ଓ୍ୱାର୍ଲଡ୍ ରେକର୍ଡ କରୁଛି ଫାଉଣ୍ଟେନ୍? ଜାଣନ୍ତୁ କେଉଁଠି ଅଛି ଏହି ଫାଉଣ୍ଟେନ୍…

ରେକର୍ଡ କରୁଛି ଫାଉଣ୍ଟେନ୍

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି।  ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ  ନିର୍ମାଣ କରାଯାଇଥାଏ।  କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ। ହେଲେ ଫାଉଣ୍ଟେନକୁ ନେଇ ଓ୍ୱାର୍ଲଡ୍ ରେକର୍ଡ କରାଯାଇପାରିବ ବୋଲି କେବେ ଭାବିଛନ୍ତି କି? କିନ୍ତୁ ଏହି ରେକର୍ଡ ବି ହୋଇଛି ସମ୍ଭବ।ତେବେ କେଉଁ ସ୍ଥାନର ଫାଉଣ୍ଟେନ୍ ହାତେଇଛି ଏକ ରେକର୍ଡ।

ପାର୍କ, ନଦୀ, ପୋଖରୀ ଇତ୍ୟାଦି ସ୍ଥାନକୁ ଗଲେ ଫାଉଣ୍ଟେନ୍ ଦେଖିବାକୁ ମିଳେ। ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି। କିଛି ସ୍ଥାନରେ ଫାଉଣ୍ଟେନର ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ। ହେଲେ ଏଭଳି ଏକ ଫାଉଣ୍ଟେନ ଅଛି ଯାହା ହାତେଇଛି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡ। ବିଶ୍ୱର ସବୁଠାରୁ ବଡ ଫାଉଣ୍ଟେନ୍ ଭାବେ ଏହି ଫାଉଣ୍ଟେନର ନାଁ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି। ଫାଉଣ୍ଟେନଟି ହେଉଛି ଦୁବାଇର ପାମ୍ ଫାଉଣ୍ଟେନ୍।

ସମୁଦ୍ର ପାଣିରେ ୧୩ଶହ ୩୫ ସ୍କୋୟାର୍ ମିଟର ଯାଏଁ ଏହି ଫାଉଣ୍ଟେନଟି ଲମ୍ବିଛି। ଯାହା ଦୁବାଇର ପାମ୍ ଜପମେଇରାହ ପଏଣ୍ଟରେ ଅବସ୍ଥିତ। ଏହି ଫାଉଣ୍ଟେନରେ ୩ ହଜାରରୁ ଅଧିକ ଏଲ୍ଇଡି ଲାଇଟ୍ ଓ ୭ ହଜାରରୁ ଅଧିକ ନୋଜଲ୍ ଲାଗିଛି। ଏହି ଫାଉଣ୍ଟେନରେ ପାଣି ପାଖାପାଖି ୧୦୫ ମିଟର ଉପରକୁ ଯାଇପାରିବ ବୋଲି ସୂଚନା ମିଳିଛି।ଏହି ପାମ୍ ଫାଉଣ୍ଟେନରେ କିଛି ନିଆରା ଟ୍ରିକ୍ ବ୍ୟବହାର କରାଯାଇଛି, କଲର୍ ଓ ବ୍ରାଇଟ୍ନେସ୍ କଣ୍ଟ୍ରୋଲ ସହ  ଖଲିଜି, ପପ୍, କ୍ଲାସିକାଲ୍, ଓ ଇଣ୍ଟରନ୍ୟାଶନାଲ୍ ମ୍ୟୁଜିକର ତାଳେ ତାଳେ ଏହି ଫାଉଣ୍ଟେନର ପାଣି ଡ୍ୟାନ୍ସ ମଧ୍ୟ କରିଥାଏ।

ଆଗକୁ ଏଠାରେ ପ୍ରତିଦିନ ୨୦ରୁ ଅଧିକ ଲାଇଟ୍ ଆଣ୍ଡ ମ୍ୟୁଜିକର ଶୋର ଆୟୋଜନ କରାଯିବା ନେଇ ମଧ୍ୟ ସ୍ଥିର କରାଯାଇଛି। ପ୍ରତିଦିନ ପ୍ରତି ଅଧଘଂଟାରେ ଥରେ ଏଭଳି ଶୋ ୩ ମିନିଟ ପାଇଁ ପ୍ରଦର୍ଶିତ ହେବା ନେଇ ଜଣାପଡିଛି। ତେବେ ପାମ୍ ଓ୍ୱାଟର ଫାଉଣ୍ଟେନର ରେକର୍ଡ ପୂର୍ବରୁ ଏହି ରେକର୍ଡ ହାତେଇଥିଲା ସାଉଥ୍ କୋରିଆର ବାନପୋ ମୁନଲାଇଟ୍ ରେନବୋ ଫାଉଣ୍ଟେନ୍। ବାସ୍ତବିକ ମଣିଷ ନିଜର ଇଚ୍ଛାଶକ୍ତି ଓ ବୁଦ୍ଧି ପ୍ରୟୋଗ କରି ନିଆରା ଉଦ୍ଭାବନ ବି କରିପାରେ  ଯାହା ସମସ୍ତଙ୍କୁ ନିଜ ଆଡକୁ ଆତ୍କୃଷ୍ଟ କରେ।

ତେବେ ଆପଣ ନିଜ ବ୍ୟସ୍ତବହୁଳ ସମୟରୁ ସମୟ ବାହାର କରି ନିଶ୍ଚୟ ଏହି ସ୍ଥାନକୁ ବୁଲିବାକୁ ଯାଆନ୍ତୁ।

You might also like