ଅଭିଶପ୍ତ ମନ୍ଦିର କିରାଡ଼ୁ ! ସନ୍ଧ୍ୟା ପରେ ମନ୍ଦିରରେ ଭୁଲବଶତଃ ରହିଯାଉଥିବା ଲୋକ ପାଲଟି ଯାଆନ୍ତି ପଥର

ସାରା ଦୁନିଆଁର ବୈଜ୍ଞାନିକ ଫେଲ ! ମନ୍ଦିରର ସମ୍ପର୍କିତ ଲୋକକଥା ବଖାଣେ ଅଦ୍ଭୁତ କାହାଣୀ, କିରାଡ଼ୁ ମନ୍ଦିର ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି ଲୋକେ

ରାଜସ୍ଥାନ : ଭାରତକୁ ମନ୍ଦିରର ଦେଶ କୁହାଯାଏ । ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ ।  ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି  ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ଆଜି ଆମେ ଏଭଳି ରହସ୍ୟମୟୀ ମନ୍ଦିର ବିଷୟରେ ଜାଣିବା ଯାହାର କିମ୍ବଦନ୍ତୀ କୁହେ ଅଦ୍ଭୁତ କାହାଣୀ । ଏଭଳି ଏକ ମନ୍ଦିର  ଯାହାର ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି ଲୋକେ । ମନ୍ଦିରର ଏହି ବିଶେଷତ୍ତ୍ୱ ଜାଣିବା ପରେ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପରିଭ୍ରମଣରେ ଆସୁଛୁନ୍ତି ।

ରହସ୍ୟମୟୀ ମନ୍ଦିରରେ ପରିପୂର୍ଣ୍ଣ ଭାରତ ।  କଳା,ସଂସ୍କୃତି, ବୈଚିତ୍ର ଭରା ରାଜସ୍ଥାନର ବାଲୁକା ମାଟିରେ ଅନେକ ରହସ୍ୟ ପୋତି ହୋଇରହିଛି । ଆଉ ଏହି ବାଲୁକା ମାଟିରେ  ପୋତି ହୋଇଥିବା ରହସ୍ୟ ବୈଜ୍ଞାନିକମାନଙ୍କ ପାଇଁ  ମଧ୍ୟ ଏକ ଚ୍ୟାଲେଞ୍ଜ । ରାଜସ୍ଥାନର କିରାଡୁ ମନ୍ଦିର ରହସ୍ୟ ଏବେ ବି ଘେରରେ  ।  ଏହି ମନ୍ଦିର ବିଷୟରେ ଏକ ପ୍ରଚଳିତ ଲୋକକଥା ରହିଛି । ସନ୍ଧ୍ୟା ପରେ କିରାଡ଼ୁ ମନ୍ଦିରରକୁ କେହି ଗଲେ, କିମ୍ବା  ରହିଗଲେ, ସେ ସବୁଦିନ ପାଇଁ ପଥର ପାଲଟିଯାଏ ।

ରାଜସ୍ଥାନର ବାଡମେର୍ ଜିଲ୍ଲାରେ ଅବସ୍ଥିତ କିରାଡୁ ମନ୍ଦିର । ଏହି ମନ୍ଦିରର ରହସ୍ୟ ଶୁଣି ଅନେକ ଲୋକ ଦୂରଦୁରାନ୍ତରରୁ ଛୁଟି ଆସନ୍ତି, ହେଲ ସନ୍ଧ୍ୟା ପୂର୍ବରୁ ମନ୍ଦିରରୁ ଫେରି ମଧ୍ୟ ଯାଆନ୍ତି । ତେବେ ଏହା ପଛରେ ରହିଛି ଭୟାନକ କାହାଣୀ । ବିଶ୍ୱାସ ରହିଛି, ସୂର୍ଯ୍ୟ ଅସ୍ତ ହେବା ପରେ ଏହି ମନ୍ଦିର ପରିସରରେ ରହିଯାଏ, ସେ ସବୁଦିନ ପାଇଁ ପଥର ହୋଇଯାଏ ।  ଭୟଙ୍କର ରହସ୍ୟ ହେତୁ ସନ୍ଧ୍ୟା ପରେ କେହି  ବି କିରାଡୁ ମନ୍ଦିରରେ ରୁହନ୍ତି ନାହିଁ ।

