ଜାତୀୟ ସ୍ତରରେ ୨୦ ମସିହାରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

୨୦୨୦ରେ ଜାତୀୟ ରାଜୀନୀତି ବେଶ ସରଗରମ ଥିଲା। ବର୍ଷ ଆରମ୍ଭର ହିଁ  କେନ୍ଦ୍ର ସରକାରର ଅନେକ ନିଷ୍ପତ୍ତି ବିରୋଧୀଙ୍କୁ ଟାର୍ଗେଟ କରିବାର ସୁଯୋଗ ଦେଇଥିଲା।  ତେବେ ଜାଣନ୍ତୁ କିଏ କେଉଁ ଘଟଣା କିଏ ଚର୍ଚ୍ଚାରେ ରହିଛି।

ନରେନ୍ଦ୍ର ମୋଦି

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ କେଶ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।

କରୋନା ସମୟରେ ଦେଶବାସୀଙ୍କୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ…

  • ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ଚାଉଳ/ଗହମ ମିଳିବ। ଯାହାକି ଗରିବ ଲୋକଙ୍କ ମନରେ ଅନେକ ଆଶ୍ୱସ୍ତି ଆଣିଥିଲା
  • କରୋନା ଲାଗି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆର୍ଥିକ ପ୍ୟାକେଜ ଚାଷୀ ଓ ଉଦ୍ୟୋଗୀ ସମସ୍ତଙ୍କୁ ସଶକ୍ତ କରିବ, ସମସ୍ତଙ୍କୁ ଦୃଷ୍ଟିରେ ରଖି ଆର୍ଥିକ ପ୍ୟାକେଜ କରାଯାଇଛି ବୋଲି କହିଛନ୍ତି ମୋଦି।
  • କୋଭିଡ୍ ସଙ୍କଟ ସତ୍ତ୍ୱେ ଦେଶର ଅଧିକାଶ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଗତିଶୀଳ ହେବାରେ ଲାଗିଛି। ତେବେ କୋଭିଡ୍ ବିରୋଧୀ ଲଢେଇକୁ ଏଣିକି ଅଧିକ ଗୁରୁତ୍ୱ ଦେବାକୁ ପଡିବ। କୋଭିଡ ସଙ୍କଟରୁ ଗ୍ରାମାଞ୍ଚଳକୁ ଯେଭଳି ମୁକ୍ତ ରଖାଯିବ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୋଦି ବାରମ୍ବାର କହିଛନ୍ତି।
  • ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ ମୋଦି।
  • କେନ୍ଦ୍ର ଘୋଷଣା କରିଥିବା ପ୍ୟାକେଜ ନିମ୍ନ ଓ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା ବି କରିଛନ୍ତି।
  • ମୋଦି ତାଙ୍କ ସମ୍ବୋଧନରେ  ଲୋକାଲକୁ ଭୋକାଲ ଏବଂ ଗ୍ଲୋବାଲରେ ପରିଣତ କରିବା ପାଇଁ କହିଥିଲେ ।

ତେବେ ଲୋକାଲକୁ ଭୋକାଲ କରିବାର ଅର୍ଥ କ‘ଣ ?

କାହିଁକି ଏପରି କହିଲେ ପ୍ରଧାନମନ୍ତ୍ରୀ ? ଭାରତରେ ସ୍ୱଦେଶୀ ଆନ୍ଦୋଳନ ୧୯୦୫ରେ ତୀବ୍ର ରୂପ ନେଇଥିଲା। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱଦେଶୀ ଜିନିଷକୁ ଗ୍ରହଣ କରି ବିଦେଶୀ ଜିନିଷକୁ ଗ୍ରହଣ କରିବା। ସେତେବେଳେ ରାଜନେତାମାନେ ଏକଥା ଅନୁଭବ କରିଥିଲେ ଏହାଦ୍ୱାରା ଭାରତୀୟଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ ହୋଇପାରିବ।

କରୋନା ସ୍ଥିତି ପ୍ରତ୍ୟେକ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି। ଭାରତ ପରି ୧୩୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶର ଅବସ୍ଥା ତ ଆହୁରି ଶୋଚନୀୟ ହୋଇପଡ଼ିବ। ତେଣୁ ସେ ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ଲୋକାଲ ପ୍ରଡକ୍ଟ ଓ ଏହାର ଚାହିଦା ବଢିବ।

ମୋଦି ଖାଲି ଲୋକାଲ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇ ନାହାନ୍ତି। ବରଂ ଏହାର ପ୍ରଚାର, ପ୍ରସାର ଏବଂ ଏହାକୁ ଗ୍ଲୋବାଲାଇଜ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସେ ତାଙ୍କ ଭାଷଣରେ ଲୋକାଲ-ଭୋକାଲ ଏବଂ ଗ୍ଲୋବାଲ କଥା କହିଥିଲେ।

