ନାକରେ ବାରମ୍ବାର ଆଙ୍ଗୁଠି ଭର୍ତ୍ତି କରୁଛନ୍ତି କି ? ଜାଣନ୍ତୁ କ’ଣ ହେବ

ଭୁବନେଶ୍ୱର : ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରିବା ଭଲ ଅଭ୍ୟାସ ନୁହେଁ। ଛୋଟ ପିଲାଙ୍କ କଥା ଛାଡ଼,  ଅନେକ ବଡ ବଡ ଲୋକଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି। ହୁଏତ ସେମାନେ ନିଜ ଅନ୍ୟମନସ୍କତାରେ ଏପରି କରିଥାଇ ପାରନ୍ତି। ଏହାଦ୍ୱାରା ନାକର କ୍ଷତି ତ ନିଶ୍ଚୟ ହୋଇଥାଏ। ହେଲେ ମନେ ରଖନ୍ତୁ, ଆପଣଙ୍କର ଏପରି କାମକୁ ଦେଖୁଥିବା ଲୋକର ମନରେ ଏକପ୍ରକାର ବିକାର ଭାବ ବି ସୃଷ୍ଟି ହୋଇଥାଏ।

‘ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନଫର୍‌ମେସନ୍‌’ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ସାରା ବିଶ୍ୱରେ ୯୧ ପ୍ରତିଶତ ଲୋକଙ୍କର ନାକରେ ଆଙ୍ଗୁଳି ପୂରାଇବା ଅଭ୍ୟାସ ରହିଛି।  ଏପରି କରିବା ଦ୍ୱାରା ନାକ ଶୁଖିଯାଏ ଓ ସାମାନ୍ୟ ଧୂଳିକଣା ପଶି ଗଲେ ଅସହଜ ଲାଗେ। ଏହା ବ୍ୟତୀତ ଅନେକ ଗମ୍ଭୀର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ସେ ସଂପର୍କରେ ଜାଣନ୍ତୁ ଓ ଏଭଳି ଅଭ୍ୟାସକୁ ଛାଡ଼ିବାକୁ ପ୍ରୟାସ କରନ୍ତୁ।

ବ୍ୟାକ୍ଟେରିଆଲ୍‌ ଇନ୍‌ଫେକସନ୍‌

ନାକରେ ବାରମ୍ବାର ଆଙ୍ଗୁଳି ଭର୍ତ୍ତି କଲେ ସେଥିରେ ଇନ୍‌ଫେକସନ୍‌ ହୋଇଥାଏ। ଆଙ୍ଗୁଳି ଭର୍ତ୍ତି କରିବା ସମୟରେ ନଖ ବାଜି ନାକ ଭିତର ଖଣ୍ଡିଆ ହୋଇଯିବାର ଆଶଙ୍କା ଥାଏ। ଏମିତି ହେଲେ ନାକରେ ଷ୍ଟାଫିଲୋକୋକ୍ସସ୍‌ ଓରିଅସ୍‌(Staphylococcus aureus) ବ୍ୟାକ୍ଟେରିଆ ପ୍ରବେଶ କରିବା ପାଇଁ ସହଜ ହୋଇଥାଏ।

ନାକରୁ ରକ୍ତ ବାହାରିବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇଲେ ରକ୍ତ ବାହିକାଗୁଡ଼ିକୁ କ୍ଷତିଗ୍ରସ୍ତ ହୋଇଥା’ନ୍ତି। ତେଣୁ ରକ୍ତ ବାହିକା ଫାଟି ନାକରୁ ରକ୍ତ ବାହାରିଥାଏ। ଯେଉଁମାନେ ବାରମ୍ୱାର ନାକରେ ଆଙ୍ଗୁଳି ଭର୍ତ୍ତି କରିଥା’ନ୍ତି, ସେମାନଙ୍କ ନାକ ଧୀରେ ଧୀରେ ସେନ୍‌ସିଟିଭ୍‌ ହୋଇଯାଏ।

ନାକ ଗୁହାକୁ କ୍ଷତି ପହଞ୍ଚିବା
ମୁହଁ ଓ ନାକ ଭିତରେ ଥିବା ପତଳା ଅଂଶକୁ ନାକ ଗୁହା କୁହାଯାଏ। ଏହା ଦୁଇ ଭାଗରେ ନାକ ମଧ୍ୟରେ ରହିଥାଏ। ନାକ ଗୁହା ଉପର ଅଂଶଟି ଶ୍ୱସନ ପ୍ରଣାଳୀରେ ସାହାଯ୍ୟ କରିଥାଏ ଏବଂ ଭିତର ଅଂଶଟି ନିଃଶ୍ୱାସ ନେବା ପାଇଁ ମାର୍ଗ ପ୍ରଦାନ କରିଥାଏ। ବାରମ୍ୱାର ନାକରେ ହାତ ପୂରାଇବା ଯୋଗୁ ସେହି ସ୍ଥାନରେ ପୋଡ଼ାଜଳା ହୋଇଥାଏ ଏବଂ ନିଃଶ୍ୱାସ ନେବା ବାଟଟି ସଙ୍କୁଚିତ ହୋଇଯାଏ। ଏଥିଯୋଗୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ।

ଘାଆ ହେବା
ବାରମ୍ୱାର ନାକରେ ଆଙ୍ଗୁଳି ପୂରାଇବା ଦ୍ୱାରା ନାକ ଭିତରେ ଥିବା ଲୋମ ବାହାରି ଆସିଥାଏ। ଏଥିଯୋଗୁ ନାକ ଖଣ୍ଡିଆ ହୋଇ ଘା’ରେ ପରିଣତ ହୋଇଥାଏ। ଅନେକ ସମୟରେ ଏହି ଘା’ ଗମ୍ଭୀର ହେବା ସହିତ ଯନ୍ତ୍ରଣା ଦେଇଥାଏ।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like