୨୦୦ ଟଙ୍କାର ଜମି କିଣିଲେ, ୬୦ ଲକ୍ଷ ଟଙ୍କାର ହୀରା ପାଇଲେ

ସତରେ ଭାଗ୍ୟ ବଡ ବଳବାନ । ଭଗବାନ କେତେ ବେଳେ କାହାକୁ କଣ ଦେବେ ତାହା କେବି ବି କହିପାରିବେ ନାହିଁ । ସେଥି ପାଇଁ ତ କୁହାଯାଏ ଆଲ୍ଲା ଯେବେ ଦେବେ ଛପର ଫାର୍ଡକି ଦେବେ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯାହାକୁ ନେଇ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ ।

ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତି ମାତ୍ର ୨୦୦ ଟଙ୍କାରେ ଲିଜ୍‌ ନେଇଥିବା ଖଣ୍ଡେ ଛୋଟ ଜମିରୁ ଜଣେ ନାମମାତ୍ର ଚାଷୀ ୬୦ ଲକ୍ଷ ଟଙ୍କା ମୂଲ୍ୟର ହୀରା ପଥର ପାଇଛନ୍ତି ।ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା । କିଣିଥିବା  ଜମିରୁ  ଖୋଳି ପାଇଥିବା ସେହି ୧୪.୯୮ କ୍ୟାରେଟ୍‌ ହୀରାଟି ଗତ ଶନିବାର ଦିନ ୬୦.୬ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।

ତେବେ ଏହି ହୀରାଟି ତାଙ୍କ ଜୀବନ ବଦଳାଇ ଦେଇଥିବା କଥା କହନ୍ତି ଜମିର ମାଲିକ ଲଖନ ଯାଦବ । ସେ କହିଛନ୍ତି ଯେ, ଜମିରୁ ଆଞ୍ଜୁଳା ଆଞ୍ଜୁଳା କରି ଗୋଡ଼ି ପଥର ମିଶା ମାଟି ବାହାର କରି ଫିଙ୍ଗିବା ବେଳେ ଖଣ୍ଡେ ପଥର ତାଙ୍କୁ ଭିନ୍ନ ଦିଶିଥିଲା। ଧୂଳିମଳି ଘଷି ସଫା କରିଦେବାରୁ ତାହା ଝଟକି ଉଠିଥିଲା।  ତେବେ ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ଏହାକୁ ନେଇ ସେ ସିଧା ଜିଲ୍ଲା ହୀରା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ। ତେବେ ଲଖନ ନିଜ ସାଥୀରେ ନେଇ ଆସିଥିବା ପଥର ଖଣ୍ଡଟି ହୀରା ବୋଲି ଅଧିକାରୀ ଜଣକ କହିଥିଲେ।

ତେବେ ଅଧୀକାରୀ ଜଣଙ୍କ କଥା ଶୁଣଇ ଲଖନ ଖୁସୀରେ ଫାଟି ପଡିଥିଲେ । କାରଣ ସେ ଗରୀବି ଲୋକ, ଏତେ ଟଙ୍କା କେବେ ଦେଖିନଥିଲେ କି କଳ୍ପନା ମଧ୍ୟ କରିନଥିଲେ । ତେଣୁ ଏତେ ମୂଲ୍ୟବାନ ପଥର ପାଇଛନ୍ତି ଯାହାର ମୂଲ୍ୟ ପାଖାପାଖି ୬୦ ଲକ୍ଷରୁ ଅଧିକ । ତେଣୁ ଏତେ ଟଙ୍କା କଣ କରିବ ବୋଲି ଗଣମାଧ୍ୟମ ପଚାରିବାକୁ ସେ କହିଛନ୍ତି ଯେ, ମୁଁ ଗରୀବି ଲୋକ ପିଲାଙ୍କୁ ପଢାଇବାକୁ ପାଖରେ ଟଙ୍କାନାହିଁ । ତେଣୁ ପିଲାଙ୍କ ପାଠ ପଢାଲାଗି ସେହି ଟଙ୍କା ଫିକ୍ସି ଡିପୋଜିଟ୍ କରିବୋ ବୋଲି କହିଛନ୍ତି ଲଖନ ।

ପାନ୍ନା ଜାତୀୟ ଉଦ୍ୟାନ ଅଞ୍ଚଳରୁ ଉଚ୍ଛେଦ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରୁ ଯାଦବ ହେଉଛନ୍ତି ଜଣେ। ଉଚ୍ଛେଦ ପରେ ମିଳିଥିବା କ୍ଷତିପୂରଣ ବାବଦ ଅର୍ଥରେ ସେ ଦୁଇ ହେକ୍ଟର୍‌ ଜମି ଏବଂ ଦୁଇଟି ମଇଁଷି କିଣିଥିଲେ। ପାଇଥିବା ହୀରା ଖଣ୍ଡିକ ଜିଲ୍ଲା ପ୍ରଶାସନରେ ଜମା ଦେବା ପରେ ତାଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କା ମିଳିଥିଲା। ତେବେ ନିଜ ପୁତୁରାମାନେ ବାଧ୍ୟ କରିବାରୁ ସେଥିରୁ କିଛି ଖର୍ଚ୍ଚ କରି ସେ ମୋଟରସାଇକେଲ୍‌ଟିଏ ଖରିଦ କରିଛନ୍ତି।

You might also like