କିନ୍ତୁ ଅନେକ ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡିଛି। କରୋନାକୁ ରୋକିବାକୁ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ ବୋଲି ଅଭିଯୋଗ କରିଥିଲେ ବିରୋଧୀ। କେବଳ ଏତିକି ନୁହେଁ କରୋନା ମହାମାରୀ ସମୟରେ ଦେଶରେ ଦରଦାମ ବଢିଲା ତାହାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଥିଲା। ବିଶେଷ କରି ତୈଳଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେପରି ବଢିଲା ତାହାକୁ ନେଇ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କଲେ ବିରେଧୀ।

କେନ୍ଦ୍ରର ଚିନ୍ତା ବଢାଇ ଦେଲା ଚାଷୀ ଆନ୍ଦୋଳନ। ବାରମ୍ବାର ଆଲୋଚନା ପରେ ବି ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ଚାଷାଙ୍କ କେବଳ ଗୋଟିଏ କଥା ଆଇନ ପ୍ରତ୍ୟାହାର। କିନ୍ତୁ କେନ୍ଦ୍ର ସ୍ପଷ୍ଟ କରିସାରିଛି ଯେ, ଆଇନ ପ୍ରତ୍ୟାହର ହେବ ନାହିଁ ଯାହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ତେବେ କେନ୍ଦ୍ରର ଏହି ନୀତି ଉପରେ ମୋଦିଙ୍କ ଛବି ମଳିନ ପଡିଥିବା ଜୋରସୋରରେ ଚର୍ଚ୍ଚା ଧରିଛି।

ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ୨୦ ମସିହାରେ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି । ଦେଶରେ ଆକ୍ରେଶ ସୃଷ୍ଟି କରିଥିବା ହାଥରସ ଘଟଣାରେ ରାହୁଲ ଗାନ୍ଧୀ ପଦଯାତ୍ରା କରିଥିଲେ। ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ଯାହାକୁ ନେଇ ଗଣମାଧ୍ୟମରେ ବେଶ ଆଲୋଚନା ହୋଇଛି।

କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା’ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର ସ୍ଥିତିକୁ ତର୍ଜମା କରିବା ତେବେ କଂଗ୍ରେସ ନିଜ ଗୋଡ଼ରେ ନିଜେ କୁରାଢୀ ମାରୁଥିବା ଯେ କେହି ବି ସହଜରେ ବୁଝିପାରିବେ।

ବିଜେପି ଉପରେ ଦୋଷ ଲଦି କଂଗ୍ରେସ ଦେଶବାସୀଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କରିଥାଇପାରେ। ମାତ୍ର ନିଜ ଦୋଷ ଦୁର୍ବଳତାରୁ ଯେ ଦଳ ଅଧଃପତ୍ତନଗାମୀ ହେଉଛି ତାହା ନେତାମାନେ କଣ ବୁଝିପାରୁ ନାହାନ୍ତି? ନା ସବୁ ବୁଝି ଗାନ୍ଧୀ ପରିବାର ପ୍ରତି ଅହେତୁକ ଅନୁକମ୍ପା ହେତୁ ନବୁଝିବାର ଅଭିନୟ କରୁଛନ୍ତି? ଗୋଟିକ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାତରୁ ଖସୁଥିଲେ ମଧ୍ୟ ହାଇକମାଣ୍ଡ ସେଭଳି ବ୍ୟସ୍ତ କିମ୍ବା ବିବ୍ରତ ଦେଖାଯାଉ ନାହାନ୍ତି। ଏହା ସୋନିଆ ଓ ତାଙ୍କ ଆନୁଗତ୍ୟଙ୍କ ଅସାମର୍ଥ୍ୟ ନା ରାହୁଲଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଭାବେ ଉପସ୍ଥାପିତ କରିବାକୁ ଯୋଜନାବଦ୍ଧ ରଣନୀତି, ତାହା ଅନେକ କଂଗ୍ରେସ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

ତେବେ ବିହାର ନିର୍ବାଚନରେ ବି କଂଗ୍ରେସର ବିଜୟ ଆଶା ମୌଳି ଯାଇଛି। ନିଜ ଦଳର ନେତାଙ୍କୁ ମନାଇବାରେ ରାହୁଲ ଫେଲ ମାରିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ବିଜେପିରେ ଯୋଗଦେଇଥିଲେ। କିଛି ଏପରି ଘଟଣାରେ ଚର୍ଚାରେ ଥିଲେ ରାହୁଲ ଗାନ୍ଧୀ।

