ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ନୂଆଦିଲ୍ଲୀ: ଦିୱାଲି(ଦୀପାବଳି)ରେ ଆପଣ କାହାକୁ ଗିଫ୍ଟ ଦେବାକୁ ଭାବିଛନ୍ତି କି? ତେବେ ଆଉ ଡେରି କାହିଁକି ଘରେ ବସି ଆପଣ ଏହି ଗିଫ୍ଟ କରିପାରିବେ। ତାହା ବି ପୁଣି ଶସ୍ତାରେ। ଫେଷ୍ଟିଭ୍‌ ସିଜ୍‌ନ୍‌କୁ ଦୃଷ୍ଟିରେ ରଖି ‘ରିଲାଏନ୍ସ ଜିଓ’ ଏହାର ଜିଓ ଫୋନ୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି।

ଏହି ଅଫରରେ ଆପଣଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓର 4G ସ୍ମାର୍ଟଫୋନ୍‌ ମିଳିପାରିବ। ଏହି ଫୋନ୍‌ ପ୍ରଥମେ ଯେତେବେଳେ ଲଞ୍ଚ ହୋଇଥିଲା ଏହାର ମୂଲ୍ୟ ୧୫୦୦ ଟଙ୍କା ଥିଲା। ହେଲେ ଏବେ ଏହା ମାତ୍ର ୬୯୯ ଟଙ୍କାରେ ବଜାରରେ ଉପଲ୍ଲବ୍ଧ।

ଏବେ ଆସନ୍ତୁ ଜାଣିବା ଘରେ ବସି ଆପଣ କେମିତି ମାତ୍ର ୩ଟି ଷ୍ଟେପ୍‌ରେ JioPhone ଗିଫ୍ଟ କରିପାରିବେ।

ଏଥିପାଇଁ ଆପଣଙ୍କୁ jio.com/gift-jiophone କୁ ପ୍ରଥମେ ଯିବାକୁ ହେବ। ଏହାପରେ ଆପଣଙ୍କ ସ୍କ୍ରିନ୍‌ରେ Jiophoneର ଏକ ବ୍ୟାନର୍‌ ଆସିବ। ଏହାପରେ ଆପଣ  ‘Gift Now’ ଅପସନ୍‌ରେ କ୍ଲିକ୍‌ କରିବେ। ଏହାପରେ ଆପଣଙ୍କୁ ୩ଟି ଷ୍ଟେପ୍‌ ଫଲୋ କରିବାକୁ ପଡ଼ିବ।

Step 1- ଏହି ଷ୍ଟେପ୍‌ରେ ଆପଣ ଆପଣଙ୍କ ମୋବାଇଲ୍‌ ନମ୍ବର ସହ ଯାହାକୁ ଫୋନ୍‌ ଗିଫ୍ଟ କରିବାକୁ ଚାହୁଁଛନ୍ତି ତାଙ୍କ ମୋବାଇଲ୍‌ ନମ୍ବର ଦେବେ।

Step 2- ଆପଣଙ୍କ ହିସାବରେ କୌଣସି ବି ଗିଫ୍ଟ ବଣ୍ଡଲ୍‌ (Gift Bundle) ସିଲେକ୍ଟ କରନ୍ତୁ ଓ ଅନ୍‌ଲାଇନ୍‌ରେ ଗିଫ୍ଟ ଭାଉଚର୍‌ ପଠାନ୍ତୁ।

Step 3- ଏବେ ଆପଣ ଯାହାକୁ ଏହି ଗିଫ୍ଟ ଭାଉଚର୍‌ ପଠାଇଛନ୍ତି ସେ ନିକଟସ୍ଥ ଜିଓ ଷ୍ଟୋରକୁ ଯାଇ JioPhone ଆଣି ପାରିବେ।

ଜିଓର ଗିଫ୍ଟ ବଣ୍ଡଲ୍‌ ଏକ କମ୍ବୋ ପ୍ୟାକ୍‌। ଏହି କମ୍ବୋ ପ୍ୟାକ୍‌କୁ ଆପଣ ଷ୍ଟେପ୍‌ ୨ରେ ସିଲେକ୍ଟ କରିପାରିବେ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ପାଇଁ ୪ଟି ଗିଫ୍ଟ ବଣ୍ଡଲ୍‌ ରହିଛି।

ଆହୁରି ପଢ଼ନ୍ତୁ

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ବାତ୍ୟା ଓଡ଼ିଶା ନ ଛୁଇଁଲେ ବି ତାର ପ୍ରଭାବ ଦେଖେଇଛି…

କୁଡ଼ିଆରେ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳୁଥିଲା, ବିଲ୍‌ ଆସିଲା ୪୬ ଲକ୍ଷ !

You might also like