ଜାଣନ୍ତୁ କେଉଁ ଦେଶର ପାସପୋର୍ଟ କେତେ ପାୱାରଫୁଲ?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପାୱାରଫୁଲ ପାସପୋର୍ଟ ହେଉଛି ଜାପାନର। ଗ୍ଲୋବାଲ ରାକିଂର ସୂଚନା ଅନୁସାରେ ୨୦୨୧ ମସିହାର ଏହି ଦେଶର ପାସପୋର୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାପାନରେ ରହୁଥିବା ଲୋକ ଏହି ପାସପୋର୍ଟକୁ ଆଧାର କରି ୧୯୧ ବିନା କୌଣସି ଭିସାରେ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି। ଏବେ ନୁହେଁ ବରଂ ଗତ ୪ ବର୍ଷ ଧରି ଜାପାନ ଏହି ରାକିଂରେ ପ୍ରଥମ ସ୍ଥାନରେ ହିଁ ରହୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ତେବେ ଏହି ରାକିଂର ଦ୍ୱିତୀୟ ସ୍ଥାନରେ ରହିଛି ସିଙ୍ଗାପୁର। ଏହି ଦେଶରେ ବସବାସ କରୁଥିବା ଲୋକମାନେ ୧୯୦ ଦେଶକୁ ଏହି ପାସପୋର୍ଟକୁ ଆଧାର କରି ଯାତ୍ରା କରିପାରିବେ। ଏହାସହ ମିଳିଥିବା ସୂଚନା ଅନୁସାରେ, ରାକିଂର ୩ୟ ସ୍ଥାନରେ ଜର୍ମାନୀ ଓ ସାଉଥ କୋରିଆ ରହିଛି। ତେବେ ଏହି ୨ଟି ଦେଶରେ ଯେଉଁମାନେ ରହୁଛନ୍ତି ସେମାନେ ୧୮୯ ଦେଶକୁ ଭିସା ଫ୍ରୀ ଯାତ୍ରା କରିପାରିବେ। ଏହି ରାକିଂର ୪ର୍ଥ ସ୍ଥାନରେ ରହିଛନ୍ତି ୪ଟି ଦେଶ। ଏହି ଦେଶରେ ବସବାସ କରୁଥିବା ଲୋକ ୧୮୮ ଦେଶକୁ ଭିସା ମୁକ୍ତ ଯାତ୍ରା କରିବାରିବେ। ଠିକସେହିପରି ଭାବରେ ୫ମ ରାକିଂରେ ରହୁଥିବା ଦେଶଗୁଡିକର ନାଗରିକମାନେ ୧୮୭ ଦେଶକୁ ଭିସା ମୁକ୍ତ ଯାତ୍ରା କରିପାରିବେ।

ପ୍ରକାଶ ପାଇଥିବା ରିପୋର୍ଟ ଦିଲ୍ଲୀରେ ହିଁ ପ୍ରକାଶିତ ହୋଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନ୍ତର୍ଜାତୀୟ ପାସପୋର୍ଟ ରିପୋର୍ଟ ଆଧାରରେ ପ୍ରକାଶିତ ହୋଇଛି। ତେବେ କରୋନା ମହାମାରୀ ଲାଗି ବିଶ୍ୱର ଅନେକ ଦେଶ ଏହି ରାକିଂ ବ୍ୟବସ୍ଥାରେ ନିଜକୁ ସାମିଲ କରିନାହାନ୍ତି।

ବେଲଜିୟମ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଗ୍ରୀସ,ମାଲଦା, କାନାଡା, ହଙ୍ଗେରୀ, ସ୍ୱୀଜରଲ୍ୟାଣ୍ଡ ଓ ଆମେରିକା ପରି ଦେଶ ଏହି ତାଲିକାର ୧୦ ନମ୍ବର ରାକିଂ ମଧ୍ୟରେ ଆସନ୍ତି। ଯଦି ଆମେ ଆମେରିକା କଥା କହିବା ତେବେ ଗତ ୭ ବର୍ଷ ତଳେ ପ୍ରଥମ ରାକିଂରେ ହିଁ ରହୁଥିଲା ଆମେରିକା। କିନ୍ତୁ ଏବେ ୭ ନମ୍ବର ସ୍ଥାନରେ ପହଞ୍ଚିଛି ଆମେରିକା। ତେବେ ଜାଣିରଖନ୍ତୁ ପ୍ରକାଶ ପାଇଥିବା ଏହି ଲିଷ୍ଟରେ ସର୍ବତମ ଶେଷରେ ଅର୍ଥାତ୍ ଶେଷ ରାକିଂରେ  ଆପଗାନିସ୍ତାନ ରହିଛି। କହିବାକୁ ଗଲେ ଆପଗାନିସ୍ତାନର ପାସପୋର୍ଟ ସବୁଠାରୁ କମ ଜୋର ବୋଲି ଜଣାଯାଇଛି। ଏହି ଦେଶରେ ରହୁଥିବା ଲୋକ କେବଳ ୨୬ ଦେଶକୁ ହିଁ ଭିସା ଫ୍ରୀ ଯାତ୍ରା କରିପାରିବେ। ଏହାକୁ ଛାଡିଦେଲେ ଇରାକ ୨୮ ଦେଶକୁ, ସିରିଆ ୨୯ ଦେଶକୁ ଓ ପାକିସ୍ତାନର ଲୋକ ମାତ୍ର ୩୨ ଦେଶକୁ ଭିସା ଫ୍ରୀ ଯାତ୍ରା କରିପାରିବେ ବୋଲି ସୂଚନା ରହିଛି।

 

You might also like