ସୋନିଆ ଗାନ୍ଧୀ

କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ସୋନିଆ ଗାନ୍ଧୀ। ଅନେକ ସମୟରେ ରାଜନୀତିର ପରଦା ପଛରେ ରହି ଏମିତି ଭାବରେ ଗୋଟି ଚାଳନା କରନ୍ତି ଯେ, ସାମ୍ନା ଲୋକ ମଧ୍ୟ ତା’ର ଟେର୍ ପାଇନାହାନ୍ତି। ବିଶେଷ କରି କଂଗ୍ରେସ ଦଳକୁ ମଜବୁତ କରିବାକୁ ଅନବରତ ପ୍ରୟାସ କରନ୍ତି ସୋନିଆ।

କିନ୍ତୁ କିଛି ଏମିତି ସମୟରେ ନିଜର ନିଷ୍ପତ୍ତି ସଠିକ ସମୟରେ ନେଇ ନଥିବାରୁ ଅନେକ ବରିଷ୍ଠ ନେତା ଦଳ ଛାଡି ବିରୋଧୀ ଦଳକୁ ଚାଲିଯାଇଛନ୍ତି। ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ହିଁ କଂଗ୍ରେସ ପାଇଁ କାଳ ସାଜୁଥିବା ଅନେକ କହନ୍ତି। ତେବେ ୨୦ ମସିହାରେ ଅସୁନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ବାରମ୍ବାର ବୈଠକ କରି ଚର୍ଚ୍ଚାରେ ରହିଛି ସୋନିଆ।

ଅମିତ ଶାହା

ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏବେ ନୁହେଁ ବରଂ ବର୍ଷସାରା ଚର୍ଚ୍ଚାରେ ଥାଆନ୍ତି ଶାହା। କେତେବେଳେ ନିଜ ମନ୍ତବ୍ୟ ଲାଗି ଆଉ କେତବେଳେ ନିଜ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି। ୨୦ ମସିହାରେ ବିହାର ନିର୍ବାଚନରେ ଦଳ ଯେପରି ଭାବରେ ବିଜୟ ହେଲା ସେଥିରେ ଶାହା ବେଶ ଖୁସି ହୋଇଥିଲେ। ଦେଶବାସୀଙ୍କୁ କେନ୍ଦ୍ରର ଯୋଜନା ସମ୍ପର୍କରେ ବାରମ୍ବାର ଅବଗତ କରାଇ ଥାଆନ୍ତି ଅମିତ ଶାହା।

ତେବେ କେନ୍ଦ୍ରସରକାର ରାଜ୍ୟକୁ ତାହାର କ୍ଷମତା ସଠିକ ଭାବରେ ଦେଉନଥିବା ଆଉ ଏଥିରେ ମାତ୍ରାଧିକ ହସ୍ତକ୍ଷେପ ଲାଗି ଚର୍ଚ୍ଚାରେ ୨୦ ମସିହାରେ ଥିଲେ ଅମିତ ଶାହା। ଏହାସହ ବିଜେପିର ବଙ୍ଗ ଦଖଲ ପାଇଁ  ଶାହା ସବୁବେଳେ ସଜବାଜ। କିଛିଦିନ ତଳେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଯାଇଥିଲେ କି ଯେଉଁ ସମୟରେ ଦିଦିଙ୍କ ହାତ ଛାଡଇ ଗେରୁଆ ଦଳରେ ମିଶିଥିଲେ ୩୫ କର୍ମୀ। ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପର୍ଯ୍ୟନ୍ତ ମାସକୁ ଥରେ ସେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି। 

ମମତା ବାନାର୍ଜୀ

ନିଜ ବକ୍ତବ୍ୟ ଓ କେନ୍ଦ୍ର ବିରୋଧୀ ସ୍ଲୋଗାନ ଲାଗି ସବୁବେଳେ ଚର୍ଚ୍ଚାରେ ରହୁନ୍ତି ମମତା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ରାଜନୀତିରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦୋହରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।

ତେବେ ରାଜ୍ୟ ରାଜନୀତି ସମ୍ପର୍କରେ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ପରିସ୍ଥିତି ଏଭଳି ଆସିଛି ଯାହା ତାଙ୍କୁ ବାଧ୍ୟ କରିଛି ଏମିତି କହିବାକୁ। ନଡ୍ଡାଙ୍କ କାରକେର୍ଡକୁ ଯେପରି ଭାବରେ ଆକ୍ରମଣ କରାଗଲା ତାହାର ପୁରା ଅନୁଧ୍ୟାନ କରାଯାଉଛି। ସବିଶେଷ ତଥ୍ୟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯିବ ବୋଲି ରାଜ୍ୟପାଳ କହିଛନ୍ତି। ପଶ୍ଚିମବଙ୍ଗ ଡାଇମଣ୍ଡ ହାର୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଯିବା ବେଳେ ପ୍ରବଳ ପଥର ଓ ଇଟା ମାଡ଼ ହୋଇଥିଲା । ନଡ୍ଡାଙ୍କ ସମେତ ଏକାଧିକ ବରିଷ୍ଠ ନେତାଙ୍କ ଗାଡ଼ିର ଭଙ୍ଗାରୁଜା ହୋଇଥିଲା।

