ଭୁଲ୍‌ରେ ବି ଧନ୍‌ତେରସ୍ ଦିନ କିଣନ୍ତୁ ନାହିଁ ଏସବୁ ଜିନିଷ, ନ ହେଲେ…

ଦିନକ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବ ଦିନ ଧନ୍‌ତେରସ୍। ବିଶ୍ୱାସ ରହିଛି, ଧନ୍‌ତେରସ୍‌ରେ(Dhanteras 2020) ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ।

ଖାଲି ସୁନା, ରୂପା ନୁହେଁ ଧନ୍‌ତେରସ୍‌ ଦିନ ଘରକୁ ଯେକୌଣସି ଜିନିଷ କିଣିକି ଆଣିଲେ ଏହା ଶୁଭ। ହେଲେ ଏମିତି କିଛି ଜିନିଷ ଅଛି, ଯାହାକୁ ଏହି ଦିନରେ ଆଦୌ କିଣିବା ଉଚିତ୍‌ ନୁହେଁ। 

  • ଧନ୍‌ତେରସ୍‌ ଦିନ ଅଧିକାଂଶ ଲୋକ ଷ୍ଟିଲ୍‌ ବାସନ ଘରକୁ ଆଣିଥାନ୍ତି। ଯଦି ଆପଣ ଏହାକୁ କିଣିବାକୁ ଯୋଜନା କରିଛନ୍ତି,ତା’ହେଲେ କିଣନ୍ତୁ ନାହିଁ। ଷ୍ଟିଲ୍‌ ଶୁଦ୍ଧ ଧାତୁ ନୁହେଁ ଓ ଏହା ଉପରେ ରାହୁଙ୍କ ପ୍ରଭାବ ଅଧିକ ଥାଏ। ଏହି ଦିନରେ ଆପଣ କେବଳ ପ୍ରାକୃତିକ ଧାତୁ କିଣି ପାରିବେ। ଆଉ ଯଦି ମାନବ ନିର୍ମିତ ଧାତୁ କିଣୁଛନ୍ତି, ତା’ହେଲେ ଆପଣ ପିତଳ ଜିନିଷ କିଣି ପାରିବେ। 
  • ଦେଖାଯାଏ ଯେ, ଧନ୍‌ତେରସ୍‌ ଦିନ କିଛି ଲୋକ ଆଲୁମିନିୟମ ବାସନ କିମ୍ବା ଜିନିଷ କିଣିଥାନ୍ତି। ଏହି ଧାତୁ ଉପରେ ମଧ୍ୟ ରାହୁଙ୍କ ପ୍ରଭାବ ଅଧିକ ଥାଏ। ଆଲୁମିନିୟମକୁ ଦୁର୍ଭାଗ୍ୟର ସଙ୍କେତ ବୋଲି କୁହାଯାଇଥାଏ। ତେଣୁ ଖାଲି ଧନ୍‌ତେରସ୍‌ ନୁହେଁ ପର୍ବପର୍ବାଣୀ ଦିନ ଆଲୁମିନିୟମର କୌଣସି ଜିନିଷ ଘରକୁ ନ ଆଣିବା ଭଲ। 
  • ଜ୍ୟୋର୍ତିବିଦଙ୍କ ମତରେ, ଧନ୍‌ତେରସ୍‌ ଦିନ ଲୁହା ଜିନିଷ କିଣିବା ଅଶୁଭ ବୋଲି କୁହାଯାଇଥାଏ। ତେଣୁ ଭୁଲ୍‌ରେ ବି ଏହି ଦିନରେ ଲୁହାର କୌଣସି ଜିନିଷ କିଣନ୍ତୁ ନାହିଁ।
  • ଧାରୁଆ ଜିନିଷ ଯେପରିକି ଛୁରୀ, କଇଁଚି, କଣ୍ଟା ଚାମଚ୍‌ ଇତ୍ୟାଦି ଏସବୁ ଧନ୍‌ତେରସ୍‌ ଦିନ କିଣନ୍ତୁ ନାହିଁ। ଏହି ଦିନ ଏସବୁ ଜିନିଷ କିଣିବା ଶୁଭ ବୋଲି ମନେ କରାଯାଇନଥାଏ। 
  • ସେହିପରି ଧନ୍‌ତେରସ୍‌ ଦିନ ଘରକୁ କୌଣସି କଳା ରଙ୍ଗର ଜିନିଷ ଆଣନ୍ତୁ ନାହିଁ। ଯେହେତୁ ଏହି ଦିନକୁ ଶୁଭ ଦିନ ବୋଲି ଲୋକମାନେ ମାନନ୍ତି, ତେଣୁ କଳା ରଙ୍ଗର ଜିନିଷ କିଣନ୍ତୁ ନାହିଁ। କାହିଁକି ନା କଳା ରଙ୍ଗକୁ ଦୁର୍ଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ। 
  • ଯଦି ଧନ୍‌ତେରସ୍‌ ଦିନ ଆପଣ ଘରକୁ କିଛି ବାସନ କିମ୍ବା ବ୍ୟବହୃତ ଜିନିଷ ଆଣିବାକୁ ଚାହୁଁଛନ୍ତି, ତା’ହେଲେ ଧ୍ୟାନ ରଖନ୍ତୁ ଏହାକୁ ଖାଲି ଘରକୁ ଆଣନ୍ତୁ ନାହିଁ। ଏଥିରେ ପାଣି, ଚାଉଳ କିମ୍ବା ଅନ୍ୟ କିଛି ସାମଗ୍ରୀ ଭର୍ତ୍ତି କରି ଏହାକୁ ଘରକୁ ଆଣନ୍ତୁ।

ଆହୁରି ପଢ଼ନ୍ତୁ: ଋଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ଦୀପାବଳିରେ ଏହି ସ୍ଥାନରେ ଜଳାନ୍ତୁ ଦୀପ

You might also like