ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ

ଔରଙ୍ଗାବାଦ  : ଗେ।ଟିଏ କୁକୁର, ଦାବିଦାର ତିନି । କୁକୁର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ମହାଭାରତ ସ୍ଥିତି । ଜଣେ ଅନ୍ୟ ଜଣଙ୍କ କୁକୁରକୁ ମେ।ର ବେ।ଲି କହିବାରୁ ବିବାଦ ଏତେ ବଢ଼ିଗଲା ଯେ ଘଟଣାସ୍ଥଳ ରକ୍ତରଞ୍ଜିତ ହେ।ଇଯାଇଥିଲା ।  ଏପରି ଅଭାବନୀୟ ଘଟଣା ଘଟିଛି ଔରଙ୍ଗାବାଦର ଦାଉଦନଗରରେ । ହିଂସାକାଣ୍ଡର ମୂଳରେ ଥିଲା  କୁନି କୁକୁର । ଗେ।ଟିଏ କୁକୁରକୁ ମେ।ର ମେ।ର କହିବାରୁ ତିନି ଦାବିଦାରଙ୍କ ମଧ୍ୟରେ ଲାଗିଥିଲା ପ୍ରବଳ ଗଣ୍ଡଗେ।ଳ । କୁକୁରକୁ ନେବାକୁ ସମେସ୍ତେ ଅଡ଼ିବସିଥିଲେ । ଗାଁ ଲେ।କ ଯିଏ ଯେତେ ବୁଝାଇଲେ ବୁଝିବାକୁ ନାରାଜ । କୁକୁର ପାଇଁ ଲାଗିଲା ଧମାଧମ୍ କଳି । ଦୁର୍ଭ।ଗ୍ୟବଶତଃ ଏହାରି ଭିତରେ ଗୁଳି ଫୁଟିଥିଲା । କିଛି ବୁଝାପଡ଼ିବା ପୂର୍ବରୁ ଘଟଣାସ୍ଥଳରେ ଲେ।ଟିପଡ଼ିଲା ରକ୍ତାକ୍ତ ଶରୀର ।

କୁକୁରପ୍ରେମୀ ଉପରକୁ ଗୁଳିମାଡ଼ । କୁକୁର ପାଇଁ ଗୁଳି ଖାଇଲେ ରାଜୁ । ଗାଁ ଲେ।କଙ୍କ କହିବା ଅନୁସାରେ, ଔରଙ୍ଗାବାଦ ଦାଉଦନଗର ଗାଁର ରାଜୁ ନାମକ ବ୍ୟକ୍ତିଙ୍କୁ କୁକୁର ବହୁତ ପସନ୍ଦ । ଆଉ ସେ ବିଭିନ୍ନ ପ୍ରଜାତିର କୁକୁର ଘରେ ଆଣି ରଖିଛନ୍ତି । କହିବାକୁ ଗଲେ କୁକୁର ପାଇଁ ଏକପ୍ରକାର ସେ ପାଗଳ । ଏହିକ୍ରମରେ ସେହି ଗାଁର ସୁଧୀର ନାମକ ବ୍ୟକ୍ତିଙ୍କ ଠାରୁ ଏକ କୁକୁର ଆଣିଥିଲେ ରାଜୁ । ହେଲେ କୌଣସି କାରଣବଶତଃ ସେ କୁକୁରଟିକୁ ଗାଁର ଆଉ ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିଲେ । ଆଉ ଏହି କଥା ଜାଣିବା ପରେ ରାଜୁଙ୍କ ଉପରେ କୁକୁର ଦେଇଥିବା ବ୍ୟକ୍ତି ସୁଧୀର  ପ୍ରବଳ ଜେ।ରରେ ରାଗିଯାଇଥିଲେ ।  ମେ। କୁକୁର କାହିଁକି ଅନ୍ୟକୁ ଦେଲୁ କହି  ନିଜର କିଛି ସମର୍ଥକଙ୍କ ସହ ମିଶି ରାଜୁ ସହ ଝଗଡ଼ା କରିଥିଲେ ।

ଘଟଣା ଏତେ ତୀବ୍ର ରୂପ ନେଲା ଯେ କଥା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା । ଗାଟିଏ ପଟେ ରାଜୁର ସମର୍ଥକ ଆଉ ଅନ୍ୟପଟେ ସୁଧୀରଙ୍କ ସମର୍ଥକ । କୁକୁର ପାଇଁ କଳି ଜେ।ର ଧରିଲା । କେବଳ ଏତିକି ନୁହେଁ କୁକୁର ପାଇଁ ମାଡ଼ପିଟ୍ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା ।ଆଉ ଏହାରି ଭିତରେ ହଠାତ୍  ଅତର୍କିତ ଭାବେ ରାଜୁଙ୍କ ଛାତିରେ ଗୁଳି ବାଜିଥିଲା, ଆଉ ଗାଁ ଲେ।କଙ୍କ ଆଖି ସାମ୍ନାର  ଲେ।ଟିପଡ଼ିଥିଲା ତାଙ୍କର ରକ୍ତାକ୍ତ ଶରୀର । ସାମାନ୍ୟ ଘଟଣାରୁ ଏପରି ହେବ ବେ।ଲି ଆଶା କରିନଥିଲେ ରାଜୁ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ ।

ଶୁକ୍ରବାର ଦିନ ଏହି ଘଟଣା ଘଟିଥିବା ବେଳେ ଦାଉଦନଗର ପେ।ଲିସ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସୁଧୀରକୁ ଗିରଫ କରି କେ।ର୍ଟଚାଲାଣ କରିଛି । ପେ।ଲିସର ସୂଚନା ଅନୁସାରେ ଅନ୍ୟ ଅଭିଯୁକ୍ତକୁ ଖେ।ଜୁଛି ପେ।ଲିସ୍ । ହେଲେ ଏବେ ସୁଦ୍ଧା ଅନ୍ୟ ଅଭିଯୁକ୍ତର ସନ୍ଧାନ ମିଳିପାରିନାହିଁ ।  ଖୁବଶୀଘ୍ର ଦେ।ଷୀକୁ ଖେ।ଜି ଉଚିତ୍ ଦଣ୍ଡବିଧାନ କରାଯିବ ବେ।ଲି କହିଛନ୍ତି ଥାନାବାବୁ । ଅନ୍ୟପଟେ ରାଜୁର ସ୍ବାସ୍ଥ୍ୟ।ବସ୍ଥା ଏବେ ବି ଗମ୍ଭୀର ରହିଛି । ଗାଁ ଲେ।କଙ୍କ କହିବା ଅନୁସାରେ ରାଜୁର ପରିବାର ଲେ।କଙ୍କ ଜୀବନ ପ୍ରତି ଭୟ ଥିବା ହେତୁ ତାଙ୍କୁ ଅନ୍ୟ ଗାଁକୁ ପଠାଇ ଦିଆଯାଇଛି । ଘଟଣାକୁ ନେଇ ଏବେ ସୁଦ୍ଧା ଗାଁର ମାହେ।ଲ ଉଠୁଡ଼ି ପଡ଼ୁଛି । ଏବେ ସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।  ହିଂସାକାଣ୍ଡର ଆଶଙ୍କା କରି ପୁରା ଗାଁକୁ ଜଗିରହିଛି ପେ।ଲିସ୍ ଛାଉଣୀ । ଆଗକୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ସଜାଗ୍ ଅଛନ୍ତି ଥାନାବାବୁ ।

You might also like