ଏହାସହ ମଂଚ ଉପରେ ନାଚିଥିବାରୁ ସୋସିଆଲ ମିଡିଆରେ ମମତାଙ୍କୁ ବେଶ ଚର୍ଚ୍ଚା କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

ମମତାଙ୍କ ଏହି ସାନ୍ତାଳି ନାଚ ଏବେ ସୋସିଆଲ୍ ମିଡିଆରେ ବେଶ ପ୍ରଶଂସା ସାଉଁଟୁଛି। ଗତ କିଛି ଦିନ ଧରି ବିଜେପି ଓ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ମମତାଙ୍କ ଉଗ୍ର ରୂପକୁ ଦେଖିଥିଲେ ଲୋକେ। ତେବେ ମଞ୍ଚ ଉପରେ ବଙ୍ଗଲାବାସୀ ମମତାଙ୍କ ଆଉ ଏକ ଭିନ୍ନ ରୂପକୁ ଦେଖିଛନ୍ତି। ମୋଟ୍ ଉପରେ କହିବାକୁ ଗଲେ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ଚର୍ଚ୍ଚାରେ ରହୁଛନ୍ତି ମମତା।

ନୀତିଶ କୁମାର

ବିହାର ରାଜନୀତି କହିଲେ ନୀତିଶ କୁମାରକୁ ହିଁ ବୁଝାଏ। କାରଣ କେତେ ବେଳେ ଏନଡିଏ ହାତ ଧରି ରାଜନୀତି କରନ୍ତି ତ କେତେବେଳେ ଲାଲୁଙ୍କ ହାତ ଧରି କରନ୍ତି ରାଜନୀତି। ତେବେ ୨୦୨୦ର ବିହାରରେ ହୋଇଥିଲା ସାଧାରଣ ନିର୍ବାଚନ। ତେବେ ଏହାରି ମଧ୍ୟରେ ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି।

ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥର ନୀତୀଶଙ୍କ ଟିମରେ ୨ ଜଣ ଉପମୁଖ୍ୟମନ୍ତ୍ରୀ। ନୂଆ କରି ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଦଳର ନେତା ତାରକିଶୋର ପ୍ରସାଦ ଏବଂ ଉପନେତା ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ନେଇଥିଲେ। ତେବେ ଏନଡିଏ ଅଧିକ ସଂଖ୍ୟାରେ ଆସନରେ ବିଜୟ ହେବା ପରେ ମଧ୍ୟ ନୀତିଶଙ୍କୁ  ବିହାର ମଙ୍ଗ ଧରାଇଛି ବିଜେପି।

ଉଦ୍ଧବ ଠାକରେ

କେନ୍ଦ୍ର ସରକାରଙ୍କ ସହ ମୁହାଁମୁହିଁ ଅନେକ ଥର ହେଲେଣି ଉଦ୍ଧବ। କେତେ ବେଳେ କେନ୍ଦ୍ର ସରକାରଙ୍କ ନୀତିକୁ ତ ଆଉ କେତେବେଳେ କେନ୍ଦ୍ରର କାମକୁ। ତେବେ ୨୦୨୦ରେ ଉଦ୍ଧବ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ଅଭିଯୁକ୍ତମାନେ ପ୍ରତ୍ୟେକ ୫୦ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ଆସିଛନ୍ତି। ତେବେ ସବୁଠାରୁ ବଡକଥା ହେଲା, ସୁପ୍ରିମକୋର୍ଟ ଏହି ମାମଲାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

  • ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି
  • ଏପରିକି ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଖାରଜ କରି ହାଇକୋର୍ଟ ଠିକ୍ କରିନାହାଁନ୍ତି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।
  • ଯେଉଁଠି ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି, ହାଇକୋର୍ଟ ଗୁଡିକ ଯଥେଷ୍ଟ କାମ କରୁନାହାନ୍ତି
  • ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି
  • ହାଇକୋର୍ଟଗୁଡିକ ସାମ୍ୱିଧାନିକ କୋର୍ଟ, ତେଣୁ ସେମାନଙ୍କଠାରୁ ଏପରି ଆଶା କରାଯାଏ ନାହିଁ କହି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ କେବଳ ଏହିମାନେ ନୁହେଁ ବରଂ ଅନେକ ନେତା ୨୦ ମସିହାରେ ବେଶ ଚର୍ଚାରେ ଥିଲେ।

You might also like