ମହିଳାମାନଙ୍କ ପାଇଁ ଖୁସି ଖବର, ମିଳିବ ୬୦ ହଜାର ଟଙ୍କା…ଜାଣନ୍ତୁ କିଏ ଓ କାହିଁକି ଦେଉଛି ଟଙ୍କା ?

ସବୁ ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା । ଏମିତି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ କୌଣସି ବି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ତାହା ବହୁ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ। ଯେ, ମହିଳାଙ୍କୁ ୬୦ ହଜାର ଟଙ୍କା ମିଳିବ ବୋଲି ସୋସିଆଲ ମିଡିଆରେ ଯେଉଁ ଖବର ଭାଇରାଲ ହେବାରେ ଲାଗିଛି ତାହା କେନ୍ଦଅ ସରକାରଙ୍କ ଯୋଜନା ସହିତ ଜଡିତ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏକ ୟ୍ୟୁ ଟ୍ୟୁବ୍ ଭିଡିଓ ଦାବି କରାଯାଉଛି ଯେ, କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତି କରଣ ଯୋଜନା ଅନୁସାରେ, କେନ୍ଦ୍ର ସରକାର ସମସ୍ତ ମହିଳାଙ୍କୁ ୬୦ ହଜାର ଟଙ୍କା ଦେଉଛନ୍ତି । ତେବେ ଆଜିର ସମୟରେ ମାଗଣାରେ ବସି ବସି ଟଙ୍କା ପାଇବା ବା ସରକାରଙ୍କ ଯୋଜନା ପାଇବାକୁ କାହାର ବା ଇଚ୍ଛା ନଥାଏ ?

ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା

ଗାଁ ରୁ ସହର ସମସ୍ତେ ପାଇବେ ଅର୍ଥ

ଭାଇରାଲ ଖବରକୁ ବିଶ୍ୱାସ ନାହିଁ

ବାସ୍ତବରେ କହିବାକୁ ଗଲେ, କରୋନା ସଙ୍କଟ ମଧ୍ୟରେ ସରକାର ଜନ ଧନ ମହିଳାଙ୍କ ଆକାଉଣ୍ଟକୁ ଅନେକ ପ୍ରକାରର ଆର୍ଥିକ ସହାୟତା ଦେଇଛନ୍ତି। ତାଲାବନ୍ଦ ସମୟରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ୍ ଅଧୀନରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ କ୍ରମାଗତ ତିନିମାସ ପାଇଁ ମହିଳା ଜନ ଧନ ଆକାଉଂଟଧାରୀଙ୍କ ବ୍ୟାଙ୍କ ଆକାଉଂଟକୁ ୫୦୦ ଟଙ୍କା କିସ୍ତି ପଠାଯାଇଥିଲା । କିନ୍ତୁ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଟି ସଂପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ରହିଛି ।

କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ଲାଗି ଏହା ଉଦ୍ଦିଷ୍ଟ ଥିବା ଜଣାଯ।ଇଛି ।  ପିଆଇବି ଫ୍ୟାକ୍ଟ୍ ଚେକ ର ରିପୋର୍ଟ ଅନୁସାରେ, ମହିଳାମାନେ ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ୬୦ ହଜାର ଟଙ୍କା ଜମା ହେଉଥିବା ଖବର ସଂପୂର୍ଣ୍ଣ ଭାବରେ ମିଥ୍ୟା । କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କୁ କୌଣସି ଅର୍ଥ ଦିଆଯାଉନାହିଁ । ତେବେ ଏପରି ଖବର ଉପରେ ବିଶ୍ୱାସ ନକରିବାକୁ ପିଆଇବି କହିଛି ।

 

You might also like