ଅକ୍ଷୟ ତୃତୀୟାରେ ଦାନ କରନ୍ତୁ, ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ସାଇତି ରଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି। ଏହି ସବୁ କଥାକୁ ନେଇ ହିନ୍ଦୁମାନେ ଅକ୍ଷୟ ତୃତୀୟାକୁ ସବୁଠାରୁ ଶ୍ରେଷ୍ଠ ଦିନ ବୋଲି ମାନିଥାନ୍ତି।

ଅକ୍ଷୟ ତୃତୟା ଦିନକୁ ବ୍ୟବସାୟୀ, ଚାଷୀମାନେ ମଧ୍ୟ ଶୁଭଦିନ ବୋଲି ମାନିଥାନ୍ତି। ବ୍ୟବସାୟୀମାନ ଏହି ଦିନ ନୂତନ ବ୍ୟବସାୟର ଶୁଭାରମ୍ଭ କରିବା ସହ ନୂଆଖାତା କରିଥାନ୍ତି। ସେହିପରି ଚାଷୀମାନେ ମଧ୍ୟ ଏହିଦିନ ଅଖିମୁଠି ଅନୁକୂଳ କରିଥାନ୍ତି।
ତେବେ ଜାଣନ୍ତି କି ଅକ୍ଷୟ ତୃତୀୟା ଦିନ ପୂଜା କରିବାର ଶ୍ରେଷ୍ଠ ସମୟ କ’ଣ ?

ଅକ୍ଷୟ ତୃତୀୟାରେ ଆମେ ମା’ ଲକ୍ଷ୍ମୀଙ୍କର ପୂଜା କରିଥାଉ। ଚାଷୀମାନେ ମା’ ଲକ୍ଷ୍ମୀଙ୍କ ସହ ଭୂଦେବୀଙ୍କୁ ମଧ୍ୟ ପୂଜା କରିଥାନ୍ତି। ବିଶ୍ୱାସ କରାଯାଏ, ଏହି ଦିନ ମା’ ଲକ୍ଷ୍ମୀଙ୍କୁ ଦିନରେ ପୂଜା କଲେ ଯେତିକି ପୁଣ୍ୟ ମିଳିଥାଏ, ରାତିରେ କଲେ ତାଠାରୁ ବେଶି ପୁଣ୍ୟ ମିଳିଥାଏ।
ଅକ୍ଷୟ ତୃତୀୟା ଦିନ ପୂଜାର ସମୟ ହେଲା ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ୧୨ଟା ୩୫ ମିନିଟ ପର୍ଯ୍ୟନ୍ତ। ତେବେ ସୂର୍ଯ୍ୟୋଦୟର ସମୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ସୂର୍ଯ୍ୟୋଦୟକୁ ଦେଖି ସମୟ ଧାର୍ଯ୍ୟ କରିବା ଉଚିତ୍‌। ତେବେ ଦାମି ଜିନିଷ କିଣାବିକା ତଥା ମାଙ୍ଗଳିକ କାର୍ଯ୍ୟ ପାଇଁ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ରାତି ୨ଟା ୧୬ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ରହିଛି।

ଜାଣିରଖନ୍ତୁ, ବିବାହ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ଦିନକୁ ବେଶି ଶୁଭ ବୋଲି କୁହାଯାଏ। କୁହାଯାଏ, ଏହି ଦିନ ନୂତନ୍ତ୍ର ଯନ୍ତ୍ରପାତି ଅର୍ଥାତ ନୂଆ ମେସିନ୍ ବା ସେମିତି କିଛି ଜିନିଷର ସ୍ଥାପନା କରାଗଲେ ତାହା ଅଧିକ ଦିନ କାର୍ଯ୍ୟକ୍ଷମ ରୁହେ।

ସବୁଠାରୁ ବଡ କଥା ହେଲା, ଏହି ଦିନ ଦାନ କଲେ ଯେଉଁ ପୁଣ୍ୟ ମିଳେ ତାହା ଅକ୍ଷୟ ହୋଇ ରୁହେ। ଅର୍ଥାତ ଏହି ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ରୁହେ। ତେଣୁ ନିଜ ସାଧ୍ୟ ମତେ ଯାହା କିଛି ବି ହେଉ, ଏହିଦିନ ଦାନ କରିବା ଉଚିତ୍‌।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like