ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

ନୂଆଦିଲ୍ଲୀ: ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଆସିବା ନେଇ ଯେଉଁମାନେ ଚିନ୍ତିତି ଥିଲେ, ଏବେ ସେମାନେ ଟିକେ ରିଲାକ୍ସ ହୋଇଯାଆନ୍ତୁ। କାରଣ ଏବେ ଫେସ୍‌ବୁକ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମିଳିଛି ।

ଆମେରିକୀୟ ଖବର କାଗଜ ୱାଲ୍‌ ଷ୍ଟ୍ରିଟ୍ ଜର୍ନାଲ୍‌ର ଏକ ରିପୋର୍ଟ ଅନୁସାରେ, ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଦେବା ନେଇ କାର୍ଯ୍ୟ କରୁଥିବା ଟିମ୍‌ ହ୍ୱାଟ୍‌ସଆପ୍‌ର କୋଡ୍‌କୁ ହଟାଇ ଦେଇଛନ୍ତି। ଏଣୁ ହ୍ୱାଟ୍ସଆପ୍‌ରେ ବିଜ୍ଞାପନ ଆସି ନପାରେ। କିନ୍ତୁ ଏନେଇ ଫେସ୍‌ବୁକ ତରଫରୁ କୌଣସି ସ୍ପଷ୍ଟୀକରଣ ଆସି ନାହିଁ।

ତେବେ ହ୍ୱାଟ୍‌ସାଆପ୍‌ର ଚାର୍ଟିଂରେ ପେଜ୍‌ରେ ବିଜ୍ଞାପନ ନ ଦେଇ ଷ୍ଟାଟସ୍‌ରେ ବିଜ୍ଞାପନ ଆସିପାରେ ବୋଲି ରିପୋର୍ଟରୁ ଜଣାପଡ଼ୁଛି।

୨୦୧୭ରେ ଫେସ୍‌ବୁକ ତାର ଆଉ ଏକ ଲୋକପ୍ରିୟ ଆପ୍‌ ହ୍ୱାଟ୍‌ସଆପ୍‌ରେ ବିଜ୍ଞାପନ ଦେଇ ସେଥିରୁ ଆୟ କରିବାକୁ ଯୋଜନା କରିଥିଲା। ଯାହାକୁ ଗ୍ରହଣ କରିନଥିଲେ ଗ୍ରାହକ। କେବଳ ସେତିକି ନୁହେଁ, ଫେସ୍‌ବୁକ୍‌ ସିଇଓ ମାର୍କ ଜୁକର୍ବଙ୍କର ଏଭଳି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତି କରି ହ୍ୱାଟ୍‌ସଆପ୍‌ ସଂସ୍ଥାପକ ଆକ୍ସନ୍ ଏବଂ କୌମ୍‌ ମଧ୍ୟ  ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ୨୦୧୪ରେ ଫେସ୍‌ବୁକ ୨୨ ବିଲିୟନ୍‌ ଆମେରିକୀୟ ଡଲାର୍ ଦେଇ ହ୍ୱାଟ୍‌ସଆପ୍‌ କମ୍ପାନୀକୁ କିଣି ନେଇଥିଲେ।

୨୦୦୯ରେ ଆବିଷ୍କାର ହୋଇଥିବା ହ୍ୱାଟ୍‌ସଆପ୍‌ ବର୍ତ୍ତମାନ ବିଶ୍ୱର ସବୁଠାରୁ ଅଧିକ ଡାଉନ୍‌ଲୋଡ୍‌ ହୋଇଥିବା ଆପ୍‌ ଓ ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ।

You might also like