ଭଙ୍କୟର ରହସ୍ୟ ଥିଲେ ସୁଦ୍ଧା ମନ୍ଦିରର ସୌନ୍ଦର୍ଯ୍ୟ ନିଜ ଆଡ଼କୁ ଆକର୍ଷିତ କରେ । ଦିନରେ ଏହି ମନ୍ଦିରରେ ମେଳା ଲାଗେ । ତେବେ ଦିନରେ ମେଳା କାରଣରୁ ଯେତେ ଲୋକ ଥିଲେ ସୁଦ୍ଧା ସନ୍ଧ୍ୟା ଭିତରେ ସମସ୍ତେ ଘରକୁ ଲେଉଟିଯାଆନ୍ତି । ଅନକ ଲୋକ ଭୟରେ ଏହି ମନ୍ଦିରକୁ ଦୂରରୁ ଦେଖି ଫେରିଯାଆନ୍ତି । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ସାହସ କରନ୍ତି ନାହିଁ ।

ଏହି ଭୟାନକ ରହସ୍ୟ ପଛରେ ଜଣେ ସାଧୁଙ୍କର ଅଭିଶାପ ଥିବା ଶୁଣିବାକୁ ମିଳେ ।  ଲୋକମାନେ କୁହନ୍ତି,  ଆଜି ପର୍ଯ୍ୟନ୍ତ ସନ୍ଧ୍ୟା ପରେ କେହି ଏହି ମନ୍ଦିରରୁ ଫେରି ନାହାଁନ୍ତି । କିରାଡ଼ୁ ମନ୍ଦିର ବହୁତ ସୁନ୍ଦର ଏବଂ ଧ୍ୱଂସାବଶେଷ ମଧ୍ୟରେ ରହିଛି । ଲୋକମାନେ ଏଠାକୁ ପିକନିକ୍ କରିବାକୁ ଯାଆନ୍ତି  ।

ଅନ୍ୟପଟେ  ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ମଧ୍ୟ ରହିଛି ଏକ ଅଜବ ମନ୍ଦିର । ଲେପାକ୍ଷୀ ମନ୍ଦିର ମନ୍ଦିରର ସବୁଠାରୁ ଖାସ୍ ଏବଂ ରହସ୍ୟମୟୀ କଥା ହେଉଛି ଏହାର ଖୁମ୍ବ ଗୁଡ଼ିକ ଶୂନ୍ୟରେ ଲଟକି ରହିଛି । କିନ୍ତୁ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ରହିଛି, ଯାହା ଭୂମି ସହିତ ଯୋଡି ହୋଇରହିନି । ରହସ୍ୟମୟୀ ଭାବେ ଶୂନ୍ୟରେ ଲଟକି ରହିଛନ୍ତି ।

କୁହାଯାଏ ଏହି ମନ୍ଦିରର ଖୁମ୍ବ ପୂର୍ବରୁ ଭୂମି ସହିତ ଯୋଡି ହୋଇଥିଲା  । କୌତୁହଳବଶତଃ ଜଣେ ବ୍ରିଟିଶ୍ ଇଞ୍ଜିନିୟର  ମନ୍ଦିର ପିଲାରରେ କେମିତି ଯୋଡି ହୋଇଛି ଜାଣିବା ପାଇଁ ଖମ୍ବକୁ ହଲାଇ ଦେଇଥିଲେ । ସେବେଠାରୁ  ମନ୍ଦିରର ଖମ୍ବ  ଗୁଡ଼ିକ ଶୂନ୍ୟରେ ଝୁଲି ରହିଛି ।  ଏହି ମନ୍ଦିରର ଇଷ୍ଟଦେବ ଭଗବାନ ଶିବଙ୍କର କ୍ରୁର ରୂପ ବୀରଭଦ୍ର । ଏଠାରେ ଭଗବାନ ଶିବଙ୍କ ଅନ୍ୟ ରୂପ ଅର୍ଦ୍ଧନାରୀଶ୍ୱର, କଙ୍କାଳ ମୂର୍ତ୍ତି, ଦକ୍ଷିଣମୂର୍ତ୍ତି ଓ ତ୍ରିପୁରାତକେଶ୍ୱର ପ୍ରତିମୂର୍ତ୍ତି ଗୁଡ଼ିକ  ଶୋଭା ପାଉଛି । ଏହି ମନ୍ଦିରରେ ବିରାଜମାନ ଥିବା ମାତାଙ୍କୁ ଭଦ୍ରକାଳୀ କୁହାଯାଏ ।

କେବଳ ରାଜସ୍ଥାନର ଓ ଆନ୍ଧ୍ରପ୍ରଦେଶର ଏହି ମନ୍ଦିର ନୁହେଁ, ଦେଶରେ ଏପରି ଅନେକ ମନ୍ଦିର ରହିଛି । ଯେଉଁ ଗୁଡ଼ିକର ରହସ୍ୟ ଆଜି ଯାଏ ଅଡ଼ୁଆ ସୂତାର ଗଣ୍ଠି ପରି ଅବୁଝା ହୋଇ ରହିଛି ।

You might also like