିବେକାନନ୍ଦ। ଏହି ନାଁ ସହ ଆମେ ପ୍ରାୟ ସମସ୍ତେ ପରିଚିତ। କହିବାକୁ ଗଲେ, ଦେଶରେ  ବୋଧୁଏ ଏମିତି କେହି ନଥିବେ ଯିଏ କି ସ୍ୱାମୀ ବିବେକାନନ୍ଦକୁ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା ସେହି ମହାପୁରୁଷଙ୍କ ସମ୍ପର୍କରେ କିଛି ତଥ୍ୟ….ଯେମିତି କି କେବେ ଏହି ଧରାପୃଷ୍ଠରେ ଜନ୍ମ ହୋଇଥିଲେ ବିବେକାନନ୍ଦ ଓ କେମିତି କଟିଥିଲା ତାଙ୍କ ପିଲାଦିନ ସହ ପୂରା ଜୀବନି…

୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ ବିବେକାନନ୍ଦ। ସେହି ସମୟର ନବଜାତକ ଶିଶୁ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦର ଆଖ୍ୟା ପାଇଥିଲେ।

ବିବେକାନନ୍ଦଙ୍କର ବାପା ନିଜର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖ ବୁଝି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ।  ଆଉ ମାଆ ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ନାରୀ । କାଶୀର ଶ୍ରୀ ଶ୍ରୀ ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଜନ୍ମ ହୋଇଥିଲେ ବିବେକାନନନ୍ଦ। ବିବେକାନନ୍ଦଙ୍କୁ ସ୍ନେହରେ ବିଲେ ଡାକୁଥିଲେ ପରିବାର ଓ ଶୁଭେଚ୍ଛୁଙ୍କ ସମ୍ପର୍କୀୟ।

ଶିଶୁ ଅବସ୍ଥାରେ ବଡ଼ ଅଶାନ୍ତ ଥିଲେ ବିଲେ। ତେବେ ସାଧାରଣ ଭାବରେ ପିଲାମାନେ ଦୁଷ୍ଟାମି କଲେ ଘରେ ବିଶେଷ କରି ମାଆଙ୍କ ଚିନ୍ତା ବଢେ। କାରଣ ଦୁଷ୍ଟାମୀ ପାଇଁ ତାଙ୍କୁ କିଏ ପଦେ ନକହିଦେଉ। ତେବେ ବିଲେ ବଡ ଦୁଷ୍ଟାମି କରନ୍ତି। ତେଣୁ ଭୁବନେଶ୍ୱରୀ ଦେବୀ ଦୁଃଖ କରି ସବୁବେଳେ କହନ୍ତି, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା ।

ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍‌ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେଙ୍କର ଅନ୍ୟତମ ପ୍ରିୟ ଖେଳ । କେବଳ ଏତିକି ନୁହେଁ ବରଂ, ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍‌ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଆନ୍ତି ତାହାକୁ ଆଣି ଦେଇ ଦିଅନ୍ତି।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯଦି କୌଣିସି ବ୍ୟକ୍ତି ଦୁଆରେ ଛିଡା ହୋଇ କିଛି ମାଗୁଛନ୍ତି ଆଉ ତାଙ୍କଉ ଦେବା ପାଇଁ ତାଙ୍କ ପାଖରେ କିଛି ନାହିଁ ତେବେ ନିଜର ପିନ୍ଧାଲୁଗା ଅନେକ ଥର ଖୋଲି ଦେଇଥିବା ଜଣାଯାଏ। ସମସ୍ତଙ୍କ ମୁହଁରେ ହସ ଫୁଟାଇବା ଲାଗି ସତରେ ଯେମିତି ସେ ପଣ କରିଥିଲେ।

କେମିତି ଥିଲା ସ୍କୁଲ ଜୀବନି

ମାତ୍ର ୬ ବର୍ଷ ବୟସରେ ବିଲେଙ୍କର ଘରଲ ଲୋକ ବିଦ୍ୟାଳୟରେ ନାଁ ଲେଖାଇ ଦେଇଥିଲେ। କିନ୍ତୁ ସ୍କୁଲରେ ସେ ଇଂରାଜୀରେ ପଢିବାକୁ ରାଜି ହେଲେ ନାହିଁ। ତେବେ ଅନେକ ବୁଝାସୁଝା ପରେ ସେ ଇଂରାଜୀରେ ପାଠ ପଢିବାକୁ ରାଜି ହୋଇଗଲେ। କହିବାକୁ ଗଲେ ସେ ଥିଲେ ଜ୍ଞାନର ଭଣ୍ଡାର। ଥରେ ଯାହା ପଢୁଥିଲେ ତାକୁ କେବେ ଭୁଲୁନଥିଲେ। ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ ।

କେବଳ ସେ ଭଲ ପାଛ ଭଲ ପଢୁଥିଲେ ତାହା ନୁହେଁ ବରଂ ଖେଲକୁଦ, ଅଭିନୟ, ନଇ ପହଁରିବା ଆଦି କାମରେ ସେ ଅତି ବିଚକ୍ଷଣ ଥିଲେ। ଜୀବନରେ କାହାକୁ ଡରୁନଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାଟି ଦିନରୁ ହିଁ ବିବେକାନନ୍ଦଙ୍କର  ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ ।

