ଶୁଭ ଦୀପାବଳି: ଆପଣାର ଲୋକଙ୍କୁ ଜଣାନ୍ତୁ ଏମିତି ଶୁଭେଚ୍ଛା

ଆସନ୍ତାକାଲି ପାଳନ ହେବ ଆଲୋକର ପର୍ବ ଦୀପାବଳି। ହେଲେ ପ୍ରତିବର୍ଷ ପରି ଏଥର ଲୋକମାନେ ବାଣ ଫୁଟାଇ ପାରିବେ ନାହିଁ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡ଼ାକଡ଼ି କରିଛନ୍ତି।

କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ। ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ। ଦ୍ୱିତୀୟ ଦିନକୁ ଛୋଟି ଦୀୱାଲି ଭାବେ ପାଳନ କରାଯାଇଥାଏ। ହେଲେ ଏହାର ପୂର୍ବ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ ଦେଖିବାକୁ ମିଳିଥାଏ।

ଏହି ଅବସରରେ ଲୋକମାନେ ସୋସିଆଲ୍‌ ମିଡିଆରେ ଫଟୋ, ମେସେଜ୍‌ ଇତ୍ୟାଦି ପଠାଇ ଦୀପାବଳିର ଶୁଭକାମନା ଜଣାଉଛନ୍ତି।

ଆପଣାର ଲୋକଙ୍କୁ ଜଣାନ୍ତୁ ଏମିତି ଶୁଭେଚ୍ଛା…

ପ୍ରଭୁ ଶ୍ରୀରାମ ଆପଣଙ୍କ ଘରେ ସୁଖ, ଶାନ୍ତି ବଜାୟ ରଖନ୍ତୁ,

ଦୁଃଖ ଦୂର କରନ୍ତୁ, 

ସେହ୍ନ, ପ୍ରେମ ଓ ଭଲ ପାଇବାରେ ଆପଣଙ୍କ ଘର ଆଲୋକିତ ହେଉ,

ଦୀପାବଳିର ଆଲୋକ ଆପଣଙ୍କ ଜୀବନରେ ଖୁସି ଭରି ଦେଉ…

-Happy Diwali…

କ୍ଷଣ କ୍ଷଣରେ ସୃଷ୍ଟି ହୋଇଥାଏ ଭାବନା,

ଭାବନାରୁ ସୃଷ୍ଟି ହୁଏ ବିଶ୍ୱାସ, 

ବିଶ୍ୱାସରୁ ସୃଷ୍ଟି ହୁଏ ସମ୍ପର୍କ, 

ଆଉ ସମ୍ପର୍କରୁ କେହି ଖାସ୍‌ ହୋଇଥାନ୍ତି,

ଆପଣଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

 

ଦୀପାବଳି ଭଳି ଏହି ପବିତ୍ର ଦିନ, ଆପଣଙ୍କ ଜୀବନରେ ଖୁସି, ଶାନ୍ତି ଓ ଭଲ ପାଇବା ଆଣିଦେଉ

ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବିରାଜମାନ ହୁଅନ୍ତୁ…

-Happy Diwali…

ଆଲୋକର ପର୍ବ ଦୀପାବଳି,

ଆଣିଥାଏ ଅନେକ ଖୁସି,

ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ଧନ, ଧାନ୍ୟ, ସୁଖ, ସମୃଦ୍ଧିରେ ପୂର୍ଣ୍ଣ ହେଉ ଆପଣଙ୍କ ଘର….ଭଗବାନ ସବୁବେଳେ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

|| ଦୀପାବଳିର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ||

You might also like