ରେଲୱେରେ ଖାଲି ପଡ଼ିଛି ପଦବୀ, ବିନା ଲିଖିତ ପରୀକ୍ଷାରେ ନିଯୁକ୍ତି

ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର। ରେଳ ବିଭାଗ ଖାଲି ପଡ଼ିଥିବା ତାର ବିଭିନ୍ନ ପଦ ପାଇଁ ପ୍ରାର୍ଥୀପତ୍ର ଆହ୍ୱାନ କରିଛି। ଇଷ୍ଟ କୋଷ୍ଟ ରେଲୱେ ଅପ୍ରେଣ୍ଟିସ୍‌ ଆକ୍ଟ ଅନୁଯାୟୀ ପ୍ରାୟ୧୨୧୬ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ଦେବ। ୧୦ମ ଶ୍ରେଣୀ ପାସ କରିଥିବା ବ୍ୟକ୍ତି ଏହି ପଦ ପାଇଁ ଆବେଦନ କରିପାରିବେ। କେତେକ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ୮ମ ପାସ୍‌।

ଆବଦନର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆବେଦନର ଶେଷ ତାରିଖ ୨୦୨୦ ଜାନୁୟାରୀ ୬ ତାରିଖ ରଖାଯାଇଛି। ପ୍ରାର୍ଥୀଙ୍କୁ ଅନ୍‌ଲାଇନରେ ଆବେଦନ କରିବା ପାଇଁ ଅଥବା ଆବେଦନ ପତ୍ର ପ୍ରିଣ୍ଟ କରିବା ପାଇଁ କୌଣସି ସମସ୍ୟା ହେଲେ 9121276839, 9121276846ର କଲ୍‌ କରିପାରିବେ କିମ୍ବା helpdeskrrcbbs@gmail.comରେ ଯୋଗାଯୋଗ କରିପାରିବେ।

ନିଯୁକ୍ତି ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ବିଷୟରେ ଜାଣନ୍ତୁ-

ପଦବୀ ସଂଖ୍ୟା

୧୨୧୬

ପଦର ନାମ-

ଫିଟର, ଶିଟ୍‌ ମେଟାଲ ୱାର୍କର, ୱେଲ୍‌ଡର, ମେନାନିକ୍‌, କାରପେଣ୍ଟର, ଟ୍ରେଡ୍ ୱେଲ୍‌ଡର ଏବଂ ଅନ୍ୟ

ଯୋଗ୍ୟତା-

ପ୍ରାର୍ଥୀ ୧୦ ଶ୍ରେଣୀ ପାସ୍‌ କରିଥିବେ। ଶିଟ୍‌ ମେଟାଲ ୱାର୍କର,  କାରପେଣ୍ଟର, ଟ୍ରେଡ୍ ୱେଲ୍‌ଡର ଏବଂ ୱୟାର ମ୍ୟାନ୍‌ ପଦବୀ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ୮ମ ପାସ।

ବୟସ ସୀମା-

ଆବେଦନକାରୀଙ୍କ ବୟସ ଅତି କମ୍‌ରେ୧୫ ବର୍ଷ ହୋଇଥିବ ଏବଂ ୨୪ ବର୍ଷରୁ ଅଧିକ ହୋଇ ନ ଥିବ। ୨୮।୧୨।୨୦୧୯ରୁ ବୟସର ହିସାବ କରାଯିବ।

କେମିତି ହେବ ଚୟନ

ଏଥିପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ଆବଦନକାରୀଙ୍କ ୧୦ ଶ଼୍ରେଣୀ ମାର୍କସିଟ୍‌କୁ ଦେଖି ଚୟନ କରାଯିବ।

ଆବେଦନ ଫିସ୍

୧୦୦ଟଙ୍କା

କେମିତି କରିବେ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ rrcbbs.org.inକୁ ଯାଇ ଆବେଦନ କରିପାରିବେ । ଏହାବ୍ୟତୀତ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ସିଧାସଳଖ ଆବେଦନ କରିପାରିବେ।

Railway Apply Online

ଆହୁରି ପଢ଼ନ୍ତୁ

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

You might also like