କରୋନା ଭାଇରସ୍‌ ସମ୍ପର୍କରେ ଏହିସବୁ କଥା ଜାଣିଛନ୍ତି କି ଆପଣ ?

ଭୁବନେଶ୍ଵର: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ବି କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ତେବେ ପ୍ରତିଦିନ ଲୋକାଲ୍ କେସ୍‌ ସାମ୍ନାକୁ ଆସୁଥିବା ବେଳେ ସରକାର କିନ୍ତୁ କହୁଛନ୍ତି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

ଅନ୍ୟପଟେ କରୋନାରୁ ଦେଶକୁ ବଞ୍ଚାଇବା ପାଇଁ ପ୍ଲାଜ୍‌ମା ଥେରାପି ଚିକିତ୍ସା ଚାଲିଛି। ତେବେ କ’ଣ ଏହି ଗୋଷ୍ଠୀ ସଂକ୍ରମଣ ? କିପରି ଏଥିରୁ ଆମେ ବଞ୍ଚିପାରିବା ? ପ୍ଲାଜମା ଥେରାପି କ’ଣ? ସେରୋଲୋଜିକାଲ୍ ଟେଷ୍ଟ କ’ଣ? ଏସବୁ ବିଷୟରେ ଆଜି ଆସନ୍ତୁ ପ୍ରଶ୍ନ ଉତ୍ତର ଶୈଳୀରେ ହେମାଟୋଲୋଜିଷ୍ଟ୍ ଡାକ୍ତର ପ୍ରିୟଙ୍କା ସାମଲଙ୍କ ଠାରୁ।

COVID-19 symptoms: Do I have a cold or coronavirus? - ABC News

ପ୍ରଶ୍ନ: କରୋନା କହିଲେ ଆମେ ଜାଣୁଛେ ଯେ ଥଣ୍ଡା,ଜ୍ୱର, କାଶ ଓ ନିଃଶ୍ୱାସ ନେବାରେ ଅସୁବିଧା ହେବା ଭଳି ସମସ୍ୟା ହେବା। କିନ୍ତୁ ଏବେ ଅନେକ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଏହାର କାରଣ କ?

ଉତ୍ତର: କରୋନା ହେଉଛି ଏକ ନୂଆ ରୋଗ। ତେଣୁ ଏହାକୁ ନୋଭେଲ୍‌ କୋଭିଡ୍‌-୧୯ ଭାଇରସ କୁହାଯାଉଛି। ଏହାର ଲକ୍ଷଣ ଥରକୁ ଥର ପରିବର୍ତ୍ତନ ହେଉଛି। ତେଣୁ ସମୟ ଗଡ଼ିବା ସହିତ ରୋଗ ବିଷୟରେ ନୂଆ ନୂଆ କଥା ଜଣାପଡ଼ୁଛି। ଆଜିକାଲି ଡାଇରିଆ ଭଳି ସମସ୍ୟା ଦେଖା ଦେବା, ନାକରେ ଗନ୍ଧ ନବାରି ପାରିବା, ମୁଣ୍ଡ ବିନ୍ଧିବା, ତଥା ନୂଆ ପ୍ରକାର ଡାଇବେଟିସ୍‌ ଭଳି ଲକ୍ଷଣ ବି କରୋନା ଲକ୍ଷଣ ହୋଇପାରେ। ତେଣୁ ଅଧିକରୁ ଅଧିକ ଟେଷ୍ଟ କଲେ ଏହାର ନୂଆ ନୂଆ ଲକ୍ଷଣ ବିଷୟରେ ଜଣାପଡ଼ିବ।

Getting over pandemic stage fright - The Hindu

ପ୍ରଶ୍ନ: ଗୋଷ୍ଠୀ ସଂକ୍ରମଣ କ?

ଉତ୍ତର: ତିନିଟି ଷ୍ଟେଜ୍‌ରେ କରୋନା ମହାମାରୀ ହେଉଛି। ଉହାନ୍‌ରୁ ଫେରିବା ପରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆମେ ପ୍ରଥମ ଷ୍ଟେଜ୍ ବୋଲି କହୁଥିଲୁ। ପୁଣି ତାଙ୍କ ସହିତ କଣ୍ଟାକ୍ଟରେ ଆସି, ଯିଏ ସଂକ୍ରମିତ ହେଲେ ତାହାକୁ ଆମେ ଦ୍ଵିତୀୟ ଷ୍ଟେଜ୍ ବୋଲି କହୁଛୁ। ସେହିଭଳି ଥାର୍ଡ ଷ୍ଟେଜ୍‌କୁ କମ୍ୟୁନିଟି ବା ଗୋଷ୍ଠୀ ସଂକ୍ରମଣ କହୁଛୁ। ବ୍ୟକ୍ତିଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ଥାଉ କି ନଥାଉ ସେ କରୋନା ସଂକ୍ରମିତ ହେଲେ ତାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ। ଅଧିକରୁ ଅଧିକ ଟେଷ୍ଟ ହେଲେ ହିଁ ଗୋଷ୍ଠୀ ସଂକ୍ରମଣ ବିଷୟରେ ଜଣାପଡ଼ିବ।

