କାନ ଭିତରେ ବସା ବାନ୍ଧିଥିଲେ ୧୦ରୁ ଅଧିକ ଅସରପା, ଆଉ ତା’ପରେ…

ବେଜିଂୱ: ବେଳେବେଳେ କାନରେ ପିମ୍ପୁଡ଼ି ପଶିଯାଏ। ଆଉ ତା‘ ପରର ଅବସ୍ଥା କ’ଣ ହୁଏ, ଅନୁଭବୀ ହିଁ ଜାଣିଥାଏ। ହେଲେ ଥରେ ଚିନ୍ତା କରନ୍ତୁ ତ , ଯଦି ଆପଣଙ୍କ କାନରେ ପିମ୍ପୁଡ଼ି ବଦଳରେ ଏକାଧିକ ଅସରପା ବସାବାନ୍ଧି ଭିତରେ ରହିବେ, ତେବେ କ’ଣ ହେବ?  ଏମିତି ଏକ ଘଟଣା ଘଟିଛି ଚୀନର ଜଣେ ବ୍ୟକ୍ତିଙ୍କ ସହ।

ବ୍ୟକ୍ତି ଜଣକ ରାତିରେ ଶୋଇଥିଲେ। ହଠାତ୍‌ ତାଙ୍କ କାନରେ ଯନ୍ତ୍ରଣା ଅନୁଭବ କଲେ। ଏତ ଯନ୍ତ୍ରଣା ହେଲା ଯେ, ସମ୍ଭାଳି ପାରିଲେନି। ଶେଷରେ ଡାକ୍ତରଖାନା ଆସିଲେ। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲେ। କାରଣ ତାଙ୍କ କାନ ଭିତରରୁ ବାହାରେ ଥିଲା ଏକ ଅସରପା ପରିବାର। ଅର୍ଥାତ ଏକାଧିକ ଅସରପା। ପ୍ରଥମେ ତାଙ୍କ କାନ ଭିତରୁ ଗୋଟିଏ ପୁରୁଷ ଅସରପା ବାହାରିଲା, ଆଉ ତା ପରେ ୧୦ରୁ ଅଧିକ ଛୋଟ ଛୋଟ ଅସରପା ।

ବୁଧବାର ମିଳିଥିବା ଏକ ରିପୋର୍ଟ ଅନୁସାରେ ବ୍ଲୁ ନାମକ ୨୪ ବର୍ଷ ବୟସ୍କ ଜଣେ ଯୁବକ ଗତମାସରେ ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତ ହୁଆଙ୍ଗ ଜିଲ୍ଲାର ଏକ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାର ଇଏନଟି ବିଶେଷଜ୍ଞଙ୍କୁ ତାଙ୍କ କାନରେ ଯନ୍ତ୍ରଣା ହେଉଥିବା କହିଥିଲେ। ସେ କହିଥିଲେ, ମୋତେ ଲାଗୁଛି କେହି ମୋ କାନ ଭିତରେ ବୁଲୁଛି, କାମୁଡୁଛି।

ଡାକ୍ତର ପରୀକ୍ଷା ପରେ  ତାଙ୍କ କାନ ଭିତରେ ୧୦ରୁ ଅଧିକ ଅସରପା ଛୁଆ  ବୁଲୁଥିବା ଦେଖିବାକୁ ପାଇଥିଲେ। ଏଥିସହିତ ଏକ ବଡ ପୁରୁଷ ଅସରପା ମଧ୍ୟ ଥିଲା। ଡାକ୍ତର ଏକ ଚିମୁଟା ସାହାଯ୍ୟରେ ବ୍ଲୁର କାନରୁ ଗୋଟିଏ ଗୋଟିଏ କରି ଛୋଟ ଅସରପାକୁ କାଢିଲେ, ପରେ ଆଉ ପରେ ବଡ ଅସରପା କାଢିଥିଲେ।

ପରେ ଜଣାପଡିଥିଲା, ବ୍ଲୁ ସବୁବେଳେ ନିଜ ବିଛଣା ଉପରେ ଅଧାଖିଆ ପ୍ଲେଟ୍‌ ରଖିଥାନ୍ତି। ଖାଦ୍ୟ ଲୋଭରେ ଅସରପା ଅଇଁଠା ଥାଳି ପାଖକୁ ଆସିଥାନ୍ତି। ବୋଧହୁଏ କିଛି ଅସରପା କାନ ଭିତରେ ପଶି ଯାଇଛନ୍ତି।

ଆହୁରି ପଢ଼ନ୍ତୁ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ

ଆପେ ଆପେ ହଲିଲା ଗଛ: ଭିଡିଓ ଦେଖି ଇଭାଙ୍କା ଟ୍ରମ୍ପ ହେଲେ ଆଶ୍ଚର୍ଯ୍ୟ

କମାଲ୍‌ କରୁଛି କୁନି ଝିଅ: ଲଗାତାର ଦୌଡୁଛି ୧୦ କିଲୋମିଟର

ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

୧୦ଟି ନୂଆ କାରକୁ ୧୦୦ ଫୁଟ ତଳକୁ ଫିଙ୍ଗିଦେଲା କମ୍ପାନୀ, ଜାଣନ୍ତୁ କାହିଁକି

You might also like