କଲେଜ ଜୀବନ

୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍‌ସ ପାଶ୍‌ କଲେ । ପରେ ବର୍ଷେ ମାତ୍ର ପ୍ରେସିଡ଼େନ୍‌ସି କଲେଜ୍‌ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍‌ ଆସେମ୍ବ୍ଲିଜ୍‌ ଇନ୍‌ଷ୍ଟିଚିଉସନ୍‌ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।କଲେଜ୍‌ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।

ରାମକୃଷ୍ଣଙ୍କ ସହ ସମ୍ପର୍କ

ଯେଉଁ ରାମକୃଷ୍ଣଦେବଙ୍କ ସଙ୍ଗେ ତାଙ୍କ ଜୀବନ ଏତେ ନିବିଡ଼ ଭାବରେ ଜଡ଼ିତ, ଯାହାଙ୍କ ସଂସ୍ପର୍ଶରେ ଆସି ସେ ଈଶ୍ୱରଦର୍ଶନ କରିଥିଲେ, ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ହୋଇଥିଲେ ଏବଂ ଅନ୍ୟଙ୍କୁ ମଧ୍ୟ ଅଧ୍ୟାତ୍ମରାଜ୍ୟ ବିଷୟରେ ସାହାଯ୍ୟ କରିବାର ଶକ୍ତି ଅର୍ଜନ କରିଥିଲେ। ଏହି ସମୟରେ ଦିନେ ଅପ୍ରତ୍ୟାଶିତ ଭାବରେ ନରେନ୍ଦ୍ର ଓ ଶ୍ରୀରାମକୃଷ୍ଣଦେବଙ୍କର ମିଳନ ହେଲା । ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ ।

ଦିନେ ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବିବେକାନନ୍ଦ। ପରୀକ୍ଷା ପରେ ବିଶ୍ୱନାଥ ଦତ୍ତ ତାଙ୍କର ବିବାହ ପାଇଁ ଉଦ୍‌ଯୋଗୀ ହେଲେ । କିନ୍ତୁ ନରେନ୍ଦ୍ରନାଥ ସ୍ପଷ୍ଟ ଜଣାଇ ଦେଲେ ଯେ, ‘ମୁଁ ବିବାହ କରିବି ନାହିଁ ।’ ସେତେବେଳକୁ ସେ ଅନ୍ତର୍ଦ୍ୱନ୍ଦରେ ବିଶେଷ ଜର୍ଜରିତ । ରାମଚନ୍ଦ୍ର ଦତ୍ତ ନରେନ୍ଦ୍ରଙ୍କର ଜ୍ଞାତିଭାଇ । ସେ ନରେନ୍ଦ୍ରଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିପାରି କହିଲେ, ‘ଦେଖ ନରେନ୍‌, ଯଦି ଭଗବତ୍‌ ଲାଭ ହିଁ ତୁମ ଜୀବନର ଲକ୍ଷ୍ୟ ହୋଇଥାଏ, ତେବେ ଏଣେତେଣେ ନ ବୁଲି ଦକ୍ଷିଣେଶ୍ୱରରେ ଥିବା ପରମହଂସଦେବଙ୍କ ପାଖକୁ ଯାଅ, ଶାନ୍ତି ପାଇବ ।’

ତେବେ ଏହାପରେ ପରମହଂସଙ୍କ ଆମନ୍ତ୍ରଣର କଥା ତାଙ୍କର ମନେ ପଡିଯାଇଥିଲା। ନିଜ ବନ୍ଧୁପରିଜନଙ୍କ ସହ ଦକ୍ଷିଣେ
ଶ୍ୱରରେ ପହଞ୍ଚିଲେ ବିବେକାନନ୍ଦ। ହଠାତ୍ ତାଙ୍କୁ ଦେଖି ଆନନ୍ଦିତ ହୋଇଥିଲେ ପରମହଂସ।

ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା

୧୮୯୭ ଖ୍ରୀଷ୍ଟାବ୍ଦ ମେ ୧ ତାରିଖ ଗୋଟିଏ ସ୍ମରଣୀୟ ଦିବସ ହୋଇ ଆଜିବି ରହିଛି। ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେହିଦିନ ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କଲେ । ସେହି ସଂଘର ଉଦ୍ଦେଶ୍ୟ-ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା, ଶ୍ରୀରାମକୃଷ୍ଣଦେବ ମାନବଜାତିର କଲ୍ୟାଣ ପାଇଁ ଯେଉଁ ସକଳ ସତ୍ୟ ନିଜ ଜୀବନରେ ଅନୁଷ୍ଠାନ କରିଥିଲେ ତାହାର ପ୍ରଚାର । ରାଜନୀତି ସହିତ ଏହି ପ୍ରତିଷ୍ଠାନର କୌଣସି ସମ୍ବନ୍ଧ ରହିବ ନାହିଁ ।

ତେବେ ନିଜର ଜ୍ଞାନ, ବୃଦ୍ଧି ଓ ମହାନତା ଲାଗି କେବଳ ଭାରତରେ ନୁହେଁ ବରଂ ସାରା ଦେଶରେ ବିବେକାନନ୍ଦ ବେଶ ପରିଚିତ ହୋଇପାରିଥିଲେ।

You might also like