What Is Convalescent Plasma Therapy For Coronavirus? | HuffPost India

ପ୍ରଶ୍ନ-ପ୍ଲାଜ୍‌ମା ଥେରାପି କ?

ଉତ୍ତର; ପ୍ଲାଜମା ଥେରାପିର ପୂରା ନା ହେଲା କନଭାଲସେଣ୍ଟ(convalescent plasma therapy) ପ୍ଲାଜମା ଥେରାପି। ଯେଉଁମାନେ କୋଭିଡ୍‌ରୁ ଭଲ ହୋଇ ଫେରିଛନ୍ତି ଦୁଇ ସପ୍ତାହ ମଧ୍ୟରେ ସେମାନଙ୍କ ଶରୀର ନ୍ୟୁଟ୍ରାଲାଇଡ୍‌ ଆଣ୍ଟିବଡି ଲେବଲ ବଢ଼ିଯାଏ। ଏହାକୁ ଆମେ ଇମ୍ୟୁନିଟି କହୁ। ଏଇ ଆଣ୍ଟିବଡ଼ିକୁ ନେଇ ଆମେ ଅନ୍ୟ ରୋଗୀକୁ ଦେଇଥାଉ। ତାକୁ କନଭାଲସେଣ୍ଟ ପ୍ଲାଜମା ଥେରାପି କୁହାଯାଇଛି। ଏହା ନୂଆ ନୁହେଁ, ପୁରୁଣା ଚିକିତ୍ସା ପଦ୍ଧତି।

Serology testing for COVID-19 is the way forward, but we could ...

ପ୍ରଶ୍ନ- ସେରୋଲୋଜିକାଲ ଟେଷ୍ଟ କ? ଏହା ଦ୍ୱାରା କ’ଣ ଲାଭ ପାଇବା?

ଉତ୍ତର: ଆଣ୍ଟିଜେନ୍‌ଙ୍କୁ ହରାଇବା ପରେ ଶରୀରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ସେରୋଲୋଜିକାଲ ଟେଷ୍ଟରେ ଆଣ୍ଟିବଡି ଟେଷ୍ଟ କରାଯାଏ। ଏହାକୁ କୁହାଯାଏ ସେରୋଲୋଜିକାଲ ଟେଷ୍ଟ। ବ୍ଲଡ୍‌ରୁ ବ୍ଲଡ୍ ସେଲ୍ସ ବାହାର କରିଦେଲା ପରେ ଯାହା ରହେ ତାହା ସେରଲୋଜି କୁହାଯାଏ। ବ୍ଲଡ୍‌ରୁ ଏହି  ଟେଷ୍ଟ କରାଯାଏ। ୨ରୁ ୩ ଘଣ୍ଟା ଭିତରେ ଏହାର ରିପୋର୍ଟ ଆସିଯାଏ। ଏଥିରୁ ଗୋଟିଏ ଡିସ୍‌ଆଡ୍‌ଭେଣ୍ଟେଜ୍‌ ହେଲା ଆମେ ଏଥିରେ ଆକ୍ଟିଭ୍‌ କେସ୍ ଜାଣିପାରିବା ନାହିଁ। 

Coronavirus In Lockdown West Bengal: 7 Infected, Migrant Workers ...

ପ୍ରଶ୍ନ- ଥରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଲା ପରେ ,ଆଉ ଥରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି କି?

ଉତ୍ତର- କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ଯେ ପୁଣିଥରେ କରୋନାରେ ଆକ୍ରାନ୍ତ ହେବନି ଏହା କହି ହେବନି। ଏହା ଏବେବି ଗବେଷଣା ପରିସରରେ ରହିଛି। ତେବେ ଏହା ରୋଗୀର ଆଣ୍ଟିବଡି ଲେବଲ ଉପରେ ନିର୍ଭର କରେ। ଯଦି ଶରୀର ଆଣ୍ଟିବଡି ଲେବଲ କମ୍‌ ହୋଇଯାଏ, ତେବେ ରୋଗୀ ପୁଣିଥରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି।

\India to accept foreign donations to help fight against ...

 

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like